ଏମିତି ଭୟଙ୍କର ଜାଲରେ ଫସିବ ଡ୍ରାଗନ, ମୋଦୀ ଟ୍ରମ୍ଫ ବନେଇଲେ ପ୍ଳାନ, ଶିକାରରେ ଏହି ୩ ମହାଶକ୍ତି ମଧ୍ୟ ଅଛନ୍ତି ସାମିଲ

ଯେବେ ଠାରୁ ଭାରତ ଏବଂ ଚୀନ ମଧ୍ୟରେ ସୀମା ବିବାଦ ବଢିଛି ସେବେ ଠାରୁ ଭାରତ ନିଜକୁ ନିଜେ ସୁରକ୍ଷିତ କରିବା ପାଇଁ ସବୁ ପଦକ୍ଷେପ ଉଠାଉଛି । ଏହା ସୀମା ଉପରେ ସେନା ନିୟୋଜିତ କରିବା ହେଉ କିମ୍ବା ବାୟୁ ସେନାର ବିମାନରେ ଗସ୍ତ ଲଗାଇବା ହେଉ । ଯେମିତି ଏହି ମାମଲା ବଢିବାରେ ଲାଗିଛି ସେମିତି ଭାରତ ପକ୍ଷ ମଧ୍ୟ ଦୃଢ ହେବାରେ ଲାଗିଛି ଏବଂ କେତେକ ମିତ୍ରଦେଶ ଗୁଡିକ ମଧ୍ୟ ଭାରତକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛନ୍ତି ।

ବର୍ତ୍ତମାନ ଚୀନ ସହିତ ବଢୁଥିବା ସମସ୍ୟାକୁ ଦେଖି ଦୁନିଆର ପ୍ରମୁଖ ଶକ୍ତିଶାଳୀ ଦେଶ ଭାରତ ସୈନ୍ୟ ଶକ୍ତିକୁ ଆହୁରି ମଝବୁତ କରିବା ପାଇଁ ଚେଷ୍ଟା କରୁଛନ୍ତି । ଏଥିରେ ଫ୍ରାନ୍ସ, ଇଜରାଇଲ, ଆମେରିକା ଏବଂ ରୁସ ମଧ୍ୟ ସାମିଲ ଆଛନ୍ତି ।

ଇକ୍ନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ ଫ୍ରାନ୍ସ ଅତ୍ୟାଧୁନିକ ରାଫେଲ ଯୁଦ୍ଧ ବିମାନର ପ୍ରଥମ ସେଟ ୨୭ଜୁଲାଇ ପର୍ଯ୍ୟନ୍ତ ଭାରତରେ ପହଞ୍ଚାଇବାର ଆଶା ଅଛି । ପ୍ରଥମ ଯୋଜନା ଅନୁସାରେ ଚାରୋଟି ବିମାନ ଆସିବାର ଥିଲା କିନ୍ତୁ ବର୍ତ୍ତମାନ ଫ୍ରାନ୍ସ ପ୍ରଥମ ବ୍ୟାଚରେ ଅତିରିକ୍ତ ରାଫେଲ ପଠାଇବା ପାଇଁ ପ୍ରତିଶୃତି ଦେଇଛି । ଏହା ଚୀନର କୌଣସି ବି ଯୁଦ୍ଧ ବିମାନର ମୁକାବିଲା କରିବାରେ ଦୁଇ ପାଦ ଆଗରେ ରହିବ । ଫ୍ରାନ୍ସ ଠାରୁ ଭାରତକୁ ୩୬ ରାଫେଲ ବିମାନ ମିଳିବ ।

ଫ୍ରାନ୍ସ ପରେ ଇଜରାଇଲ ମଧ୍ୟ ଏହି ମାମଲାରେ ଭାରତକୁ ସାହାଯ୍ୟ କରିବା ପାଇଁ ଆଗକୁ ଆସିଛି । ଇଜରାଇଲ ଭାରତକୁ ନିଜର ଡିଫେନ୍ସ ସିଷ୍ଟମ ଦେବା ପାଇଁ ପ୍ରସ୍ତୁତ ଅଛି ଏବଂ ଏହାକୁ ଲଦାଖରେ ନିୟୋଜିତ କରାଯିବ । ଇକୋନୋମିକ୍ସ ଟାଇମ୍ସ ରିପୋର୍ଟ ଅନୁସାରେ ଇଜରାଇଲ ବହୁତ ଶୀଘ୍ର ଏହି ମାରାତ୍ମକ ହତିୟାରକୁ ଭାରତକୁ ପଠାଇ ପାରେ । ବରାକ-୮ ଡ଼ିଫେନ୍ସ ସିଷ୍ଟମ ପାଇଁ ଭାରତ ବହୁତ ଦିନ ଧରି ଇଜରାଇଲ ସହିତ କଥା ହେଉଥିଲା ।

ରୁସ ମଧ୍ୟ ଭାରତକୁ ବହୁତ ଶୀଘ୍ର ଆଣ୍ଟି ମିସାଇଲ ସିଷ୍ଟମ S୪୦୦ ଦେବା ପାଇଁ ପ୍ରସ୍ତୁତ ହୋଇଛି । କିଛିଦିନ ପୂର୍ବେ ହିଁ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ଏହି ମାମଲା ପାଇଁ ରୁସ ଗସ୍ତ କରିଥିଲେ । ଏହାଛଡା ରୁସ ଗୋଳାବାରୁଦ ଏବଂ ଅନ୍ୟ ହତିୟାର ମଧ୍ୟ ଦେବା ପାଇଁ ପ୍ରସ୍ତୁତ ଅଛି, ମିଗ-୨୯ ଏବଂ ସୁଖୋଇ ୩୦MKI ସମେତ ରୁସ ୩୩ଟି ଅତିରିକ୍ତ ଯୁଦ୍ଧ ବିମାନ ଯୋଗାଇବା ପାଇଁ ବୁଝାବଣା ହୋଇଛି । ରିପୋର୍ଟରେ ଏହାମଧ୍ୟ ଦାବି କରାଯାଇଛି କି ସେନାମାନେ ମଧ୍ୟ ଆଣ୍ଟି ଟ୍ୟାଙ୍କ କ୍ଷେପଣାସ୍ତ୍ର ମାଗିଛନ୍ତି ଯାହାପାଇଁ ମଧ୍ୟ ରୁସ ପ୍ରସ୍ତୁତ ଅଛି ।

ଆମେରିକା ମଧ୍ୟ ଭାରତକୁ ସାହାଯ୍ୟ କରିବା ପାଇଁ ଗୁପ୍ତ ସୂଚନା ସହିତ ସ୍ୟାଟଲାଇଟ ପର୍ଯ୍ୟନ୍ତ ସବୁ ପ୍ରକାରର ସାହାଯ୍ୟ କରିବା ବୋଲି କହିଛି । ୨୦୧୮ମସିହାରେ ଭାରତ ଆମେରିକା ଠାରୁ ସୁସଙ୍ଗତା ଏବଂ ସୁରକ୍ଷା ଚୁକ୍ତିନାମା ଉପରେ ସ୍ଵାକ୍ଷର କରିଥିଲା । ଆମେରିକା ଠାରୁ ମଗାଯାଇ ଥିବା ରକ୍ଷା ପ୍ଲାଟଫର୍ମ ଉପରେ ଉଚ୍ଚ ସୁରକ୍ଷା ସଂଚାର ଉପକରଣ ଲଗାଇବା ପାଇଁ ମଧ୍ୟ ଅନୁମତି ଦେଇଥାଏ । ଏହା ଦ୍ୱାରା ଆମେରିକା ଭାରତକୁ ଚୀନର ସବୁ କାମର ସୂଚନା ଦେଉଛି । ଆମେରିକା M୭୭୭ Howitzer ତୋପ ପାଇଁ ଗୋଳାବାରୁଦ ଦେବା ପାଇଁ ମଧ୍ୟ ପ୍ରତିଶୃତି ଦେଇଛି ।

ଭାରତ ପ୍ରଥମରୁ ହିଁ ସ୍ପଷ୍ଟ କରିଦେଇଥିଲା କି ଚୀନର କୌଣସି ବି ଉତ୍ତେଜନାମୂଳକ କାମର ଜବାବ ତା ଭଳି ଦେବ । ଭାରତର ଏହି ନୀତିକୁ ଦେଖି ସବୁ ମିତ୍ରଦେଶ ଭାରତକୁ ଯଥା ସମ୍ଭବ ସାହାଯ୍ୟ କରିବା ପାଇଁ ସାମନାକୁ ଆସିଛନ୍ତି । କାରଣ ସମସ୍ତେ ଜାଣିଛନ୍ତି କି ଚୀନକୁ ଉପଯୁକ୍ତ ଉତ୍ତର ଦେବା ପାଇଁ ଭାରତ ହିଁ ସକ୍ଷମ ଅଟେ । ଯଦି ଚୀନର ପଦକ୍ଷେପ ଭାରତ ଆଡକୁ ବଢେ ତାହେଲେ ତାହାକୁ ବିନାଶ ହେବାରେ କେହି ଅଟକାଇ ପାରିବେ ନାହିଁ ।