ଦୋକାନ ଭିତରେ ନିଶ୍ଚୟ ରଖନ୍ତୁ ଏହି ୫ ଟି ଜିନିଷ, ସବୁବେଳେ ଲାଗି ରହିବ ଗ୍ରାହକଙ୍କ ଲାଇନ, ହେବ ବହୁତ ଇନକମ୍

ଯେତେବେଳେ ବି କୌଣସି ବ୍ୟକ୍ତି ଦୋକାନ ଖୋଲିଥାଏ ତେବେ ତାହାକୁ ଆଶା ଥାଏ କି ତାହାର ଦୋକାନ ଭଲ ଚାଲିବ ଓ ତାହାର ଦୋକାନରେ ଗ୍ରାହକମାନଙ୍କର ଭିଡ ଲାଗି ରହିବ । କିନ୍ତୁ ସମସ୍ତଙ୍କର ଭାଗ୍ୟ ଏହିଭଳି ହୋଇ ନ ଥାଏ । ତେବେ ଏହି କଥା ପଛରେ କାରଣ ଏହା ହୋଇପାରେ କି ଆପଣଙ୍କ ଦୋକାନରେ ବାସ୍ତୁଦୋଷ ଅଛି କିମ୍ବା ଆପଣଙ୍କ ରାଶିରେ ଖରାପ ସମୟ ଚାଲୁଅଛି ।

ଆଜି ଆମେ ଆପଣଙ୍କୁ କିଛି ଏମିତି ହିଁ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଯଦି ଆପଣ ନିଜ ଦୋକାନରେ ରଖିଦେବେ ତେବେ ଆପଣଙ୍କର ଭାଗ୍ୟ ଚମକି ଉଠିବ ଓ ଗ୍ରାହକମାନଙ୍କର ଭିଡ ବି ଲାଗିବ ।

ଲକ୍ଷ୍ମୀଙ୍କର ପାଦଚିହ୍ନ

ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ କୁହାଯାଏ । ସେଥିପାଇଁ ଆପଣ ନିଜ ଦୋକାନ ଦ୍ଵାରରେ ମାତା ଲକ୍ଷ୍ମୀଙ୍କର ପଦଚିହ୍ନ ରଖିବା ଉଚିତ । ଏହା ଦ୍ଵାରା ଆପଣଙ୍କର ବିଜନେସରେ କ୍ଷତି ହେବ ନାହିଁ ।

ମୟୁର ପର

ମୟୂର ପର ଭିତରେ ବହୁତ ପଜିଟିବ ଏନର୍ଜୀ ଥାଏ । ଯଦି ଆପଣ ନିଜ ଦୋକାନରେ ଟଙ୍କା ରଖୁଥିବା ଜାଗାରେ ଏହାକୁ ରଖି ଦେବେ ତେବେ କେବେ ବି ଆପଣଙ୍କୁ ଟଙ୍କାର ଅସୁବିଧା ହେବ ନାହିଁ । ଏହା ଟଙ୍କାକୁ ନିଜ ଆଡକୁ ଆକର୍ଷିତ କରିବାର କାମ କରିଥାଏ । ଏହା ଦ୍ଵାରା ଗ୍ରାହକମାନେ ଆପଣଙ୍କ ଦୋକାନ ଆଡକୁ ଆକର୍ଷିତ ହୋଇ ଚାଲି ଆସିବେ ।

ଗଣେଶଙ୍କ ମୂର୍ତ୍ତି

କୁହାଯାଏ କି ସମସ୍ତ ଶୁଭ କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଭଗବାନଙ୍କର ଆଶୀର୍ବାଦ ଅବଶ୍ୟ ନେବା ଉଚିତ । ଏହା ଦ୍ଵାରା ଆପଣଙ୍କ ସମସ୍ତ କାର୍ଯ୍ୟ ଭଲ ଭାବରେ ସମ୍ପନ୍ନ ହୋଇଥାଏ । ସେଥିପାଇଁ ଆପଣ ସବୁଦିନ ସକାଳେ ଯେତେବେଳେ ଦୋକାନ ଖୋଲିବେ ତେବେ ସର୍ବପ୍ରଥମେ ଗଣେଶଙ୍କ ପୂଜା ପାଠ କରନ୍ତୁ । ଏହା ଦ୍ଵାରା ଆପଣଙ୍କ ଦିନ ଭଲ ଯିବ ।

ଲାଫିଙ୍ଗ ବୁଦ୍ଧ

ଯଦି ଆପଣଙ୍କ ଦୋକାନରେ କୌଣସି ବାସ୍ତୁଦୋଷ ଅଛି ଓ ଏହା ଦ୍ଵାରା ଆପଣଙ୍କ ଦୋକାନ ଭଲ ଚାଲୁ ନାହିଁ ତେବେ ଆପଣ ଦୋକାନରେ ଲାଫିଙ୍ଗ ବୁଦ୍ଧ ରଖନ୍ତୁ । ଏହାକୁ ରଖିବା ଦ୍ଵାରା ସମସ୍ତ ପ୍ରକାରର ବାସ୍ତୁ ଦୋଷ ସମାପ୍ତ ହୋଇଯାଏ ।

ପିରାମିଡ

ଦୋକାନ ଭିତରେ ଏକ ପଜିଟିବ ଓ ସୁଖମୟ ମାହୋଲ ରଖିବା ପାଇଁ ପିରାମିଡ ନିଶ୍ଚିତ ଦରକାର ହୋଇଥାଏ । ଏହା ଆପଣଙ୍କ ଦୋକାନରେ ସକରାତ୍ମକ ଊର୍ଜା ରଖିଥାଏ । ଏହା ଦ୍ଵାରା ଆପଣଙ୍କ ଦୋକାନରେ ଗ୍ରାହକମାନଙ୍କର ଭିଡ ଲାଗିଥାଏ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।