ବାହାଘର ପ୍ରୋସେସନରେ ଏମିତି ଡିଜେ ବାଜିଲା ଯେ ବରକୁ ତଳେ ପକାଇ ଘୋଡା ଯାହା କଲା ନା… ଦେଖନ୍ତୁ video

ସୋସିଆଲ ମିଡିଆରେ ପ୍ରତିଦିନ ନୂଆ ନୂଆ ଭିଡିଓ ସବୁ ଦେଖିବାକୁ ମିଳେ । ସେଥିରୁ କିଛି ଭିଡିଓକୁ ୟୁଜର୍ସମାନେ ବହୁଳ ମାତ୍ରାରେ ଦେଖିଥାନ୍ତି । ଯାହାକୁ ଭାଇରାଲ ଭିଡିଓ ବୋଲି କହିଥାଉ । ଏହିଭଳି ଏକ ଭାଇରାଲ ଭିଡିଓ ଏବେ ସୋସିଆଲ ମିଡିଆରେ ଏ ମୋବାଇଲରୁ ସେ ମୋବାଇଲଲୁ ଘୁରି ବୁଲୁଛି । ବିବାହ ବେଳର ଅନେକ ମଜାଳିଆ ଦୃଶ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଥାଏ । ଯାହା ଦେଖି ଲୋକେ ହସି ହସି ଲୋଟି ପଡନ୍ତି ।

ବାହାଘରରେ କିଛି ଲୋକ ଖୁବ ଆଡମ୍ବର କରିଥାନ୍ତି । ସାଜସଜ୍ଜା, ପ୍ରୋସେସନ ଆଦିରେ ଖୁବ ଟଙ୍କା ଖର୍ଚ୍ଚ କରି ଆଡମ୍ବରରେ କନ୍ୟା ଆଣିବାକୁ ଯିବାକୁ ପ୍ରାୟତଃ ସବୁ ଲୋକ ପସନ୍ଦ କରନ୍ତି । ତେବେ ଏମିତି ବିବାହ କରି କନ୍ୟା ଆଣିବାକୁ ଯିବା ବେଳର ଏକ ଭିଡିଓ ଆଜି ଆମେ ଆପଣଙ୍କୁ ଦେଖାଇବୁ । ଏହି ଭିଡିଓରେ ବାହାଘର ପ୍ରୋସେସନରେ ପୋକମାଛି ଭଳି ଯାତ୍ରୀ ଥିବାର ଆପଣ ଦେଖିବାକୁ ପାଇବେ ।

ସେହିଭଳି ଡିଜେ ମଧ୍ୟ ଖୁବ ଜୋରରେ ବାଜିଛି ଓ ସମସ୍ତେ ମତୁଆଲା ହୋଇ ବେଶ ଖୁସିରେ ଡ୍ୟାନ୍ସ ମଧ୍ୟ କରୁଛନ୍ତି । ଏହାରି ମଧ୍ୟରେ କେହି ଜଣେ କିଛି ଟଙ୍କା ଉଡେଇ ଦେଉଛନ୍ତି । ଯାହାକୁ ଗୋଟାଇବା ପାଇଁ ଅନ୍ୟମାନଙ୍କ ମଧ୍ୟରେ ଠେଲାପେଲା ମଧ୍ୟ ହେଉଛି । ଏହାରି ମଧ୍ୟରେ ହଠାତ ଘୋଡା ଉପରକୁ ଉଠି ଆସୁଥିବାର ଦେଖିବାକୁ ମିଳିଛି । ସେହି ଘୋଡା ଉପରେ ବର ବସିଥିଲେ ।

ପ୍ରୋସେସନରେ ଏତେ ଲୋକଙ୍କ ଗହଳି ସାଙ୍ଗକୁ ଡିଜେ ଖୁବ ଜୋରରେ ବାଜିଛି । ତା’ ଉପରେ ଲୋକଙ୍କ ଠେଲାପେଲା ଦେଖି ଘୋଡାଟି ନିଜ ନିୟନ୍ତ୍ରଣ ହରେଇ ଦେଇଥିଲା । ଯାହାଫଳରେ ଉପରକୁ ଡେଇଁ ବରକୁ ତଳେ ପକାଇ ଅନ୍ୟ ଲୋକଙ୍କ ଉପରେ ମଧ୍ୟ ଚଢି ଡେଇଁ ଡେଇଁ ପଦାକୁ ପଳାଇଥିଲା । ଏହି ଦୃଶ୍ୟ ଦେଖି ଲୋକ ମଜାରେ କହୁଛନ୍ତି କି, ଟଙ୍କା ଉଡା ଦେଖି ବୋଧହୁଏ ଘୋଡା ବି ଆଉ ସମ୍ଭାଳି ହୋଇ ରହି ପାରିଲାନି ।

ତେବେ ବାହାଘର ପ୍ରୋସେସାନରେ ଶବ୍ଦ ପ୍ରଦୂଷଣ ଯୋଗୁଁ ଏଭଳି ଘଟିଥିବା କୁହାଯାଉଛି । ଅଧିକ ଡିଜେ ଶବ୍ଦରେ ଘୋଡାଟି ଭୟଭୀତ ହୋଇ ଯାଇଥିଲା । ଫଳରେ ବର ସମେତ କିଛି ଲୋକ ଆହତ ହୋଇଥିବା ଜଣାପଡିଛି । ଏହି ଦୃଶ୍ୟଟି ହେଉଛି ଉତ୍ତର ପ୍ରଦେଶ ହମୀରପୁରର ବୋଲି ଜଣାପଡିଛି । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।