ଡିଭୋର୍ସ ପରେ ବହୁତ ଭାଙ୍ଗି ଯାଇଥିଲେ ଏହି ୫ ଜଣ ଅଭିନେତ୍ରୀ, ଏବେ ପିତାଙ୍କ ସହ ରହି ନିଭାଉଛନ୍ତି ଝିଅର ଧର୍ମ

ବିବାହ ପରେ ଡିଭୋର୍ସ ହେବା ବହୁତ ହିଁ ଦୁଃଖଦ ଜିନିଷ ହୋଇଥାଏ । ଖାସକରି ମହିଳାଙ୍କୁ ଡିଭୋର୍ସ ପରେ ବହୁତ କିଛି ସହିବାକୁ ପଡିଥାଏ । ଯଦି ବିବାହ ପରେ କୌଣସି ସନ୍ତାନ ଅଛି ତେବେ ତାହାର ଦାୟିତ୍ଵ ନିଜକୁ ହିଁ ଉଠାଇବାକୁ ପଡିଥାଏ । ଏମିତିରେ କେତେକ ମହିଳାମାନେ ଡିଭୋର୍ସ ପରେ ସାହାର୍ଯ୍ୟ ପାଇଁ ନିଜର ପିତାଙ୍କ ଘରକୁ ବି ଚାଲି ଯାଆନ୍ତି । ଏହିଭଳି ବଲୀଉଡର ଅଭିନେତ୍ରୀ ଓ ସେଲିବ୍ରିଟୀମାନଙ୍କ ସହ ବି ହୋଇଥାଏ । ତାଙ୍କ ପାଖରେ ବହୁତ ଟଙ୍କା ଅଛି କିନ୍ତୁ ଇମୋଶନଲ ସପୋର୍ଟ ପାଇଁ ସେମାନଙ୍କୁ ବି ଡିଭୋର୍ସ ପରେ ନିଜ ପିତାଙ୍କ ଘରେ ରହିବାକୁ ପଡିଥାଏ ।

ସୁନୈନା ରୋଶନ

ସୁନୈନା ରୋଶନ ବଲୀଉଡର ଫେମସ ଅଭିନେତା ଓ ଡାୟରେକ୍ଟର ରାକେଶ ରୋଶନଙ୍କ ଝିଅ ଓ ଋତିକ ରୋଶନଙ୍କ ଭଉଣୀ ଅଟନ୍ତି । ସୁନୈନା ରୋଶନ ବର୍ତ୍ତମାନ ପର୍ଯ୍ୟନ୍ତ ଦୁଇଟି ବିବାହ କରିସାରିଛନ୍ତି । କିନ୍ତୁ ଦୁଇଟି ହିଁ ଫେଲ ହୋଇଛି । ଶେଷରେ ସେ ନିଜର ପିତା ରାକେଶ ରୋଶନଙ୍କ ପାଖରେ ଅଛନ୍ତି ।

ସୁଜୈନ ଖାନ

ସୁଜୈନ ଖାନ ବଲୀଉଡର ୭୦ ଦଶକର ହିରୋ ସଞ୍ଜୟ ଖାନଙ୍କ ଝିଅ ଅଟନ୍ତି । ସୁଜୈନ ଓ ଋତିକଙ୍କ ବିବାହ ୨୦୦୦ରେ ହୋଇଥିଲା । ଏହି ବିବାହରେ ଦୁଇ ଜଣଙ୍କର ଦୁଇଟି ପୁଅ ବି ହୋଇଛି । କିନ୍ତୁ ବିବାହରେ ସମସ୍ୟା ଆସିବା ପରେ ଋତିକ ଓ ସୁଜୈନ ୨୦୧୪ରେ ଡିଭୋର୍ସ ନେଇଗଲେ । ତଲାକ ପରେ ବର୍ତ୍ତମାନ ସୁଜୈନ ନିଜ ପିତା ସଞ୍ଜୟ ଖାନଙ୍କ ସହ ରହୁଛନ୍ତି ।

ସୌଂଦର୍ୟା ରଜନୀକାନ୍ତ

ସୌଂଦର୍ୟା ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଅଟନ୍ତି । କହିଦେଉଛୁ କି ରଜନୀକାନ୍ତଙ୍କର ଦୁଇଟି ଝିଅ ଅଛନ୍ତି । ଏମାନଙ୍କ ମଧ୍ୟରେ ସୌଂଦର୍ୟାଙ୍କ ବିବାହ ୨୦୧୦ରେ ଆଶ୍ୱିନ ରାଜକୁମାରଙ୍କ ସହିତ ହୋଇଥିଲା । ବିବାହରେ ଦୁଇ ଜଣଙ୍କର ଏକ ପିଲା ବି ଅଛି । କିନ୍ତୁ କିଛି ସମୟ ପରେ ନିଜର କିଛି ପର୍ସନାଲ କାରଣରୁ ୨୦୧୭ରେ ଦୁଇ ଜଣ ଡିଭୋର୍ସ ନେଇଗଲେ । ଡିଭୋର୍ସ ପରେ ସୌଂଦର୍ୟା ନିଜର ପିତା ରଜନୀକାନ୍ତଙ୍କ ଘରେ ହିଁ ରହୁଛନ୍ତି ।

ପୂଜା ବେଦୀ

ଅଭିନେତ୍ରୀ ପୂଜା ବେଦୀ ଗତ ଜମାନାର ଜଣେ ଜଣା ଶୁଣା ଅଭିନେତା ଓ ବର୍ତ୍ତମାନର ବିଜନେସମ୍ୟାନ କବୀର ବେଦୀଙ୍କ ଝିଅ ଅଟନ୍ତି । ପୂଜା ୧୯୯୪ରେ ଫରହାନ ଫର୍ନୀଚରୱାଲାଙ୍କ ସହ ବିବାହ କରିଥିଲେ । କିନ୍ତୁ ପରେ ୨୦୧୩ରେ ଦୁଇ ଜଣଙ୍କର ଡିଭୋର୍ସ ବି ହୋଇଗଲା । ଏହି ବିବାହରେ ତାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । ଏମିତିରେ ପୂଜା ତଲାକ ପରେ ନିଜ ପିତା କବୀର ବେଦୀଙ୍କ ସହିତ ରହୁଛନ୍ତି ।

କରିଶ୍ମା କପୁର

୯୦ ଦଶକର ଲୋକପ୍ରିୟ ଓ ସୁନ୍ଦର ଅଭିନେତ୍ରୀ କରିଶ୍ମା କପୁରଙ୍କ ଭାଗ୍ୟ ବି ବିବାହ ମାମଲାରେ ବହୁତ ଖରାପ ରହିଛି । କରିଶ୍ମା ୨୦୦୩ରେ ସଞ୍ଜୟ କପୁରଙ୍କ ସହ ବିବାହ କରିଥିଲେ । କିନ୍ତୁ ୨୦୧୬ରେ ଦୁଇ ଜଣଙ୍କର ଡିଭୋର୍ସ ହୋଇଗଲା । ଏହି ବିବାହରେ କରିଶ୍ମାଙ୍କର ଦୁଇଟି ସନ୍ତାନ ବି ଅଛନ୍ତି । କିନ୍ତୁ ବର୍ତ୍ତମାନ କରିଶ୍ମା ବି ନିଜ ପିତାଙ୍କ ସହ ରହୁଛନ୍ତି ।