ଦୀପାବଳିରେ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରନ୍ତୁ ଏହି ସରଳ ଉପାୟ, ବର୍ଷସାରା ହେବ ନାହିଁ ଟଙ୍କାର ଅସୁବିଧା

୨୭ ଅକ୍ଟୋବର ୨୦୧୯ରେ ଦୀପାବଳି ପାଳନ କରାଯିବ । ଏହି ଦିନରେ ମାତା ଲକ୍ଷ୍ମୀଙ୍କର ପୂଜା ଅର୍ଚନା କରି କୃପା ପ୍ରାପ୍ତ କରିବା ପାଇଁ ଲୋକମାନେ ଭିନ୍ନ ଭିନ୍ନ ପ୍ରକାରର ଉପାୟ ବି ଆପଣାଇ ଥାନ୍ତି । ଏମିତି କୁହାଯାଏ କି ମାତା ଲକ୍ଷ୍ମୀ ଯଦି କୌଣସି ବ୍ୟକ୍ତି ଉପରେ ପ୍ରସନ୍ନ ହୋଇ ଯାଆନ୍ତି ତେବେ ତା’ର ଜୀବନରେ କେବେ ବି ଧନ ସମ୍ବନ୍ଧିତ ସମସ୍ୟା ଉତ୍ପନ୍ନ ହୋଇ ନ ଥାଏ ।

ଦୀପାବଳି ଦିନ ଯଦି ଶୁଭ ମୂହୁର୍ତ୍ତରେ ସଠିକ ବିଧି ବିଧାନ ପୂର୍ବକ ଲକ୍ଷ୍ମୀଙ୍କର ପୂଜା କରାଯାଏ ତେବେ ଘରେ କେବେ ବି ଧନର ଅସୁବିଧା ହେବ ନାହିଁ । ଆଜି ଆମେ ଶାସ୍ତ୍ରରେ କୁହାଯାଇଥିବା କିଛି ସରଳ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଆସନ୍ତୁ ଜାଣିବା ଦୀପାବଳିରେ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ କରିବେ କେଉଁ ସବୁ ଉପାୟ

·    ଯଦି ଆପଣ ଚାହୁଁଛନ୍ତି କି ଆପଣଙ୍କ ଉପରେ ଦେବୀ – ଦେବତାଙ୍କର କୃପା ଦୃଷ୍ଟି ସବୁବେଳେ ରହୁ ତେବେ ଏହି ସ୍ଥିତିରେ ଆପଣ ଦୀପାବଳି ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି, ପାଣିରେ ଅଳ୍ପ କଞ୍ଚା କ୍ଷୀର, ରାଶି ଓ ଗଙ୍ଗା ପାଣି ମିଶାଇ ସେହି ପାଣିରେ ସ୍ନାନ କରି ନିଅନ୍ତୁ । ସ୍ନାନ କରିବା ପରେ ଆପଣ ନୂଆ କପଡା ପରିଧାନ କରି ସୂର୍ଯ୍ୟ ଦେବତାଙ୍କୁ ଜଳ ଅର୍ପଣ କରନ୍ତୁ ।

ଏହା ପରେ ଆପଣ ଅଶୋକ ଗଛର ପତ୍ରକୁ ଆଣି ମାଳ କରନ୍ତୁ ଓ ନିଜ ଘରର କବାଟରେ ଲଗାଇ ଦିଅନ୍ତୁ । ଏହା ଛଡା ଆପଣ ଦୀପାବଳି ରାତିରେ ମୁଖ୍ୟ ଦ୍ଵାରର ଦୁଇ ପଟେ ଦୀପ ଲଗାନ୍ତୁ ଓ ଘରର ଆଖ ପାଖରେ ଥିବା ମନ୍ଦିରରେ ବି ଦୀପ ଲଗାନ୍ତୁ । ଏହା ଦ୍ଵାରା ଆପଣଙ୍କ ଉପରେ ଦେବୀ ଦେବତାଙ୍କର ଆଶୀର୍ବାଦ ରହିବ ।

·    ଦୀପାବଳି ଦିନ ଦୀପ ଜଳାଇବା ର ବହୁତ ଅଧିକ ହିଁ ମହତ୍ଵ ଅଛି । ଯଦି ଆପଣ ଅଗଣାରେ ଦୀପ ଲଗାଉଛନ୍ତି ତେବେ ଧ୍ୟାନ ରଖିବେ କି ରାତି ସାରା ଏହି ଦୀପ ଜଳିବା ଉଚିତ  । ଘରର ଚଉରାରେ ରାତିରେ ଦୀପ ଅବଶ୍ୟ ଲଗାନ୍ତୁ । ଏହା ଦ୍ଵାରା ଧନ ସମ୍ବନ୍ଧିତ ସମସ୍ୟା ଦୂର ହୋଇଯାଏ । ଏହା ଛଡା ବେଲ ଗଛ ତଳେ ଦୀପ ଲଗାଇବା ଦ୍ଵାରା ଭଗବାନ ଶିବଙ୍କର କୃପା ଅବଶ୍ୟ ମିଳିଥାଏ ।

·    ଯଦି ଆପଣ ମହାଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବାକୁ ଚାହୁଁଛନ୍ତି ତେବେ ଆପଣ ଘରର ପୂଜା ସ୍ଥଳରେ ଦୀପ ନିଶ୍ଚିତ ଜଳାନ୍ତୁ ଓ ଏହି ଦୀପକୁ ରାତିସାରା ଜଳିବାକୁ ଦିଅନ୍ତୁ । ଏହା ଛଡା ଆପଣ ଦୀପାବଳି ଦିନ ମାତା ଲକ୍ଷ୍ମୀଙ୍କର କୌଣସି ମନ୍ଦିରରେ ୩ଟି ଝାଡୁ ଦାନ ଅବଶ୍ୟ କରି ପାରିବେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।