ଦୀପାବଳି ପୂର୍ବରୁ ନିଶ୍ଚିତ କରନ୍ତୁ ଏହି ୫ ଟି ଜିନିଷର ସପିଙ୍ଗ, ଏସବୁ ବିନା ଅଧୁରା ଅଟେ ଆପଣଙ୍କ ଦୀପାବଳି

ଦେଶର ସବୁଠୁ ବଡ ପର୍ବ ଦୀପାବଳି ଆଉ କିଛି ଦିନ ପରେ ଆସିବାର ଅଛି । ଲୋକମାନେ ବର୍ତ୍ତମାନ ଠାରୁ ହିଁ ନିଜ ଘରେ ଦୀପାବଳିର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି । ଦୀପାବଳି ପର୍ବ ଆମ ସମସ୍ତଙ୍କ ଜୀବନରେ ବହୁତ ମହତ୍ତ୍ଵ ରଖିଥାଏ । ଏହି କଥାକୁ ଧ୍ୟାନରେ ରଖି ଆଜି ଆମେ ଆପଣଙ୍କୁ ଏମିତି ୫ଟି ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ ଆପଣ ଦୀପାବଳି ପୂର୍ବରୁ କିଣି ନିଜ ଘରକୁ ନେଇ ଆସିବା ଉଚିତ ।

ଯଦି ଆପଣ ଏହି ୫ଟି ଜିନିଷକୁ ଦୀପାବଳୀରେ କିଣିବେ ନାହିଁ ତେବେ ଆପଣଙ୍କୁ ଏହି ଦୀପାବଳିରେ ପୂର୍ଣ୍ଣ ଲାଭ ମିଳିବ ନାହିଁ ।

ଦୀପ :

ଦୀପାବଳି ପର୍ବ ଦୀପ ବିନା ଅଧୁରା ଅଟେ । କୁହାଯାଏ କି ଦୀପାବଳି ଦିନ ସନ୍ଧ୍ୟା ହେବା ମାତ୍ରେ ହିଁ ନିଜ ଘରର ଅଗଣାରେ ଦୀପ ଲଗାଇବା ଦ୍ଵାରା ବହୁତ ଲାଭ ମିଳିଥାଏ । ଏହି ଦୀପ ଖରାପ ଓ ନକରାତ୍ମକ ଶକ୍ତି ଗୁଡିକୁ ଆପଣଙ୍କ ଘର ଠାରୁ ଦୂରରେ ରଖିଥାଏ । ଏହା ଦ୍ଵାରା ଘରକୁ ପଜିଟିବ ଏନର୍ଜୀ ଆସିଥାଏ ।

ମାତା ଲକ୍ଷ୍ମୀ :

ଦୀପାବଳିରେ ସବୁଠୁ ମୁଖ୍ୟ କାମ ଅଟେ ମାତା ଲକ୍ଷ୍ମୀଙ୍କର ପୂଜା ପାଠ କରିବା । ଏମିତି କୁହାଯାଏ କି ଏହି ଦିନରେ ଯେଉଁ ବ୍ୟକ୍ତି ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିଥାଏ ତା’ର ଘରେ କେବେ ବି ଟଙ୍କାର ଅଭାବ ହୋଇ ନ ଥାଏ । ସେଥିପାଇଁ ଆପଣ ଦୀପାବଳି ଦିନ ନିଜ ଘରକୁ ମାତା ଲକ୍ଷ୍ମୀଙ୍କୁ ନିଶ୍ଚିତ ରୂପରେ ଆଣନ୍ତୁ । ମା’ଙ୍କୁ ଆପଣ ମୂର୍ତ୍ତି, ଫଟୋ କିମ୍ବା ଚାନ୍ଦିର ମୁଦ୍ରା ରୂପରେ ବି ଘରକୁ ଆଣି ପାରିବେ ।

ପ୍ରସାଦ :

ଦୀପାବଳିରେ ଯେତେବେଳେ ଆପଣ ମାତା ଲକ୍ଷ୍ମୀଙ୍କର ପୂଜା କରିବେ ତେବେ ତାଙ୍କ ସାମ୍ନାରେ ପ୍ରସାଦ ରୂପରେ ଅତି କମ ରେ ୫ ପ୍ରକାରର ଫଳ ନିଶ୍ଚିତ ରଖିବେ । ଏହା ସହିତ ଆପଣଙ୍କୁ କିଛି ମିଠା ବି ରଖିବାକୁ ପଡିବ । ଏହା ଦ୍ଵାରା ମାତା ପ୍ରସନ୍ନ ହୋଇଥାନ୍ତି ।

ମୁରୁଜ :

ଦୀପାବଳିରେ ଘର ସାମ୍ନାରେ ମୁରୁଜ ପକାନ୍ତୁ । ଏହା ଦ୍ଵାରା କେବଳ ଶୁଭ ହୋଇ ନ ଥାଏ, ମାତା ଲକ୍ଷ୍ମୀ ମଧ୍ୟ ଆପଣଙ୍କ ଘରକୁ ଆସିଥାନ୍ତି । ଯେତେବେଳେ ଆପଣ ମୁରୁଜ ପକାଉଛନ୍ତି ସେଥିରେ ମା’ଙ୍କର ପାଦ ଚିହ୍ନ ଅବଶ୍ୟ ଆଙ୍କନ୍ତୁ ।

ନୂଆ କପଡା :

ଦୀପାବଳିରେ ନୂଆ କପଡା ପିନ୍ଧି ମାତା ଲକ୍ଷ୍ମୀଙ୍କର ପୂଜା କରିବା ଉଚିତ । ସେଥିପାଇଁ ଦୀପାବଳି ଆସିବା ପୂର୍ବରୁ ହିଁ ନିଜ ପାଇଁ ନୂଆ କପଡା କ୍ରୟ କରି ନିଅନ୍ତୁ । ଏଥିପାଇଁ ଆପଣ ଯେ କୌଣସି ରଙ୍ଗର କପଡା ବାଛି ପାରିବେ, କିନ୍ତୁ ହଳଦିଆ, ଲାଲ, ନାରଙ୍ଗି ସବୁଠୁ ଶୁଭ ହୋଇଥାଏ । ଏହା ଛଡା କଳା ଓ ମାଟିଆ ରଙ୍ଗର କପଡା ଦୀପାବଳିରେ ପିନ୍ଧନ୍ତୁ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।