ଦିନେ ମାଟ୍ରିକ ଫେଲ ହେଇଥିବା ପିଲା ଆଜି ସେ କେମିତି ହେଲେ ଡାକ୍ତର, ଜାଣନ୍ତୁ SCB ର ଏହି ଡାକ୍ତରଙ୍କ ସଙ୍ଘର୍ଷର କାହାଣୀ

ନମସ୍କାର ବନ୍ଧୁଗଣ । ଆଜି ଆମେ ଆପଣ ମାନଙ୍କ ପାଇଁ ଏମିତି ଏକ ଘଟଣା ନେଇ ଆସିଛୁ ଯେଉଥିରେ ଜଣେ ମାଟ୍ରିକ ଫେଲ ହୋଇଥିବା ବ୍ୟକ୍ତି ଏସିବି ମେଡିକାଲର ଡାକ୍ତର ଭାବେ ନିଯୁକ୍ତ ହୋଇଛନ୍ତି । ନିଜର ଆତ୍ମବିଶ୍ଵାସ ଓ ମନୋବଳ ପାଇଁ ଆଜି ସେହି ଡାକ୍ତର ଜଣକ ମାଟ୍ରିକ ଫେଲ ହୋଇ ମଧ୍ୟ ଏସିବି ମେଡିକଲର ଜଣେ ପ୍ରଫେସର ହୋଇ ପଡ଼ିଛନ୍ତି ।

ଏହି କାହାଣୀଟି ହେଉଛି ଡାକ୍ତର ଜ୍ୟୋର୍ତିମୟ ନାୟକ ଯିଏ ୧୯୯୦ ମସିହାରେ ମାଟ୍ରିକ ଫେଲ ହେବା ପରେ ପୁଣି ଥରେ ମାଟ୍ରିକ ପରୀକ୍ଷା ଦେଇ ପ୍ରଥମ ସ୍ଥାନ ପାଇଥିଲେ । ଏହା ପରେ ସେ ଯୁକ୍ତ-୨ରେ ମଧ୍ୟ ପ୍ରଥମ ସ୍ଥାନ ପାଇଥିଲେ । ଏହା ପରେ ୧୯୯୫ରେ ସେ ଡାକ୍ତରୀ ପାଠ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ ।

ଡାକ୍ତର ଜ୍ୟୋର୍ତିମୟ ନାୟକ କହିଛନ୍ତି ଯେ ଡାକ୍ତର ହେବ ମହତ କାମ ଅଟେ । ରୋଗୀମାନେ ଚିକିତ୍ସା ହେବା ପାଇଁ ଡାକ୍ତରଙ୍କ ପାଖକୁ କାନ୍ଦି କରି ଆସିଥାନ୍ତି କିନ୍ତୁ ଯିବା ସମୟରେ ହସି ହସି ଯାଇଥାନ୍ତି । ଏସିବିର ଆସିଷ୍ଟାନ୍ତ ପ୍ରଫେସର ଜ୍ୟୋର୍ତିମୟ ନାୟକ କହିଛନ୍ତି ଯେ ଚେଷ୍ଟା ଜାରି ରଖିଲେ ସବୁ କିଛି ସମ୍ଭବ ହୋଇଥାଏ ।

ଡାକ୍ତର ନାୟକ ନିଜ ଜୀବନ କାହାଣୀ ବିଷୟରେ ଆହୁରି ମଧ୍ୟ କହିଛନ୍ତି ଯେ ସେ ଯେତେବେଳେ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲେ ସେହି ସମୟରେ ତାଙ୍କର ମନ ଦୁଖ ହୋଇଥିଲା । ଏହା ପରେ ତାଙ୍କ ସାଙ୍ଗ ମାନେ ତାଙ୍କୁ ବହୁତ କମେଣ୍ଟ କରି ଅନେକ କଥା କହିଥିଲେ । ନିଜ ବନ୍ଧୁଙ୍କର କମେଣ୍ଟ ତାଙ୍କୁ ଆଗକୁ ବଢିବାରେ ବୁଷ୍ଟ କରିଥିଲା ଯାହା ଫଳରେ ସେ ଆଉ ଥରେ ପରୀକ୍ଷା ଦେଇ ସଫଳ ହେବେ ବୋଲି ନିଷ୍ପତି ନେଇଥିଲେ । ଏହା ପରେ ସେ ନିଜର ଚେଷ୍ଟା ଜାରି ରଖି ଆଜିକା ଡେଟରେ ଏସିବି ମେଡିକାଲରେ ପ୍ରଫେସର ଭାବେ କାମ କରୁଛନ୍ତି ।

ଡାକ୍ତର ନାୟକ ନିଜ ଟ୍ବିଟରରେ ଓ ଫେସବୁକ ଆକାଉଣ୍ଟରେ ସେହି ବିଦ୍ୟାର୍ଥୀ ମାନଙ୍କ ପାଇଁ ଏମିତି କିଛି ଲେଖିଛନ୍ତି ଯେ ଯେଉଁ ମାନେ ପରୀକ୍ଷାରେ ମାର୍କ କମ ଥିବାରୁ ଆନ୍ଦୋଳନ କରୁଛନ୍ତି ବା କୌଣସି ଭୁଲ ନିଷ୍ପତି ନେଉଛନ୍ତି ସେମାନଙ୍କୁ ପୁଣି ଥରେ ନିଜ ଜୀବନରେ ହାର ନ ମାନି ଆଗକୁ ବଢିବା ପାଇଁ କହିଛନ୍ତି । ନିଜର ଦୃଢ ମନୋବଳ ଓ ଚେଷ୍ଟା ଦ୍ଵାରା ସବୁ କିଛି କରି ହେବ ବୋଲି ଡାକ୍ତର ନାୟକ ନିଜ ମତରେ କହିଛନ୍ତି ।

ଡାକ୍ତର ନାୟକ ଯିଏ ଏସିବି ମେଡିକାଲର ଜଣେ ସର୍ଜରୀ ଡାକ୍ତର ଏଭଳି ସମୟରେ ନିଜର ଜୀବନ କାହାଣୀ ବିଷୟରେ ଶେୟାର କରିଛନ୍ତି ଯେଉଁ ମାନେ ପରୀକ୍ଷାରେ ନମ୍ବର କମି ଥିବାରୁ ହାରାସ ହୋଇ ପଡ଼ୁଛନ୍ତି ସେମାନେ ପୁଣି ଥରେ ନିଜର ଇଚ୍ଛା ଶକ୍ତିକୁ ଦୃଢ କରି ଜୀବନରେ ସଫଳ ହେବା ପାଇଁ ପ୍ରୟାସ ଜାରି ରଖିବା ଉଚିତ ।

ଡାକ୍ତରଙ୍କ ଏହି କାହାଣୀ ମାଧ୍ୟମରେ ବିଦ୍ୟାର୍ଥୀ ମାନଙ୍କ ପାଇଁ ନିହାତି ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହେବା ସହ ମନରେ ପ୍ରେରଣା ମଧ୍ୟ ଆଣିଦେବ । ଏହା ସହ ସେ କହିଛନ୍ତି ଯେ “ମୁଁ ମାଟ୍ରିକ ପରୀକ୍ଷାରେ ଫେଲ ହୋଇଥିଲି ସତ କିନ୍ତୁ ନିଜର ଦୃଢ ମନୋବଳ ପାଇଁ ଆଜି ମୁଁ ଡାକ୍ତର ହୋଇ ପାରିଛି” । ବନ୍ଧୁଗଣ ଆମର ଏହି ଲେଖାଟି ଆପଣଙ୍କୁ ପ୍ରେରିତ କରିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।