କଣ ଆପଣ ବି ଡାଇବେଟିସ ର ଶିକାର ନୁହଁନ୍ତି ତ, ଜାଣନ୍ତୁ ଏହାର ୧୦ ଟି ମୁଖ୍ୟ ଲକ୍ଷଣ ?

ଆପଣ ସମସ୍ତେ ଜାଣିଥିବେ ପୁରା ଦୁନିଆରେ ବହୁତ ପ୍ରକାରର ରୋଗ ଦେଖା ଯାଇଥାଏ, ଆଜିର ସମୟରେ ଏକ ଏମିତି ରୋଗ ଅଛି ଯିଏ ପୁରା ଦୁନିଆରେ ବହୁତ ଶୀଘ୍ର ତାର ସଂଖ୍ୟା ବଢାଇବାରେ ଲାଗିଛି ଓ ଦିନକୁ ଦିନ ଲୋକ ଏହାର ଶିକାର ହେଉଛନ୍ତି । ଆଜ୍ଞା ହଁ, ତାହା ହେଉଛି ଡାଇବେଟିସ । ପ୍ରତ୍ୟେକ ମଣିଷକୁ ଡାଇବେଟିସ ହେଲେ କିଛି ଅଲଗା ଅଲଗା ପ୍ରକାରର ଲକ୍ଷଣ ଦେଖା ଯାଇଥାଏ । ଯଦି ଏହି ଲକ୍ଷଣ ମଧ୍ୟରୁ ଆପଣଙ୍କ ଶରୀରରେ କିଛି ଦେଖାଯାଉଥାଏ ଆପଣଙ୍କୁ ପୁରା ସାବଧାନ ହେବାର ଆବଶ୍ୟକତା ଅଛି । ଡାଇବେଟିସର ରୋଗୀଙ୍କୁ ସାମାନ୍ୟ ଲକ୍ଷଣ ଦେଖା ଯାଇଥାଏ । ଆଜି ଆମେ ଆପଣଙ୍କୁ ସେହି ସବୁ ଲକ୍ଷଣ ବିଷୟରେ କହିବାକୁ ଯାଉଛୁ ଯାହା ଏକ ଡାଇବେଟିସ ଶିକାର ରୋଗୀଙ୍କ ମଧ୍ୟରେ ଦେଖା ଯାଇଥାଏ ।

ଡାଇବେଟିସ ହୋଇଥିଲେ ମୁଖ୍ୟତଃ ଏହି ୧୦ ଟି ଲକ୍ଷଣ ଦେଖା ଯାଇଥାଏ

ଯଦି ଆପଣଙ୍କୁ ହଠାତ ଅତ୍ୟଧିକ ପରିସ୍ରା ର ସମସ୍ୟା ଉତ୍ପନ୍ନ ହୁଏ ତେବେ ଆପଣ ନିଜର ଡାଇବେଟିସ ର ଚେକଅପ ଅବଶ୍ୟ କରାନ୍ତୁ ।

ଯଦି ଆପଣଙ୍କୁ ଅତ୍ୟଧିକ ଶୋଷ ଲାଗିଥାଏ ତେବେ ଆପଣ ଡାଇବେଟିସର ଶିକାର ହୋଇ ପାରନ୍ତି ।

ସବୁବେଳେ ଭୋକ ଲାଗିବା ଡାଇବେଟିସର ଏକ ମୁଖ୍ୟ ଲକ୍ଷଣ ଅଟେ ।

ଯଦି ଆପଣଙ୍କର ଶରୀରର ଓଜନ କମିବା ଆରମ୍ଭ ହୋଇଯାଇଛି ତେବେ ଆପଣଙ୍କୁ ସତର୍କ ରହିବାର ଆବଶ୍ୟକତା ଅଛି  କାରଣ ଏହା ଡାଇବେଟିସ ହୋଇଥିଲେ ହୋଇଥାଏ । ନିଜର ଚେକଅପ ଅବଶ୍ୟ କରାନ୍ତୁ ।

ମଣିଷ ଶାରୀରିକ କାର୍ଯ୍ୟ କଲେ ଜଲଦି ଥକିଯାଇଥାଏ କିନ୍ତୁ ଯଦି ଆପଣ ସାମାନ୍ୟରୁ ଅଧିକ ଥକାପଣର ଅନୁଭବ କରିଥାନ୍ତି ତେବେ ଆପଣଙ୍କୁ ନିଜର ଚେକଅପ କରାଇନେବା ଆବଶ୍ୟକ ।

କାର୍ଯ୍ୟ କରିବା ପାଇଁ ରୁଚି ହେବା ଆବଶ୍ୟକ ଅଟେ କିନ୍ତୁ କୌଣସି ସମସ୍ୟା  ନ ହୋଇ ମଧ୍ୟ କୌଣସି କାର୍ଯ୍ୟକୁ କରିବାରେ ମନ ଲାଗୁନାହିଁ ଓ ଏକାଗ୍ରତା ହେଉନାହିଁ ତେବେ ଆପଣ ନିଜର ଡାଇବେଟିସର ଚେକଅପ ଅବଶ୍ୟ କରାନ୍ତୁ ।

ଯଦି ଆପଣଙ୍କ ହାତ ଗୋଡ ଅତ୍ୟଧିକ ଶୁଷ୍କ ହେଇଯାଉଛି ତେବେ ଏହା ଏକ ଭାରି ସମସ୍ୟା ଅଟେ ।

ଦୃଷ୍ଟି ଶକ୍ତି କମ ହୋଇଯିବା ଅର୍ଥାତ ଆପଣଙ୍କୁ ଜିନିଷଗୁଡିକ ଝାପସା ଝାପସା ଦେଖାଯିବା ବି ଡାଇବେଟିସର ଲକ୍ଷଣ ଅଟେ ।

ଶରୀରରେ ହେଉଥିବା କ୍ଷତ ଜଲଦି ଭଲ ନ ହେବା ବି ଡାଇବେଟିସର ଏକ ମୁଖ୍ୟ ଲକ୍ଷଣ ଅଟେ । ଯଦି ଏମିତିକା ଲକ୍ଷଣ ଆପଣଙ୍କ ଶରୀରରେ ମିଳିଥାଏ ତେବେ ଆପଣ ଅବଶ୍ୟ ଡାକ୍ତରଙ୍କୁ ଦେଖାନ୍ତୁ ।

ଡାଇବେଟିସ ରେ ହେଉଥିବା ୧୦ ଟି ମୁଖ୍ୟ ଲକ୍ଷଣ ଆମେ ଆପଣଙ୍କୁ ଜଣାଇଲୁ, ଯଦି ଏହି ଲକ୍ଷଣ ମଧ୍ୟରୁ କୌଣସି ବି ଲକ୍ଷଣ ଆପଣଙ୍କୁ ବା ଆପଣଙ୍କର କୌଣସି ପ୍ରିୟ ଜନଙ୍କ ଶରୀରରେ ଦେଖାଯାଏ ତେବେ ଡାଇବେଟିସ ର ଚେକ ଅପ ଅବଶ୍ୟ କରାନ୍ତୁ ।

ଆମେ ଆଶା କରୁଛୁ କି ଆମର ଏହି ଲେଖା ଆପଣଙ୍କୁ ପସନ୍ଦ ଆସିଥିବ । ଆପଣ ନିଜ ମିତ୍ରଙ୍କ ସାଥିରେ ଆମର ଏହି ଲଖାକୁ ଅବଶ୍ୟ ସେୟାର କରନ୍ତୁ, ଆମ ପେଜକୁ ଲାଇକ କରି ଆମକୁ ଉସ୍ଚାହିତ କରନ୍ତୁ ଯାହା ଦ୍ଵାରା ଆମେ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଆହୁରି ଅନେକ ତଥ୍ୟ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ ।