ଜାଣନ୍ତୁ Diabetes କୁ କେମିତି କରିବେ କଣ୍ଟ୍ରୋଲ- Dr Sunil Kumar Shukla

ଆଜିକାଲି ପ୍ରତେକ ବ୍ୟକ୍ତିକୁ ଡାଇବେଟିସ ରୋଗ ହେଉଛି । କିଛି ଲୋକ ମାନେ ଅଧିକ ମିଠା ଜାତୀୟ ଖାଦ୍ଯ ଖାଇଥାଉ ସେମାନଙ୍କ ଠାରେ ଡାଇବେଟିସ ଅଧିକ ଦେଖା ଯାଉଛି । ଡାଇବେଟିସକୁ ମଧୁମେହ ରୋଗ ମଧ୍ୟ କୁହାଯାଏ ।

ଡାଇବେଟିସରେ ଅଧିକ ସୁଗର ଲେବଲ ରହିଲେ ଅଧିକ ଶୋଷ ଲାଗିବା, ଚର୍ମ ଜନିତ କୌଣସି ସମସ୍ଯା ଦେଖାଯିବା ଆଦି ଲକ୍ଷଣ ଦେଖାଯାଏ । ଡାଇବେଟିସ ମୁଖ୍ୟତ ୩ ପ୍ରକାର ହୋଇଥାଏ । ପ୍ରଥମେ ହେଉଛି ଟାଇପ-୧ ଯାହା ଜନ୍ମରୁ ହୋଇଥାଏ ଯାହା ଦ୍ଵାରା ଶରୀରରେ ସେଲରେ ଇନସୁଲିନ ତିଆରି ହୋଇ ପାରେ ନାହି । ତେଣୁ ସାରା ଜୀବନ ବ୍ୟକ୍ତିକୁ ଇନସୁଲିନ ନେବାକୁ ପଡିଥାଏ ।

ଏହା ପରେ ଦିତୀୟରେ ହେଉଛି ଟାଇପ-୨ ବ୍ୟକ୍ତି ଜୀବନର ଶୈଳୀ ଯେଉଁଥିରେ ଅନେକ ପରିବର୍ତ୍ତନ ହେଉଛି । ଏହା ସହ ବ୍ୟକ୍ତିର ଖାଦ୍ଯରେ ମଧ୍ୟ ପରିବର୍ତ୍ତନ ଯୋଗୁ ସୁଗର ଲେବଲ ଅଧିକ ରହିଥାଏ । ଏହା ପରେ ତୃତୀୟରେ ହେଉଛି ଟାଇପ-୩ ଗ୍ଯାସଟିସ୍ନାଲ ଡାଇବେଟିସ ଯାହା ଗର୍ଭବତୀ ମହିଳାଙ୍କ ଠାରେ ଅଧିକ ଦେଖାଯାଏ ।

ଡାଇବେଟିସ ହେବା ଦ୍ଵାରା ବ୍ୟକ୍ତି ଜୀବନରେ ଅନେକ ପରିବର୍ତ୍ତନ ଦେଖାଯାଏ । ରାତିରେ ଅଧିକ ଥର ପରିସ୍ରା ଲାଗିଥାଏ, ମୁହଁ ସୁଖୀ ଯାଉଥିବାରୁ ଶୋଷ ଲାଗିଥାଏ, ଅଧିକ ଭୋକ ଲାଗିଥାଏ, ହାତ ଓ ଗୋଡ ଖଣ୍ଡିଆ ହେବା ଆଦି ଲକ୍ଷଣ ଦେଖାଯାଏ । ଏହା ଦ୍ଵାରା ଯେଉଁ ମାନଙ୍କର ଯଦି ଖଣ୍ଡିଆ ହୋଇଥାଏ ତେବେ ସେମାଙ୍କର ଘା ଶୁଖିବାକୁ ଅଧିକ ସମୟ ଲାଗିଥାଏ । ଏହା ଛଡା ଡାଇବେଟିସ ହେଲେ ଆଖିର ପାୱାର ମଧ୍ୟ କମ ହୋଇଥାଏ ଯାହା ଫଳରେ ବ୍ୟକ୍ତି ଅନେକ ସମସ୍ୟାର ସମୁଖିନ୍ନ ହୋଇଥାଏ । ଡାଇବେଟିସ ଭିନ୍ନ କାରଣରୁ ହୋଇଥାଏ ।

ଯଦି ବ୍ୟକ୍ତି କିଛି କମ ନ କରି କେବଳ ଶୋଇ ରୁହେ ବା ବସି ରୁହେ କିମ୍ବା ଅଧିକ ତେଲ, ମିଠା ଜାତୀୟ ଖାଦ୍ଯ ବା ବାହାର କିଛି ଜଙ୍କ ଫୁଡ ଖାଇଲେ ମଧ୍ୟ ଡାଇବେଟିସ ହୋଇଥାଏ । ଡାଇବେଟିସ ଏକ ଏମିତି ରୋଗ ଯେଉଁଥିରେ ସୁଗାର ଲେବଲ ଅଧିକ ବା କମ ହେବା ଉଚିତ ନୁହେ । ଯଦି ବ୍ୟକ୍ତି କିଛି ନ ଖାଇ ଡାଇବେଟିସ ଟେଷ୍ଟ କରିଥାଏ ତେବେ ୧୧୦\୭୦ ଆସିଲେ ଡାଇବେଟିସ ନର୍ମାଲ ହୋଇଥାଏ । ଏହା ପରେ ବ୍ୟକ୍ତି ଖାଦ୍ୟା ଖାଇବାର ୨ ଘଣ୍ଟା ପରେ ଟେଷ୍ଟ କରିଲେ ସୁଗର ଲେବଲ ୧୧୦ରୁ ଅଧିକ ଓ ୧୪୦ରୁ କମ ରହିଲେ ଡାଇବେଟିସ ନରମାଲ ରହିଥାଏ । ଡାଇବେଟିଏରେ ଆଉ ଏକ ଟେଷ୍ଟ ହୋଇଥାଏ ଯାହାକୁ hba1c କୁହାଯାଏ ଯାହା ୩ ମାସରେ ଠାରେ ହୋଇଥାଏ ।

ଡାଇବେଟିସ ରୋଗୀ ସବୁଜ ପନିପରିବା ଖାଇବା ସହ ବିନ୍ସର ସେବନ ଅଧିକ କରିବା ଦରକାର । କାରଣ ବିନ୍ସ ଅଧିକ ଫାଇଭର ରହିଥାଏ । ଏହା ଛଡା ଚାଉଳ ଜାତୀୟ ଖାଦ୍ୟ, ମିଠା ଜାତୀୟ ଖାଦ୍ଯ, ଆଳୁ ଖାଇବା ଉଚିତ ନୁହେ । ଏହା ଛଡା ପ୍ରତିଦିନ ବ୍ୟାୟମ ବା ଯୋଗ କରିବା ଉଚିତ । ଯେତେ ସମ୍ଭବ ଯଦି ଚାଲିବାକୁ ସମୟ ବାହାର କରିବା ଆବଶ୍ୟକ ଅଟେ ।

ଯଦି ବ୍ୟକ୍ତିର ୪୦୦ରୁ ୪୫୦ ଯାଏଁ ସୁଗର ଲେବଲ ଅଧିକ ରାହୁଥାଏ ତେବେ ସେହି ବ୍ୟକ୍ତିକୁ ଇନସୁଲିନ ନେବା ଦରକାର ଅଟେ । ନଚେତ ଏହା ହାର୍ଟକୁ ଆଟାକ କରିପାରେ । ତେଣୁ ଡାଇବେଟିସ ରୋଗୀର ସୁଗାର ଲେବଲ ଓ ଗ୍ଳୁକୋଜ ଲେବଲ ସମାନ ଭାବେ ନିୟନ୍ତ୍ରଣ ହୋଇ ରହିବା ଉଚିତ ।

ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଆମର ଏହି ହେଲଥ ଟିପ୍ସଟି ଭଲ ଲାଗିଥାଏ ତେବେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।