ଏମଏସ ଧୋନୀ ଦାନ କରିଥିବା ରାଶି ଉପରେ ଟ୍ରୋଲ କରୁଥିବା ବ୍ୟକ୍ତିଙ୍କୁ ପତ୍ନୀ ସାକ୍ଷୀ ଦେଲେ କଡା ଜବାବ, ଏହିଭଳି ଭାବରେ କରିଲେ

କରୋନା ଭାଇରସ କାରଣରୁ ଭାରତକୁ ୨୧ ଦିନ ପାଇଁ ଲକଡାଉନ କରି ଦିଆଯାଇଛି ଓ ଏହା ୧୪ ଏପ୍ରିଲ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ଦେଶର ବହୁତ ଶ୍ରମିକ ଯେଉଁମାନେ କି ସବୁଦିନ କାମକାର୍ଯ୍ୟ କରି ନିଜର ଘର ଚଳାନ୍ତି ତାଙ୍କୁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡୁଛି । ତାଙ୍କର କାମଧନ୍ଦା ବି ବିଲକୁଲ ବନ୍ଦ ହୋଇ ଯାଇଛି । ଏମିତିରେ ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀ ଏମାନଙ୍କ ସାହାର୍ଯ୍ୟ ପାଇଁ ଆଗକୁ ଆସିଛନ୍ତି ।

ସେ ଶୁକ୍ରବାର ଦିନ ପୁନେର ଏକ ସଂସ୍ଥାକୁ ସାହାର୍ଯ୍ୟ ରୂପରେ ୧ ଲକ୍ଷ ଟଙ୍କା ଧନରାଶି ଦେବା ପାଇଁ ନିର୍ଣ୍ଣୟ ନେଇଛନ୍ତି । ମହେନ୍ଦ୍ର ସିଂହ ଧୋନୀ ୧୦୦ ପରିବାରଙ୍କ ପାଇଁ ଏହି ଧନରାଶି ଦାନ କରିଛନ୍ତି । କିନ୍ତୁ ସୋସିଆଲ ମିଡିଆରେ ଏମଏସ ଧୋନୀଙ୍କୁ ଦାନ କରାଯାଇଥିବା ରାଶିକୁ ନେଇ ଖରାପ ଭାବରେ ଟ୍ରୋଲ କରାଯାଉଛି ।

କହିବାକୁ ଗଲେ ପୁନେର ଏକ ସଂସ୍ଥାକୁ ୧୨.୫୦ ଟଙ୍କାର ଫଣ୍ଡ ଜମା କରିବାର ଥିଲା କିନ୍ତୁ ଏହି ଧନରାଶିକୁ ପୁରା କରିବା ପାଇଁ ୧ ଲକ୍ଷ ରଙ୍କା କମ ପଡୁଥିଲା ତେବେ ଏହି ସମୟରେ ମହେନ୍ଦ୍ର ସିଂହ ଧୋନୀ ନିଜ ତରଫରୁ ୧ ଲକ୍ଷ ଟଙ୍କା ଦାନ କରି ତାଙ୍କୁ ସାହାର୍ଯ୍ୟ କରିଛନ୍ତି । ଏହି ଟଙ୍କା ଦ୍ଵାରା ୧୪ ଦିନ ପର୍ଯ୍ୟନ୍ତ ପାଖାପାଖି ୧୦୦ ଶ୍ରମିକମାନଙ୍କ ପରିବାର ପାଇଁ ଭୋଜନର ବ୍ୟବସ୍ଥା ହୋଇଯିବ ।

କିନ୍ତୁ ଦାନ କରାଯାଇଥିବା ଧନରାଶିକୁ ନେଇ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲ କରାଯାଉଛି । ଏହା ପରେ ତାଙ୍କର ପତ୍ନୀ ସୋସିଆଲ ମିଡିଆରେ ଟ୍ୱୀଟ କରି କ୍ରୋଧ ପ୍ରକାଶ କରିଛନ୍ତି । ମହେନ୍ଦ୍ର ସିଂହ ଧୋନୀ ନିଜ ତରଫରୁ ଏହି ସଂସ୍ଥାକୁ ସାହାର୍ଯ୍ୟ କରିଛନ୍ତି, କିନ୍ତୁ ଏହା ସତ୍ତ୍ୱେ ବି ଧୋନୀ ଲୋକମାନଙ୍କ ଟ୍ରୋଲର ଶିକାର ହୋଇ ଯାଇଛନ୍ତି । ପ୍ରଥମେ ତ ଲୋକମାନେ ତାଙ୍କ ଡୋନେସନ ଉପରେ ଭିନ୍ନ ଭିନ୍ନ କଥା କହୁଛନ୍ତି ।

ଏହା ସହିତ ତାଙ୍କ ଡୋନେସନ ଉପରେ ପ୍ରଶ୍ନ ବି କରୁଛନ୍ତି । ଏହା ସହିତ କହୁଛନ୍ତି କି ମହେନ୍ଦ୍ର ସିଂହ ଧୋନୀ ବହୁତ ଟଙ୍କା ଆୟ କରନ୍ତି ଓ ସେ ବହୁତ ବଡ କ୍ରିକେଟର ବି ଅଟନ୍ତି । କିନ୍ତୁ ମାତ୍ର କେବଳ ୧ ଲକ୍ଷ ଟଙ୍କା ଦାନ କରିଛନ୍ତି । ଯେତେବେଳେ ସୋସିଆଲ ମିଡିଆରେ ଲୋକମାନେ ମହେନ୍ଦ୍ର ସିଂହ ଧୋନୀଙ୍କ ଆଲୋଚନା କରୁଥିଲେ ସେହି ସମୟରେ ଧୋନୀଙ୍କ ପତ୍ନୀ ସାକ୍ଷୀଙ୍କୁ ରାଗ ଆସିଗଲା ଓ ଧୋନୀଙ୍କୁ ଟ୍ରୋଲ କରୁଥିବା ଲୋକଙ୍କ ମୁହଁ ବନ୍ଦ କରିଦେଲେ ।

ଆପଣଙ୍କୁ କହିଦେଉଛୁ କି ସାକ୍ଷୀ ନିଜର ଟ୍ୱୀଟରେ ଲେଖିଲେ କି “ମୁଁ ସମସ୍ତ ମିଡିଆ ହାଉସକୁ ଅନୁରୋଧ କରୁଛି କି ଏହିଭଳି ସମ୍ବେଦନଶୀଳ ସମୟରେ ସେମାନେ ଏହିଭଳି ମିଥ୍ୟା ଖବରକୁ ପ୍ରଚାର କରନ୍ତୁ ନାହିଁ । ଆପଣ ସମସ୍ତଙ୍କୁ ଲଜ୍ୟା ଆସିବା ଉଚିତ । ମୋତେ ଆଶ୍ଚର୍ଯ୍ୟ ଲାଗୁଛି କି ଦାୟିତ୍ଵବାନ ପତ୍ରକାର କେଉଁଠି ହଜିଗଲେ । ମହେନ୍ଦ୍ର ସିଂହ ଧୋନୀଙ୍କ ପତ୍ନୀ ସାକ୍ଷୀ ମିଥ୍ୟା ଖବର ଠାରୁ ଧୋନୀଙ୍କୁ ବଞ୍ଚାଇବା ପାଇଁ କହିଛନ୍ତି ଓ ଅନୁରୋଧ ବି କରିଛନ୍ତି କି ଆପଣ ମିଥ୍ୟା ଖବର ପ୍ରକାଶିତ କରନ୍ତୁ ନାହିଁ ।