ପାକିସ୍ତାନକୁ ହରାଇ Dhoni ଙ୍କୁ ଭଗବାନ ବୋଲି କହି କାନ୍ଦି ପକାଇଲେ Matthew Wade, କିଛି ଏମିତି କହି ଜିତିଲେ କୋଟି କୋଟି ଭାରତୀୟଙ୍କ ହୃଦୟ

ଗତକାଲି ଟି-୨୦ ବିଶ୍ଵକପ୍ ରେ ଅଷ୍ଟ୍ରେଲିଆ ଓ ପାକିସ୍ତାନ ମଧ୍ୟରେ ଖେଳା ଯାଇଥିବା ସେମି ଫାଇନାଲ ମ୍ଯାଚ ଅତ୍ୟନ୍ତ ରୋମାଞ୍ଚକ ଥିଲା । ପାକିସ୍ତାନ ଭଲ ପ୍ରଦର୍ଶନ କରିଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ଖୁବ ଶାନଦାର ଖେଳି ବାଜି ପାଲଟାଇ ଦେଇଥିଲା । ଧୂଆଁଦାର ବ୍ୟାଟିଂ କରିଥିବା ମେଥ୍ଯୁ ୱେଡ ବିଜୟର ଶ୍ରେୟ ଧୋନିଙ୍କୁ ଦେଇ କିଛି ଏମିତି କହିଥିଲେ ଯେ ସମସ୍ତ ଭାରତୀୟଙ୍କ ହୃଦୟ ଜିତି ନେଇଛନ୍ତି ।

ପାକିସ୍ତାନ ପ୍ରଥମେ ବ୍ୟାଟିଂ କରି ଅଷ୍ଟ୍ରେଲିଆ ସାମନାରେ ୧୭୭ ରନ୍ ରେ ଲକ୍ଷ୍ୟ ରଖିଥିଲା । ପ୍ରଥମରୁ ପାକିସ୍ତାନ ହାତରେ ଖେଳ ରହିଥିବା ବେଳେ ଅଷ୍ଟ୍ରେଲିଆ ଖେଳାଳିମାନେ ମିଳିତ ଭାବେ ଖୁବ ଭଲ ପ୍ରଦର୍ଶନ କରି ବାଜି ପାଲଟାଇ ଦେଇଥିଲେ । ମେଥ୍ଯୁ ୱେଡଙ୍କ ଧୂଆଁଦାର ବ୍ୟାଟିଂରେ ପାକିସ୍ତାନ ବୋଲରଙ୍କ ଯାଦୁ କାମ କରି ନଥିଲା ଓ ତାଙ୍କୁ ମ୍ୟାନ ଅଫ ଦି ମ୍ଯାଚ ମିଳିଥିଲା । କିନ୍ତୁ ମେଥ୍ଯୁ ୱେଡ ତାଙ୍କ ଶାନଦାର ପ୍ରଦର୍ଶନର ସମସ୍ତ ଶ୍ରେୟ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଇ କିଛି ଏମିତି କହିଥିଲେ ଯେ ଯାହା ଶୁଣିଲେ ଆପଣଙ୍କ ହୋସ୍ ବି ଉଡିଯିବ ।

ମେଥ୍ଯୁ ୱେଡ କହିଥିଲେ, ‘ଏହି ବର୍ଷ ଆମ ଅଷ୍ଟ୍ରେଲିଆ ଟିମ୍ ଖୁବ ଶାନଦାର ପ୍ରଦର୍ଶନ କରି ଦେଖାଇଛି । ଯାହା ହେତୁ ଆମେ ଏହି ବର୍ଷ ଫାଇନାଲରେ ପହଞ୍ଚି ପାରିଛୁ ଓ ଏଥିପାଇଁ ସମସ୍ତ ସାଥି ଖେଳାଳିଙ୍କୁ ଶୁଭେଚ୍ଛା ଜଣାଉଛି ।’ ଏହାସହ ସେ କହିଥିଲେ କି, ତାଙ୍କ ଟିମ୍ କୁ ଯେତେବେଳେ ସବୁଠୁ ଅଧିକ ଆବଶ୍ୟକତା ଥିଲା ତାଙ୍କ ବ୍ୟାଟରୁ ଖୁବ ରନ୍ ବାହାରି ନଥିଲା । ସେଥିପାଇଁ ତାଙ୍କ ପାଇଁ ଏହା ଠାରୁ ଖୁସିର କଥା ଆଉ କିଛି ନୁହେଁ ।

ତାଙ୍କର ପୁରା ବିଶ୍ବାସ ଥିଲା ଯେ ସେ ଏଥର ନିଶ୍ଚୟ ଭଲ ପ୍ରଦର୍ଶନ କରି ତାଙ୍କ ଟିମ୍ କୁ ବିଜୟ ଆଡକୁ ନେଇଯିବେ । ସେ ନିଜ ପ୍ରଦର୍ଶନର ଶ୍ରେୟ ମହେନ୍ଦ୍ର ସିଂ ଧୋନିଙ୍କୁ ଦେଇଥିଲେ ଓ କହିଥିଲେ କି ସେ ଧୋନିଙ୍କ ଠାରୁ ସବୁବେଳେ କିଛି ନା କିଛି ଶିଖିଛନ୍ତି । କେମିତି ମୁସ୍କିଲ ପରିସ୍ଥିତିରେ ନିଜକୁ ଶାନ୍ତ ରଖି ବିଜୟ ପାଇଁ ମନ ପ୍ରାଣ ଦେଇ ଖେଳିବେ ସେ ଧୋନିଙ୍କ ଠାରୁ ହିଁ ଶିଖିଛନ୍ତି ବୋଲି କହିଥିଲେ ।

ଶେଷରେ ସେ କହିଥିଲେ କି ଯଦି ସେ ମହେନ୍ଦ୍ର ସିଂ ଧୋନିଙ୍କ ଠାରୁ ଏହି ଶିକ୍ଷା ନେଇ ନଥାନ୍ତେ ତେବେ ହୁଏତ ଆଜି ସେ ଟିମ୍ କୁ ବିଜୟ ଦେଇ ପାରି ନଥାନ୍ତେ । ଆପଣଙ୍କୁ ମେଥ୍ଯୁ ୱେଡଙ୍କ ଏହି ବୟାନ କିପରି ଲାଗିଲା ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।