ହୋଇଗଲା ଧୋନୀ ଯୁଗର ପୁରା ଅନ୍ତ, BCCI ବାର୍ଷିକ ଅନୁବନ୍ଧରୁ ବି କରିଲେ ବାହାର, ଏବେ ଏହି ଖେଳାଳିମାନେ ହେବେ ସାମିଲ

ଭାରତର ସବୁଠୁ ଲୋକପ୍ରିୟ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ ଗତ କିଛି ସମୟ ହେବ କ୍ରିକେଟରୁ ଦୂରରେ ଅଛନ୍ତି । ତାଙ୍କର କ୍ରିକେଟରୁ ସନ୍ୟାସ ନେବାର ଖବର ସବୁବେଳେ ବହୁତ ଚର୍ଚ୍ଚାରେ ରହିଥାଏ, କିନ୍ତୁ ବର୍ତ୍ତମାନ ଏମିତି ଏକ ଖବର ସାମ୍ନାକୁ ଆସୁଛି ଯେଉଁଥିରେ ତାଙ୍କର ଫ୍ୟାନମାନଙ୍କ ହୃଦୟ ପୁଣି ଥରେ ଭାଙ୍ଗିପାରେ । କାରଣ ବର୍ତ୍ତମାନ ହୋଇ ଯାଇଛି ଧୋନୀଙ୍କ ଯୁଗର ଅନ୍ତ, BCCI ବାର୍ଷିକ ଅନୁବନ୍ଧରୁ ବି ବାହାର କରିଛନ୍ତି, ଏହା ପରେ ଚାଲନ୍ତୁ ଜାଣିବା ଏଥିରେ କେଉଁ କେଉଁ ଖେଳାଳି ହୋଇଛନ୍ତି ସାମିଲ ।

BCCI ବାର୍ଷିକ ଅନୁବନ୍ଧରୁ କରିଲେ ବାହାର

BCCI ଗୁରୁବାର ଦିନ ଭାରତୀୟ ଖେଳାଳିମାନଙ୍କ ବାର୍ଷିକ ଅନୁବନ୍ଧର ସୂଚୀ ଜାରି କରିଛନ୍ତି । ଅକ୍ଟୋବର ୨୦୧୯ ରୁ ସେପ୍ଟେମ୍ବର ୨୦୨୦ ପର୍ଯ୍ୟନ୍ତ ଏକ ଲିସ୍ଟ ଜାରି କରାଯାଇଛି । ଏଥିରେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ ନାହିଁ । ପୂର୍ବ ଭାରତୀୟ କ୍ୟାପଟେନ ମହେନ୍ଦ୍ର ସିଂହ ଧୋନୀଙ୍କୁ ଏହି ଲିସ୍ଟରୁ ବାହାର କରିବା ପରେ ପୁଣି ଥରେ ତାଙ୍କର ସନ୍ୟାସ ନେବାର ଖବର ଚର୍ଚ୍ଚାରେ ରହିଛି । ମାହିଙ୍କୁ ଗତ ବର୍ଷ A ଗ୍ରେଡ ର କଣ୍ଟ୍ରାକ୍ଟ ମିଳିଥିଲା ।

କିନ୍ତୁ ଏହି ନୂଆ ଅନୁବନ୍ଧରେ କ୍ୟାପଟେନ ବିରାଟ କୋହଲି, ସୀମିତ ଓଭର ପାଇଁ ଭାଇସ କ୍ୟାପଟେନ ରୋହିତ ଶର୍ମା ଓ ଦ୍ରୁତଗାମୀ ବୋଲର ଜସପ୍ରୀତ ବୁମରାହଙ୍କ ଭଳି ଖେଳାଳିଙ୍କୁ A + କ୍ୟାଟାଗୋରୀ ରେ ରଖା ଯାଇଛି । A ଶ୍ରେଣୀରେ ରବିନ୍ଦ୍ରଚରଣ ଅଶ୍ୱିନ, ରବିନ୍ଦ୍ର ଜଡେଜା, ଭୁବନେଶ୍ୱର କୁମାର, ଚଟେଶ୍ୱର ପୁଜାରା, ଅଜିଙ୍କ୍ୟ ରହାଣେ, କେ ଏଲ ରାହୁଲ, ଶିଖର ଧବନ, ମୋମ୍ମଦ ଶମୀ, ଇଶାନ୍ତ ଶର୍ମା, କୁଲଦୀପ ୟାଦବ ଓ ଋଷଭ ପନ୍ତଙ୍କୁ ରଖା ଯାଇଛି ।

ଅନ୍ୟ ପଟେ B + ଶ୍ରେଣୀରେ ଋଧିମାନ ସାହା, ଉମେଶ ୟାଦବ, ଯୁଜବେନ୍ଦ୍ର ଚହଲ, ହାର୍ଦିକ ପାଂଡ୍ୟା ଓ ମୟଙ୍କ ଅଗ୍ରୱାଲ ଭଳି ଖେଳାଳିମାନଙ୍କ ନାମ ରଖା ଯାଇଛି । ଏହା ଛଡା C ଗ୍ରେଡରେ କେଦାର ଜାଧବ ନବଦୀପ ସୈନୀ, ଦୀପକ ଚାହର, ମନୀଷ ପାଣ୍ଡେ, ହନୁମା ବିହାରୀ, ଶାର୍ଦୁଲ ଠାକୁର, ଶ୍ରେୟସ ଅଯ୍ଯର, ୱାଶିଂଗଟନ ସୁନ୍ଦର ଭଳି ଖେଳାଳିମାନଙ୍କ ନାମ ସାମିଲ କରା ଯାଇଛି ।

କିନ୍ତୁ ଏସବୁ ମଧ୍ୟରେ ମହେନ୍ଦ୍ର ସିଂହ ଧୋନୀଙ୍କ ନାମ କେଉଁଠି ବି ନାହିଁ । ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଏମ ଏସ ଧୋନୀ ବର୍ଷ ୨୦୦୩ରୁ ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତଙ୍କ ଫେବରେଟ ଖେଳାଳି ରହିଛନ୍ତି । ଯାହାଙ୍କ ନାମ ଭାରତୀୟ କ୍ରିକେଟ ଇତିହାସରେ ଲିପିବଦ୍ଧ ହେବ । ମହେନ୍ଦ୍ର ସିଂହ ଧୋନୀ ଯେତେ ଭଲ ଖେଳାଳି ଅଟନ୍ତି ସେତିକି ହିଁ ଭଲ ମଣିଷ ଅଟନ୍ତି । ତାଙ୍କ ବିଷୟରେ କୌଣସି ବି ବିବାଦ ଆଜି ପର୍ଯ୍ୟନ୍ତ ସାମ୍ନାକୁ ଆସି ନାହିଁ । ସେ ପ୍ରାୟତଃ ନିଜ ପରିବାର ସହିତ ମସ୍ତି କରୁଥିବାର ନଜର ଆସିଥାନ୍ତି ।