ଡେଥ ମେସିନକୁ ମିଳିଲା ମଞ୍ଜୁରୀ ! କଣ ରହିଛି ଏହାର ବିଶେଷତ୍ଵ ? ବିନା କୌଣସି କଷ୍ଟରେ କିପରି ପାଇ ପାରିବେ ଇଚ୍ଛା ମୃତ୍ୟୁ

ନମସ୍କାର ବନ୍ଧୁଗଣ । ମୃତ୍ୟୁର ମେସିନ ରହିଛି ଯେଉଁଥିରେ ବିନା କଷ୍ଟରେ ଲୋକ ମାନେ ଏକ ମିନିଟରେ ମାରି ପାରିବେ । ଏଭଳି ଏକ ମେସିନଙ୍କୁ ମଞ୍ଜୁରୀ ଦେଇଛି ସ୍ବୀଜରଲ୍ୟାଣ୍ଡ । କଫିନ ଆକାରର ଏହି ଛୋଟ ମେସିନ ଦ୍ଵାରା ଜଣେ ବ୍ୟକ୍ତି ମାତ୍ର ଏକ ମିନିଟ ରେ ଶାନ୍ତିପୂର୍ଣ୍ଣ ଭାବେ ବିନା କଷ୍ଟରେ ପ୍ରାଣ ତ୍ୟାଗ କରି ପାରିବେ ବୋଲି ମେସିନ ନିର୍ମାଣକାରୀ କମ୍ପାନୀ ତରଫରୁ ସୂଚନା ଦିଆ ଯାଇଛି । ଏଞ୍ଜୀଓ ସଂସ୍ଥା ଏକଜିଟ ଇଣ୍ଟର ନ୍ୟାସନାଲ ନିର୍ଦେଶକ ତଥା ଡାକ୍ତର ଡଏଥ ନାଁ ରେ ପରିଚିତ ଡାକ୍ତର ଫିଲିପ ନିଶ୍ଚେ ପ୍ରସ୍ତୁତ କରିଛନ୍ତି ଏହି ମେସିନ କୁ ।

ଏହି ମେସିନ ର ନାଁ ରହିଛି ସାରକୋ କ୍ୟାପସଲ । କୁହା ଯାଉଛି କି ଏହି ମେସିନ ଭିତରେ ଅମ୍ଳଜାନ ର ସ୍ତର ବହୁତ କମ ହୋଇଯାଏ । ଏହା ସହ ହାଇପୋସ୍କୋପିୟା ଓ ହାଇପୋକେନିୟା ରେ ବ୍ଯକ୍ତିର ମୃତ୍ୟୁ ହୋଇଯାଏ । ଏହା ଭିତରେ ବସିବା ପରେ ମଧ୍ୟ ମେସିନ କୁ ପରିଚାଳିତ କରାଯାଇ ପାରିବ । ଯେଉଁ ମାନେ ଦୁରାରୋଗ ରେ ପୀଡିତ ଅଛନ୍ତି ସେମାନଙ୍କର ସହଜରେ ମୃତ୍ୟୁ ପାଇଁ ଏହି ମେସିନ ସହାୟକ ହେବ ବୋଲି କୁହା ଯାଉଛି ।

ଏବେ ସୁଧା ଦୁଇଟି ସାରକୋ ମେସିନ ପ୍ରତୁତ ହୋଇ ସାରିଥିବା ବେଳେ ଆସନ୍ତା ବର୍ଷ ସୁଧା ଆଉ ଏକ ମେସିନ ତିଆରି ହୋଇଯିବ ବୋଲି କମ୍ପାନୀ ପକ୍ଷରୁ କୁହା ଯାଇଛି । ଯଦି ଏହି ମେସିନ ରେ କୌଣସି ଅସୁବିଧା ନ ହୁଏ ତେବେ ଆସନ୍ତା ବର୍ଷ ସୁଧା ଏହି ମେସିନ ଦେଶରେ ଉପଲଭ ହେବ ବୋଲି ଡାକ୍ତର ଡଏଥ କହିଛନ୍ତି । ଅନ୍ୟ କ୍ଷେତ୍ର ରେ ଡାକ୍ତର ଡଏଥଙ୍କ ମେସିନ କୁ ନେଇ ଅନେକ ଚର୍ଚ୍ଚା ଜୋର ଧରିଛି ।

କିଛି ଲୋକଙ୍କ ମତରେ ମେସିନ ରେ ବ୍ୟବହାର କରାଯାଇ ଥିବା ଟେକନିକକୁ ଭୁଲ କହୁଥିବା ବେଳେ ଅନ୍ୟ କିଛି ଲୋକ ମାନେ କହୁଛନ୍ତି ଏହି ମେସିନ ଆତମହତୟା କୁ ପ୍ରୋଶ୍ଚାହନ ଦେବ । ସ୍ବୀଜରଲ୍ୟାଣ୍ଡ ରେ ଆତମହତୟା ଆଇନତ ସିଦ୍ଧ ଅଟେ । ଗତ ବର୍ଷ ଏଠାରେ ପ୍ରାୟ ୧୩୦୦ ଜଣ ଲୋକ ଆତମହତୟା କରିବାର ସୂଚନା ରହିଛି । ସ୍ବୀଜରଲ୍ୟାଣ୍ଡ ଭଳି ନେଦରଲ୍ୟାଣ୍ଡ, ସ୍ପେନ, ବେଲଜିୟମ, କାନାଡା, କଲମ୍ବିୟା, ଆମେରିକା ର କିଛି ରାଜ୍ୟ ଫ୍ରାନ୍ସ ଓ ନ୍ୟୁଜଲ୍ୟାଣ୍ଡ ଇଚ୍ଛା ମୃତ୍ୟୁ କୁ ମଞ୍ଜୁରୀ ଦେଇ ସାରିଛନ୍ତି ।

ତେବେ ଏହି ମେସିନ ଲୋକ ମାନଙ୍କ ପାଇଁ କେତେ ଭଲ ଓ ଖରାପ ପ୍ରଭାବ ପକାଇବ ତାହା ସମୟ ଅନୁସାରେ ଜଣା ପଡିବ । ବନ୍ଧୁଗଣ ଆପଣ ମାନଙ୍କର ଏହି ଡଏଥ ମେସିନକୁ ନେଇ ମତାମତ କଣ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।