ସ୍ଵାମୀ ଘର ଆଗରେ ଧାରଣାରେ ବସି ମାଣବସା ଗୁରୁବାର ପୂଜା କଲେ ତପସ୍ଵିନୀ, ଦେଖନ୍ତୁ କଣ ହେଲା ଯେତେବେଳେ ସ୍ଵାମୀ-ସ୍ତ୍ରୀ ହେଲେ ମୁହାଁ-ମୁହିଁ, ଦେଖନ୍ତୁ video

ସ୍ଵାମୀଙ୍କ ଘର ଆଗରେ ମାଣ ବସାଇଛନ୍ତି ସ୍ତ୍ରୀ । ଲକ୍ଷ୍ମୀ ପୁରାଣ ଧ୍ୱନିରେ ଫାଟି ପଡୁଛି ଦାଣ୍ଡ ଆଉ ଲାଗିଛି ଫଳମୂଳର ଭୋଗ । ଆଜିକୁ ଚାରି ଦିନ ହେବ ବ୍ରହ୍ମପୁର ବ୍ରହ୍ମାନଗର ଦ୍ଵିତୀୟ ଲେନ୍ ରେ ସ୍ଵାମୀଙ୍କ ଘର ଆଗରେ ଧାରଣାରେ ବସିଛନ୍ତି ପତ୍ନୀ ତପସ୍ଵିନୀ । ମାର୍ଗଶିର ମାସ ପ୍ରଥମ ଗୁରୁବାର ଅବସରରେ ସ୍ଵାମୀଙ୍କ ଘର ସାମନାରେ ବସି ମାଣବସା ଗୁରୁବାର ପୂଜା କରିଛନ୍ତି ତପସ୍ଵିନୀ । ଏକଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ସେପଟେ ତପସ୍ଵିନୀଙ୍କ ସହ ବାହାଘର ହୋଇଥିବା କଥାକୁ ସୁମିତ ଏବଂ ତାଙ୍କ ବାପା ସ୍ଵୀକାର କରିଛନ୍ତି । ଛାଡପତ୍ର ପାଇଁ କୋର୍ଟରେ ଆବେଦନ କରିଥିବା କହିଛନ୍ତି ସୁମିତ । ତପସ୍ଵିନୀ କହିଛନ୍ତି କି, “ସୁମିତ ନିଜ ଲକ୍ଷ୍ମୀଙ୍କୁ ତ ଭିତରକୁ ନେଲେନି ତେଣୁ ଲକ୍ଷ୍ମୀଙ୍କୁ ବାହାରେ ବସାଇ ଥିବାରୁ ମୋତେ ଖରାପ ଲାଗୁଛି । ସେ ଲକ୍ଷ୍ମୀଙ୍କ ଅନାଦର କରିଛନ୍ତି କିନ୍ତୁ ମୁଁ ମୋ ରୀତିନୀତି ଭୁଲିବିନି ।

ସେଥିପାଇଁ ମୁଁ ଘର ବାହାରେ ହେଲେ ବି ଲକ୍ଷ୍ମୀଙ୍କ ପୂଜା କରିଛି । ଏହା ବହୁତ ଲଜ୍ଜାକାରକ କଥା କିନ୍ତୁ ତଥାପି ତାଙ୍କ ମୁଣ୍ଡକୁ ବୁଦ୍ଧି ପଶୁନାହିଁ । ଭଗବାନ ତାଙ୍କୁ ସଦବୁଦ୍ଧି ଦିଅନ୍ତୁ ।” ଏହି କଥାରେ ପ୍ରତିକ୍ରିୟା ରଖି ସୁମିତ କହିଛନ୍ତି, “ଆମ ଘରେ ତାଙ୍କ ଯୋଗୁଁ ପୂଜା ହୋଇ ପାରୁନି । ସେ ଘର ଆଗରେ ଏସବୁ ପ୍ରହସନ କାଇଁ କରୁଛନ୍ତି ?

ସେ ତ ନିଜ ଇଚ୍ଛାରେ ଘରୁ ପଳାଇଲେ ଓ ନିଜ ଇଚ୍ଛାରେ ଆମ ନାଁରେ କେସ୍ ଦେଇଛନ୍ତି । ଆଉ ନିଜ ଇଚ୍ଛାରେ ସାମାଜିକ ଶାନ୍ତି ଭଙ୍ଗ କରି ଏଠାରେ ଆସି ଧାରଣା ଦେଉଛନ୍ତି । କୋର୍ଟ ଥାଉ ଥାଉ କୋର୍ଟ ବିରୋଧରେ ଯାଇ ଆଇନ ଭାଙ୍ଗୁଛନ୍ତି ।” ତେବେ ସୁମିତଙ୍କ ବୟାନରେ ତପସ୍ଵିନୀ ପ୍ରତିକ୍ରିୟା ରଖି କହିଛନ୍ତି କି ଏଭଳି କଥା କହିଥିବାରୁ ସୁମିତଙ୍କୁ ଖରାପ ଲାଗିବା କଥା ।

ସୁମିତଙ୍କ ବାପା ତପସ୍ଵିନୀଙ୍କୁ ନିଜେ ବାହାର କରି ଦେଇଥିଲେ । ତାଙ୍କ ସହ ଅତ୍ୟାଚାର କରିଛ କି ନାହିଁ ନିଜକୁ ନିଜେ ପଚାର ବୋଲି ତପସ୍ଵିନୀ କହିଛନ୍ତି । ସୁମିତ ଆହୁରି ମଧ୍ୟ କହିଛନ୍ତି କି ତପସ୍ଵିନୀ ମୋ ବୁଢୀମା ଓ ମାଙ୍କୁ ବନ୍ଦୀ କଲା ଭଳି ଘରେ ରଖିଛନ୍ତି ଓ ଆମକୁ ମାନସିକ ନିର୍ଯ୍ୟାତନା ଦେଉଛନ୍ତି । ଏନେଇ ତପସ୍ଵିନୀ କହିଛନ୍ତି କି ସେ ତ ତାଙ୍କ ମା ଆଉ ଜେଜେମାଙ୍କୁ ଘର ଆଗଆଡୁ ତାଲା ପକାଇ ରଖି ନାହାନ୍ତି ।

ସେମାନେ ବି ଆସି ପୂଜା କରିପାରିବେ । ଏହାସହ ସୁମିତ ତପସ୍ଵିନୀଙ୍କୁ ମ୍ୟାଡାମ ବୋଲି ସମ୍ବୋଧନ କରିବାରୁ ସେ ଭଡକି ଯାଇଥିଲେ । ମୁଁ ମ୍ୟାଡାମ ନୁହେଁ ତୁମ ସ୍ତ୍ରୀ ବୋଲି ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।