Dhanteras 2021 ଘରକୁ ନେଇ ଆସନ୍ତୁ ଏହି 10 ଟି ଜିନିଷ, ଘରେ ହେବ ଧନର ବର୍ଷା

ପବିତ୍ର ଧନ୍ଵନ୍ତରୀ ଜୟନ୍ତୀ ବା ଧନତେରାସ ଚଳିତ ବର୍ଷ ନଭେମ୍ବର ମାସ ୩ ତାରିଖରେ ପଡିବାକୁ ଯାଉଛି । ହିନ୍ଦୁଧର୍ମ ଅନୁସାରେ ଏହି ଦିନ କିଛି ସୁନା କିମ୍ବା ଜିନିଷ ଘରକୁ ଆଣିବା ଶୁଭ ହୋଇଥାଏ । ପ୍ରାୟ ପ୍ରତ୍ଯେକ ଲୋକ ମଧ୍ୟ ଏହିଦିନ କିଛି ନା କିଛି ଘରକୁ ନିଶ୍ଚୟ କିଣି ଆଣନ୍ତି । ତେବେ ଆଜି ଆମେ ଆପଣଙ୍କୁ କିଛି ଜିନିଷ ବିଷୟରେ କହିବୁ ଯାହା ଏହି ଧନତେରାସ ଦିନ ଘରକୁ ଆଣିବା ଦ୍ଵାରା ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି । ଯାହାଫଳରେ ଘରେ ଧନ ବୃଦ୍ଧି ହେବା ସହ ଘରେ କେବେ ମଧ୍ୟ ଧନର ଅଭାବ ଦେଖାଦିଏ ନାହିଁ ।

ଅନେକ ଲୋକ ଧନତେରାସ ଦିନ ସୁନା, ରୂପା ଓ ପିତ୍ତଳ ଆଦି ଅନେକ ଜିନିଷ ଘରକୁ ଆଣିଥାନ୍ତି । କିନ୍ତୁ ଏହା ବଦଳରେ ଆପଣ ଯଦି ଏକ ଲୁଣ ପାତ୍ର ଘରକୁ ଆଣିବେ ତେବେ ଆପଣଙ୍କ ଧନରେ ବୃଦ୍ଧି ହେବ । କାରଣ ସାମାନ୍ଯ ଲାଗୁଥିବା ଏହି ଲୁଣର ସମ୍ବନ୍ଧ ମା ଲକ୍ଷ୍ମୀଙ୍କ ସହ ରହିଛି । ଧନତେରାସ ଦିନ ଖଣ୍ଡ ହଳଦୀ ଘରକୁ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାଦ୍ବାରା ଆପଣଙ୍କ ଭାଗ୍ୟ ମଧ୍ୟ ବଦଳି ଥାଏ । ସେହିପରି ଗୋମତୀ ଚକ୍ରକୁ ମଧ୍ୟ ଧନତେରାସ ଦିନ ଘରକୁ ଆଣିବା ଦ୍ଵାରା ଧନଧାନ୍ୟରେ ବୃଦ୍ଧି ହୋଇଥାଏ ।

ଏହା ଆପଣଙ୍କୁ ଯେକୌଣସି ପୂଜା ଦୋକାନରେ ସହଜରେ ମିଳିଯାଇ ପାରେ । ଧନତେରାସ ଦିନ ଯଦି ଆପଣ ଶ୍ରୀ ଯନ୍ତ୍ର ଓ କୁବେର ଯନ୍ତ୍ର ଘରକୁ ଆଣି ଧନ ରଖୁଥିବା ସ୍ଥାନରେ ରଖିବେ, ତେବେ ମଧ୍ୟ ଆପଣଙ୍କ ଧନରେ ବୃଦ୍ଧି ହୋଇଥାଏ । ଧନତେରାସ ଏବଂ ଦୀପାବଳି ଦିନ ବିଧିଦିଧାନରେ ପୂଜା କରିବା ପରେ ମା ଲକ୍ଷ୍ମୀ କିମ୍ବା ଭଗବାନ ଗଣେଶଙ୍କ ରୂପା ମୂର୍ତ୍ତି ଆଣି ଘରେ ସ୍ଥାପନ କରିବା ଘରେ କେବେ ମଧ୍ୟ ଧନର ଅଭାବ ହୋଇ ନଥାଏ ଓ ସର୍ବଦା ସୁଖଶାନ୍ତିର ବାତାବରଣ ରହିଥାଏ ।

ଧନତେରାସ ଏବଂ ଦୀପାବଳି ଦିନ ଲଘୁ ନଡିଆ ଆଣି ତାକୁ ଏକ ଲାଲ କପଡାରେ ବାନ୍ଧି ଏପରି ସ୍ଥାନରେ ରଖି ଦିଅନ୍ତୁ ଯେଉଁଠାରେ ସମସ୍ତଙ୍କ ନଜର ପଡୁ ନଥିବ । ଏପରି କରିବା ଦ୍ଵାରା ମା ଲକ୍ଷ୍ମୀ ପ୍ରସନ୍ନ ହେବେ ଓ ଆପଣଙ୍କ ଘରେ ବାସ କରିବେ । ଏହି ଲଘୁ ନଡିଆ ସାଧାରଣ ନଡିଆ ଠାରୁ ସାମାନ୍ୟ ଛୋଟ ହୋଇଥାଏ । ଏହାକୁ ଶ୍ରୀଫଳ ମଧ୍ୟ କୁହାଯାଏ । ଧନତେରାସ କିମ୍ବା ଦୀପାବଳି ଦିନ ରୂପାରେ ତିଆରି ମା ଲକ୍ଷ୍ମୀ ଙ୍କର ଚରଣ ପାଦୁକା ଘରେ ସ୍ଥାପିତ କରନ୍ତୁ ଏବଂ ପ୍ରତିଦିନ ଏହାର ପୂଜା କରନ୍ତୁ ।

ଯଦି ରୂପାର ପାଦୁକା ଆଣିବାକୁ ସକ୍ଷମ ହେଉ ନାହାନ୍ତି ତେବେ ଯେକୌଣସି ପାଦୁକା ଆଣି ଘରେ ସ୍ଥାପନ କରନ୍ତୁ । ଏହାଦ୍ବ୍ରା ଆପଣଙ୍କ ଉପରେ ମା ଲକ୍ଷ୍ମୀଙ୍କର ବିଶେଷ କୃପା ପ୍ରାପ୍ତି ହୋଇଥାଏ । କଉଡିକୁ ମା ଲକ୍ଷ୍ମୀଙ୍କର ପ୍ରତୀକ ବୋଲି ମାନାଯାଏ । ସେଥିପାଇଁ ଏହି ଦିନ କଉଡିକୁ ପୂଜା ଘରେ କିମ୍ବା ସିନ୍ଦୁକରେ ସ୍ଥାପିତ କରିବା ଦ୍ଵାରା ଘରେ ଧନ ବର୍ଷା ହୋଇଥାଏ ।

ଦୁର୍ଲଭ ଶଙ୍ଖ ମୋତି ଶଙ୍ଖର ତନ୍ତ୍ରରେ ଅନେକ ମହତ୍ଵ ରହିଛି । ଏହି ଶଙ୍ଖ ଧନକୁ ଆକର୍ଷିତ କରିଥାଏ । ଏହିଦିନ ମୋତି ଶଙ୍ଖକୁ ପୂଜାଘରେ ସ୍ଥାପନ କରିବା ଦ୍ଵାରା ସମସ୍ତ ମନୋସ୍କାମନା ପୂରଣ ହୋଇଥାଏ । ଧନତେରାସ ଦିନ ଘରକୁ ଝାଡୁ ଆଣିବା ମଧ୍ୟ ଅତ୍ୟନ୍ତ ଶୁଭ ହୋଇଥାଏ । ଏହାକୁ ଆଣି ଏପରି ସ୍ଥାନରେ ରଖନ୍ତୁ ଯେଉଁଠାରେ ବାହାର ଲୋକଙ୍କନଜର ପଡିବନି । ଶେଷରେ ଏକାକୀ ବା ଏକ ଆଖି ନଡିଆ ।

ଏହି ନଡିଆ ଉପରେ ଆଖି ପରି ଏକ ଆକୃତି ଥାଏ । ଧନତେରାସ ଦିନ ଘରେ ଏହି ନଡିଆ ସ୍ଥାପନ କରିବା ଦ୍ଵାରା ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।