ଧନତେରସ ଦିନ କରନିଅନ୍ତୁ ଏହି ଉପାୟ, ଖୋଲିଯିବ ଆପଣଙ୍କର ଭାଗ୍ୟ, ରହିବ ନାହିଁ କୌଣସି ଧନ ସମସ୍ୟା

ଆଗକୁ ଦୀପାବଳି ପର୍ବ ଆସୁଛି ଓ ଏହା ହିନ୍ଦୁମାନଙ୍କର ସବୁଠୁ ଖାସ ଓ ବଡ ପର୍ବ ଅଟେ ସେଥିପାଇଁ ଏହାର ପ୍ରସ୍ତୁତି ବି ବହୁତ ଦିନ ପୂର୍ବରୁ ଆରମ୍ଭ ହୋଇ ଯାଇଥାଏ । କିନ୍ତୁ ପ୍ରକୃତରେ ଦୀପାବଳି ପର୍ବ ଧନତେରସ ଦିନ ହିଁ ଆରମ୍ଭ ହୋଇଥାଏ । ପ୍ରଚଳିତ କଥା ଅନୁସାରେ କାର୍ତ୍ତିକ ମାସ କୃଷ୍ଣ ତ୍ରୟୋଦଶୀ ଦିନ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ନେଇ ପ୍ରକଟ ହୋଇଥିବା ଦେବ ଧନ୍ୱଂତରିଙ୍କର ଆରାଧନାର ପର୍ବକୁ କୁହାଯାଏ ଧନତେରସ ।

ଆପଣଙ୍କୁ କହିଦେଉଛୁ କି ଏହି ପର୍ବ ଧନବର୍ଷା କରିବାର ପ୍ରତୀକ ଅଟେ ଓ ଏମିତି କୁହାଯାଏ କି ଏହି ଦିନରେ ଯଦି ପୁରା ବିଧିବିଧାନ ସହିତ ପୂଜା କରାଯାଏ ତେବେ ନିଶ୍ଚିତ ରୂପରେ ସମୃଦ୍ଧି ଆପଣଙ୍କ ଘରକୁ ଆସିଥାଏ ।

ମହତ୍ୱପୂର୍ଣ ପର୍ବ ଅଟେ ଧନତେରସ

ଆପଣଙ୍କୁ କହିଦେଉଛୁ କି ହିନ୍ଦୁ ଧର୍ମରେ ଦୀପାବଳି ପର୍ବ ଯେତିକ ମହତ୍ୱପୂର୍ଣ ଅଟେ ସେତିକି ହିଁ ମହତ୍ୱପୂର୍ଣ ଧନତେରସ ପର୍ବ ଅଟେ । ଆସନ୍ତା ଦୀପାବଳିର ଠିକ ୨ ଦିନ ପୂର୍ବରୁ ହିଁ ଏହି ପର୍ବ ପାଳନ କରାଯିବ । ଶାସ୍ତ୍ରରେ କୁହାଯାଇଛି କି ଧନତେରସ ଦିନ ଯଦି କୌଣସି ବସ୍ତୁ ଯେମିତି କି ଆଭୂଷଣ, ବାହନ, ନିଜର ଦରକାରୀ ଜିନିଷ ବା ଅନ୍ୟ କୌଣସି ଦାମୀ ବସ୍ତୁ କ୍ରୟ କରି ଘରକୁ ନେଇ ଆସୁଛନ୍ତି ତେବେ ତାହା ବହୁତ ଶୁଭ ହୋଇଥାଏ ।

ଆଜି ଆମେ ଆପଣଙ୍କୁ ଏମିତି କିଛି ଉପାୟ କହିବାକୁ ଯାଉଛୁ ଯାହା ଦ୍ଵାରା ଏହି ଧନତେରସ ପର୍ବରେ ଆପଣଙ୍କ ଘର ଧନ – ଧାନ୍ୟରେ ପରିପୂର୍ଣ ହୋଇଯିବ । ଏହି ଉପାୟକୁ କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ଖୋଲିଯିବ ।

ଧନତେରସ ଦିନ କରନ୍ତୁ ଏହି ଉପାୟ

·    ସର୍ବ ପ୍ରଥମେ ଏହି ଦିନ ଧନ୍ୱଂତରି ଓ କୁବେର ଦେବତାଙ୍କର ପୂଜା କରନ୍ତୁ । କୁହାଯାଏ କି ଯଦି ଆପଣ ଏହି ଦିନରେ କୁବେର ଦେବତା, ଗଣେଶ ଓ ଲକ୍ଷ୍ମୀଙ୍କର କୌଣସି ବି ଫଟୋ ଘରକୁ କିଣି ନେଇ ଆସନ୍ତି ତେବେ ଆପଣଙ୍କ ଘରେ ଧନର କୌଣସି ସମସ୍ୟା ରହିବ ନାହିଁ ।

·    ଏହା ଛଡା ଧନତେରସ ଦିନ ସକାଳୁ ଉଠି ଏହି ୪ଟି ସ୍ଥାନ ନିଶ୍ଚିତ ସଫା କରନ୍ତୁ । ଯେମିତି କି ଘରର ଐଶାନ୍ୟ କୋଣ, ପୂର୍ବ ଦିଗ, ଉତ୍ତର ଦିଗ ଓ ବ୍ରହ୍ମ ସ୍ଥାନକୁ ନିଶ୍ଚିତ ରୂପରେ ସଫା କରନ୍ତୁ ।

·    କହିଦେଉଛୁ କି ଧନତେରସ ଦିନ ଘର କିମ୍ବା ଦୋକାନର ମୁଖ୍ୟ ଦ୍ଵାରରେ ମାତା ଲକ୍ଷ୍ମୀଙ୍କର ପାଦଚିହ୍ନ ଲଗାଇବା ଶୁଭ ହୋଇଥାଏ । ମାତାଙ୍କର ପାଦ ଚିହ୍ନଟି ଘରର ଭିତର ଆଡକୁ ରହିବା ଉଚିତ ।

·    ଧନତେରସ ଦିନ ନୂଆ ଝାଡୁ କ୍ରୟ କରି ଘରେ ଆଣିବା ଦ୍ଵାରା ବହୁତ ଶୁଭ ହୋଇଥାଏ ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।