ଧନକୁ ଚୁମ୍ବକ ପରି ଟାଣେ ଏହି ଗଛ, ବାସ୍ତୁ ଅନୁସାରେ କେଉଁ ଗଛ ଘରେ ଲଗାଇବା ଦ୍ଵାରା ସୁଖଶାନ୍ତି ଓ ଐଶ୍ଵର୍ଯ୍ୟ ପ୍ରାପ୍ତି ହୋଇଥାଏ ? (Vastu Shastra)

ଅନେକ ଲୋକ ତାଙ୍କ ଘର ପାଖେ ସୁନ୍ଦର ବଗିଚା ତିଆରି କରି ଏହାକୁ ଅନେକ ପ୍ରକାର ଗଛଲତାରେ ସଜାଇବାକୁ ପସନ୍ଦ କରିଥାନ୍ତି । କିନ୍ତୁ ବାସ୍ତୁ ଶାସ୍ତ୍ର ଅନୁସାରେ କିଛି ଗଛ ଘର ପାଖରେ ରହିବା ବିପଦ ହୋଇଥାଏ ଓ ଘର ପ୍ରତି ଅନେକ ବିପଦ ମଧ୍ୟ ଆଣିଥାଏ । ସେହିପରି କିଛି ଗଛ ଘର ପାଇଁ ବହୁତ ଶୁଭ ହୋଇଥାଏ । ଘରେ ଧନ ବୃଦ୍ଧି କରିବା ସହ ଜୀବନରେ ଉନ୍ନତି ଆଣିଥାଏ । ତେବେ ଚାଲନ୍ତୁ ଜାଣିବା ଏହିପରି ଗଛମାନଙ୍କ ବିଷୟରେ ।

ତୁଳସୀଗଛ ଘରୁ ସମସ୍ତ ନକରାତ୍ମକ ଶକ୍ତିକୁ ନାଶ କରିଥାଏ ଓ ଏହି ଗଛ ଘରେ ଲଗାଇବା ଭଗବାନ ବିଷ୍ଣୁଙ୍କ କୃପା ସର୍ବଦା ଆପଣଙ୍କ ଉପରେ ରହିଥାଏ । କିନ୍ତୁ ତୁଳସୀଗଛକୁ ଘରର ଦକ୍ଷିଣ ଦିଗରେ ଲଗାଇବା ଦ୍ଵାରା ଏହା ନକରାତ୍ମକ ଫଳ ଦେଇଥାଏ । ତେଣୁ ଏହାକୁ ସର୍ବଦା ପୂର୍ବ ଐଶାନ୍ୟ କୋଣରେ ଲଗାଇବା ଉଚିତ ।

ମାନ୍ୟତାନୁସାରେ ବେଲଗଛରେ ସ୍ଵୟଂ ଭଗବାନ ଶିବ ବାସ କରିଥାନ୍ତି । ଯେଉଁ ଘରେ ବେଲଗଛ ଥାଏ ସେହି ଘର ଉପରେ ମାତା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ରୁହନ୍ତି ଓ ଘରୁ ସମସ୍ତ ବିପଦ ମଧ୍ୟ ଦୂର ହୋଇଥାଏ । ବେଲଗଛ ସହିତ ଶ୍ଵେତ ଅରଖ ଗଛ ରଖି ପୂଜା କଲେ ମା ଲକ୍ଷ୍ମୀ ସର୍ବଦା ଘରେ ବାସ କରନ୍ତି । ଏହି ଗଛକୁ ନଷ୍ଟ କରିବା ଦ୍ଵାରା ମଣିଷ ଘୋର ଅପରାଧର ଭାଗୀ ହୋଇଥାଏ ।

ଘରର ମୁଖ୍ୟଦ୍ଵାରର ବାମ ପାର୍ଶ୍ଵରେ ଶମୀ ଗଛ ଲଗାଇବା ଉଚିତ । ଏହି ଗଛମୂଳେ ସକାଳେ ଓ ସନ୍ଧ୍ୟାରେ ସୋରିଷ କିମ୍ବା ରାଶି ତେଲର ଦୀପ ଲଗାଇବା ଦ୍ଵାରା ଶନିଦଶାରୁ ରକ୍ଷା ମିଳିଥାଏ । ଅଶ୍ଵଗନ୍ଧା ଗଛ ମଧ୍ୟ ଘରେ ଲଗାଇବା ଦ୍ଵାରା ଘରର ସମସ୍ତ ବାସ୍ତୁଦୋଷ ଦୂର ହୁଏ । ଘରର ଉତ୍ତର ଓ ପୂର୍ବ ଦିଗରେ ଅଅଁଳା ଗଛ ଲଗାଇବା ମଧ୍ୟ ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଏହା କଷ୍ଟ ନିବାରଣ କରେ ଓ ସମସ୍ତ ମନସ୍କାମନା ମଧ୍ୟ ପୂରଣ କରେ । ବାସ୍ତୁ ଶାସ୍ତ୍ର ଅନୁସାରେ ଅଶୋକ ଗଛ ମଧ୍ୟ ବେଶ ଶୁଭଦାୟକ ଅଟେ ।

ଏହି ଗଛ ଥିବା ଘରେ ଦୁଃଖ ଆସେନାହିଁ ଓ ସମସ୍ତଙ୍କ ମଧ୍ୟରେ ସ୍ନେହାଶ୍ରଦ୍ଧା ଓ ସହାନୁଭୁତି ବଢିଥାଏ । ଏହି ଗଛ ଘରେ ଥିଲେ ବ୍ୟକ୍ତି ଅକାଳ ମୃତ୍ୟୁରୁ ରକ୍ଷା ପାଏ । ଘରପକ୍ଷେ ଶ୍ଵେତ ଅରଖ ଗଛ ଥିଲେ ସେହି ଘରର ଉନ୍ନତି ହୋଇଥାଏ । ମନ୍ଦାର ଗଛକୁ ସର୍ବଦା ପର୍ଯ୍ୟାପ୍ତ ସୂର୍ଯ୍ୟକିରଣ ପଡୁଥିବା ସ୍ଥାନରେ ଲଗାଇବା ଉଚିତ ।

ମଙ୍ଗଳବାର ଦିନ ହନୁମାନଙ୍କୁ ଓ ମା ଦୂର୍ଗାଙ୍କୁ ପ୍ରତିଦିନ ମନ୍ଦାର ଫୁଲ ଅର୍ପଣ କରିବା ଡ଼ିଡ଼ବଲଇଉର ଶୁଭଫଳ ପ୍ରାପ୍ତି ହୋଇଥାଏ । ବାସ୍ତୁ ଅନୁସାରେ ଯେଉଁ ଘରେ ନଡିଆ ଗଛ ରହିଥାଏ ସେହିଘରର ସଦସ୍ୟଙ୍କ ମାନ ସମ୍ମାନ ବୃଦ୍ଧି ପାଇଥାଏ । ଘରର ଉତ୍ତର-ପଶ୍ଚିମ ଦିଗରେ ନିମ୍ବଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ । ଧାର୍ମିକ ମାନ୍ୟତା ଅନୁସାରେ କଦଳୀ ଗଛକୁ ମଧ୍ୟ ଅତ୍ୟନ୍ତ ଶୁଭ ମାନାଯାଏ ।

ଏହା ବୃହସ୍ପତିଙ୍କ କାରକ ହୋଇଥିବାରୁ ଏହାକୁ ଘରର ଐଶାନ୍ୟ କୋଣରେ ଲଗାଇବା ଦ୍ଵାରା ଘରେ ଧନ ସମ୍ପତ୍ତି ବୃଦ୍ଧି ପାଇଥାଏ । କଦଳୀ ଗଛ ମୂଳେ ତୁଳସୀ ଗଛ ରହିବା ଦ୍ଵାରା ଲକ୍ଷ୍ମୀ ନାରାୟଣଙ୍କ କୃପା ପ୍ରାପ୍ତି ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।