ମା ଲକ୍ଷ୍ମୀ ଓ କୁବେର ଦେବତାଙ୍କ ଲୃପା ଲାଭ ପାଇଁ କରନ୍ତୁ ଏହି ୬ ଟି ଅଚୁକ ଉପାୟ, ଏହାକୁ କରିବା ମାତ୍ରେ ହିଁ ହେବ ଧନର ବର୍ଷା

ସମସ୍ତେ ନିଜ ଜୀବନରେ ଅଧିକ ଧନ ଆୟ କରିବାକୁ ଚାହାଁନ୍ତି ଓ ଅଧିକରୁ ଅଧିକ ଟଙ୍କା ଆୟ କରିବା ପାଇଁ ଲୋକମାନେ ଦିନ ରାତି ପରିଶ୍ରମ ବି କରନ୍ତି, ତଥାପି ଟଙ୍କା ଆୟ କରିବାରେ ସେମାନେ ଅସଫଳ ହୋଇ ଯାଆନ୍ତି । ଯଦି ଆପଣ ବି ଧନୀ ହେବାକୁ ଇଚ୍ଛା ରଖୁଛନ୍ତି ତେବେ ଆପଣ ନିଜର ପରିଶ୍ରମ ସହିତ ତଳେ ଦିଆଯାଇଥିବା ଏହି ଉପାୟକୁ ବି କରନ୍ତୁ । ଏହି ଉପାୟକୁ କରିବା ଦ୍ଵାରା ହିଁ ଧନ ଲାଭ ହୋଇଥାଏ ଓ ମାତା ଲକ୍ଷ୍ମୀଙ୍କର କୃପା ବି ମିଳିଥାଏ ।

ଧନଲାଭ ହେତୁ କରନ୍ତୁ ଏହି ଚମତ୍କାରୀ ଉପାୟ –

ଓସ୍ଥ ଗଛକୁ ପୂଜା କରନ୍ତୁ

ଓସ୍ଥ ଗଛକୁ ପୂଜା କରିବା ଦ୍ଵାରା ଓ ଓସ୍ଥ ଗଛରେ ଧଳା ଓ ନାଲି ରଙ୍ଗର ପତାକା ବାନ୍ଧିବା ଦ୍ଵାରା ଧନ ଲାଭ ହୋଇଥାଏ । ସେଥିପାଇଁ ଆପଣ ସବୁ ଗୁରୁବାର ଦିନ ଏହି ଉପାୟକୁ କରନ୍ତୁ ।

ତିଜୋରୀରେ ରଖନ୍ତୁ ପଦ୍ମ ଫୁଲ

ଶୁକ୍ରବାର ଦିନ ଆପଣ ନିଜର ବ୍ୟାପର ସ୍ଥଳର କିମ୍ବା ଘରର ତିଜୋରୀରେ ଏକ କପଡାରେ ପଦ୍ମ ଫୁଲକୁ ବାନ୍ଧି ରଖି ଦିଅନ୍ତୁ ଓ ଗୋଟିଏ ମାସ ପରେ ଏହି ଫୁଲ ଜାଗାରେ ଅନ୍ୟ ଏକ ଫୁଲ ରଖନ୍ତୁ । ଏହା ଦ୍ଵାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି ।

ଘରର ଐଶାନ୍ୟ କୋଣରେ ଜଳାନ୍ତୁ ଦୀପ

ଆପଣ ସବୁ ଶୁକ୍ରବାର ଦିନ ଘରର ଐଶାନ୍ୟ କୋଣରେ ସନ୍ଧ୍ୟା ସମୟରେ ଏକ ଦୀପ ଜଳାନ୍ତୁ । ଦୀପ ଜଳାଇବା ଦ୍ଵାରା ଆପଣଙ୍କର ଆର୍ଥିକ ସ୍ଥିତି ଭଲ ହୋଇଯିବ ।

ଘରେ ଲଗାନ୍ତୁ ନାଗକେଶରର ଗଛ

ନାଗକେଶରର ଗଛ ବହୁତ ଶୁଭ ହୋଇଥାଏ । ଏଇ ଗଛକୁ ଘରେ ଲଗାଇବା ଦ୍ଵାରା ଓ ଏହି ଗଛକୁ ସବୁଦିନ ପାଣି ଦେବା ଦ୍ଵାରା ଆପଣଙ୍କର ଆୟ ବୃଦ୍ଧି ହୋଇଥାଏ । କୌଣସି ଏକ ଶୁଭ ମୂହୁର୍ତ୍ତରେ ନିଜ ଘରର ଅଗଣାରେ ଏକ ନାଗକେଶରର ଗଛ ଲଗାଇ ଦିଅନ୍ତୁ । ଏହି ଗଛ ଛଡା ଆପଣ ଘରେ ମନି ପ୍ଳାଣ୍ଟ ଗଛ ବି ଲଗାଇ ପାରିବେ ।

ତିଜୋରିରେ ରଖନ୍ତୁ କୁବେର ଯନ୍ତ୍ର

କୁବେରଙ୍କୁ ଧନର ଦେବତା କୁହାଯାଏ । ଘରେ କୁବେରଙ୍କର ମୂର୍ତ୍ତି ରହିବା ବହୁତ ଶୁଭ ବୋଲି କୁହାଯାଏ । ସେଥିପାଇଁ ଆପଣ ନିଜ ଘରର ମନ୍ଦିରରେ କୁବେରଙ୍କର ମୂର୍ତ୍ତି ନିଶ୍ଚିତ ରଖନ୍ତୁ । ମୂର୍ତ୍ତି ଛଡା ଆପଣ କୁବେରଙ୍କର ଯନ୍ତ୍ର ନିଜ ତିଜୋରୀ କିମ୍ବା ଟଙ୍କା ରଖିବା ସ୍ଥାନରେ ବି ରଖି ପାରିବେ, ଏହା ଦ୍ଵାରା ଆପଣଙ୍କୁ ଆର୍ଥିକ ହାନି ହେବ ନାହିଁ ।

କୂଅ ପାଖରେ ଦୀପ ଲଗାନ୍ତୁ

ଧନ ଲାଭର ଇଚ୍ଛା ରଖୁଥିବା ଲୋକମାନେ କୂଅ ସାମ୍ନାରେ ଏକ ଘିଅର ଦୀପ ଜଳାନ୍ତୁ ଓ କୁଅର ପୂଜା କରନ୍ତୁ । ଏହି ଉପାୟ ଦ୍ଵାରା ଆପଣଙ୍କର ଧନ ବୃଦ୍ଧି ହୋଇଥାଏ । କିନ୍ତୁ ଦୀପ ଜଳାଇବା ପରେ ଆପଣ ପଛକୁ ବୁଲି ଦେଖିବେ ନାହିଁ । କାହା ସହିତ କଥାବାର୍ତ୍ତା ନ କରି ନିଜ ଘରକୁ ଚାଲି ଆସିବେ । ଆପଣ ଏହି ଉପାୟକୁ ଶନିବାର ଦିନ କରନ୍ତୁ ।

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ