Vastu Tips: ଆପଣଙ୍କୁ ଧନବାନ କରିଦେବ ମୁଠାଏ ସୋରିଷ, ଏହି ସହଜ ଉପାୟ ଆଜି ହିଁ କରି ଦେଖନ୍ତୁ

ଦୁର୍ଭାଗ୍ୟକୁ ସୌଭାଗ୍ୟରେ ପରିଣତ କରିବା ପାଇଁ ଜ୍ଯୋତିଷ ଶାସ୍ତ୍ରରେ ଅନେକ ସହଜ ଓ ଚମତ୍କାରୀ ଉପାୟମାନ ରହିଛି । ଆପଣଙ୍କ ରୋଷେଇ ଘରେ ଥିବା କିଛି ଜିନିଷର ସଠିକ ଉପଯୋଗ କରି ଆପଣ ଜୀବନର ସମସ୍ତ ସମସ୍ୟାରୁ ମୁକ୍ତି ପାଇପାରିବେ । ସେଥିମଧ୍ୟରୁ ଗୋଟିଏ ସାମଗ୍ରୀ ହେଉଛି ସୋରିଷ, ଯାହା ଅନେକ ପୂଜାପାଠରେ ବ୍ୟବହାର କରା ଯାଇଥାଏ । ତେବେ ଆସନ୍ତୁ ଜାଣିବା କେବଳ ମୁଠାଏ ସୋରିଷ ବ୍ୟବହାର କରି କିପରି ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଓ ଧନ ସମ୍ପତ୍ତି ବୃଦ୍ଧି ପାଇବ ।

ଯଦି ଆପଣଙ୍କ ଘରେ ଥିବା କୌଣସି ଛୋଟପିଲାର ସ୍ୱାସ୍ଥ୍ୟ ସବୁବେଳେ ଖରାପ ରହୁଛି ଏବଂ ପିଲାଟି ସବୁବେଳେ ବିରକ୍ତି ହେଉଛି ତେବେ ଜାଣି ନିଅନ୍ତୁ କି ଆପଣଙ୍କ ପିଲା ଉପରେ କାହାର କୁଦୃଷ୍ଟି ପଡିଛି । ସେହି ଦୃଷ୍ଟିକୁ ଛଡାଇବା ପାଇଁ ଆପଣ ବାମ ହାତରେ ୭ଟି ସୋରିଷ ରଖନ୍ତୁ ଓ ତା’ ଉପରେ ଚୁମିଟାଏ ଲୁଣ ରଖନ୍ତୁ । ଏହାସହ ତା’ ଉପରେ ଗୋଟିଏ କିମ୍ବା ଦୁଇଟି ଶୁଖିଲା ଲଙ୍କା ରଖନ୍ତୁ । ଏହି ସବୁକୁ ଏକତ୍ର ମୁଠିରେ ଧରି ପିଲାର ମୁଣ୍ଡ ଉପରେ ସାତ ଥର ବୁଲାଇ ଦିଅନ୍ତୁ ଓ ଏହାକୁ ତୁରନ୍ତ ନେଇ ଜଳନ୍ତା ନିଆଁରେ ପକାଇ ଦିଅନ୍ତୁ । ଏ

ଥିପାଇଁ ଆମ୍ବ କାଠର ନିଆଁ ଶ୍ରେଷ୍ଠ ହୋଇଥାଏ । କିନ୍ତୁ ଏହା ନଥିଲେ ଅନ୍ୟ କାଠ ମଧ୍ୟ ନେଇପାରିବେ । ପରିବାରରେ କେହି ବ୍ୟକ୍ତି ଯଦି ସବୁବେଳେ କ୍ରୋଧ କରୁଥାନ୍ତି କିମ୍ବା ବିରକ୍ତ ହେଉଥାନ୍ତି ତେବେ ତାଙ୍କ ସହ ମଧ୍ୟ ଏହି ଉପାୟକୁ କରିପାରିବେ । ଯଦି ଆପଣଙ୍କର କୌଣସି କାର୍ଯ୍ୟ ଅଟକି ରହିଥାଏ ତେବେ ତାହା ଆଗକୁ ବଢିବା ପାଇଁ ଗୁରୁବାର ଦିନ କାହାରିକୁ ସୋରିଷ ଦାନ କରନ୍ତୁ । ଦେଖିବେ ସେହି ଅଟକି ରହିଥିବା କାର୍ଯ୍ୟ ପୂରଣ ହେବା ସହ ଜୀବନରେ ଉନ୍ନତି ଦେଖାଦେବ ।

ଯଦି ଆପଣ ଶନିଦଶା ବା ମହାଦଶା ଅର୍ଥାତ ଆର୍ଥିକ ସଙ୍କଟ ଦେଇ ଗତି କରୁଛନ୍ତି ତେବେ ପ୍ରତି ଶନିବାର ଦିନ ମୁଠାଏ ସୋରିଷ ନେଇ କୌଣସି ନଦୀ ବା ଜଳସ୍ରୋତରେ ପକାଇ ଦିଅନ୍ତୁ । ଦେଖିବେ ଖୁବ ଶୀଘ୍ର ଏହିସବୁ ଦଶାରୁ ମୁକ୍ତି ମିଳିବା ସହ ଆର୍ଥିକ ସମସ୍ଯା ସବୁ ଦୂର ହୋଇଯିବ । ଯଦି ଆପଣ କରଜରେବୁଡି ରହିଛନ୍ତି ଓ ଦିନକୁ ଦିନ ଧନ ଅଭାବ ବଢିଚାଲିଛି ଏବଂ ଘରେ ଦୁଃଖ ବଢିବାରେ ଲାଗିଛି ତେବେ ଏକ ଲାଲ କପଡା ନିଅନ୍ତୁ ।

ସେଥିରେ ମୁଠାଇ ସୋରିଷ ରଖି ତା’ ଉପରେ କିଛି ଧାନ, ମୁଗ, ଗହମ, ମାଣ୍ଡିଆ ଓ କଳା ରାଶି ରଖି ତାହାକୁ ଏକତ୍ର ବାନ୍ଧି ପୁଟୁଳି ଟିଏ କରି ଦିଅନ୍ତୁ । ଘରେ ଯେତିକି କୋଠରି ଅଛି ସେତିକି ପୁଟୁଳି ପ୍ରସ୍ତୁତ କରିପାରିବେ । ଏହି ସବୁକୁ ନେଇ ସବୁ କୋଠରିର ଉତ୍ତର କିମ୍ବା ପୂର୍ବ କୋଣରେ ନଚେତ ଉତ୍ତର-ପୂର୍ବ କୋଣରେ ରଖି ଦିଅନ୍ତୁ । ଦେଖିବେ ସେହି ଦିନ ଠାରୁ ଘରେ ସବୁ ଧନ ସମସ୍ଯା ଦୂର ହୋଇଯିବ ଓ ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇବାକୁ ଲାଗିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।