ଏହି ତେଲ ଆପଣଙ୍କ ଧଳା ବାଳକୁ ଏତେ କଳା କରିଦେବ କି ଆପଣ ହେୟାର ଡାଇକୁ ଭୁଲି ଯିବେ

ବୟସ ନ ହଉଣୁ କେଶ ଝଡ଼ିବା, ପାଚିବା ଓ ଚନ୍ଦାପଣ ଦେଖାଯିବା ବର୍ତ୍ତମାନ ପିଢ଼ି ପାଇଁ ଏକ ବଡ଼ ସମସ୍ୟା । ମାର୍କେଟରେ ମିଳୁଥିବା ବିଭିନ୍ନ ପ୍ରକାର ତେଲ, ଶାମ୍ପୂ ଓ ଅନ୍ୟାନ୍ୟ କେଶ ପ୍ରସାଧନ ସାମଗ୍ରୀ ବ୍ୟବହାର କଲା ପରେ ମଧ୍ୟ ଉପଯୁକ୍ତ ଫଳ ମିଳୁ ନାହିଁ । ପ୍ରାୟ ପ୍ରତ୍ୟେକ ବ୍ୟକ୍ତି ନିଜ କେଶ ସମସ୍ୟାକୁ ନେଇ ଚିନ୍ତିତ ରୁହନ୍ତି ନଚେତ୍ ଅଣଦେଖା କରି ଦିଅନ୍ତି । ଯଦି ଆପଣଙ୍କର ମଧ୍ୟ ଏହି ସମସ୍ୟା ରହିଛି ତେବେ ଚାଲନ୍ତୁ ଜାଣିବା ଏକ ଚମତ୍କାର ଘରୋଇ ରେଶିପି ଯାହା ଆପଣଙ୍କ କେଶକୁ ପୁନର୍ବାର ସତେଜ କରିଦେବ ।

ଏହି ରେସିପିକୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଏକ ଲୁହାର କଡ଼େଇ ନିଅନ୍ତୁ । ଲୁହା କଡେଇରେ ଏହାକୁ ପ୍ରସ୍ତୁତ କରିବା ଦ୍ୱାରା ଲୌହତତ୍ତ୍ଵ ତେଲରେ ମିଶିଥାଏ ଓ ଆମ କେଶକୁ ବଢିଆ କଳା ରଙ୍ଗ ଆଣି ଦେବାରେ ଏହା ସାହାଯ୍ୟ କରିଥାଏ । ଏହି ତେଲକୁ ପ୍ରସ୍ତୁତ କରିବା ପାଇଁ ଲୁହା କଡେଇରେ ଚାହା କପ୍ ରେ ଏକ କପ୍ ସୋରିଷ ତେଲ ମାପିକି ନିଅନ୍ତୁ ।

ସୋରିଷ ତେଲରେ ଓମେଗା-୩ ଫ୍ୟାଟି ଏସିଡ ରହିଛି ଯାହା କେଶକୁ କଳା କରିବାରେ ସାହାଯ୍ୟ କରେ । ଆପଣ ଚାହିଁଲେ ସୋରିଷ ତେଲ ବଦଳରେ ନଡ଼ିଆ ତେଲ ମଧ୍ୟ ନେଇ ପାରିବେ କିମ୍ବା ଉଭୟ ସୋରିଷ ତେଲ ଓ ନଡ଼ିଆ ତେଲ ସମାନ ଭାଗରେ ମାପି ମଧ୍ୟ ନେଇ ପାରିବେ ।

ଏହା ପରେ ସେଥିରେ ଏକ ଛୋଟ ଚାମୁଚ ମେଥି ଗୁଣ୍ଡ ମିଶାନ୍ତୁ । ମେଥି ଗୁଣ୍ଡ ସିଧାସଳଖ ମାର୍କେଟରୁ କିଣି ପାରିବେ କିମ୍ବା ମେଥିକୁ ଗ୍ରାଇଣ୍ଡରରେ ଗୁଣ୍ଡ କରି ଛାଣି ମଧ୍ୟ ବ୍ୟବହାର କରି ପାରିବେ । ମେଥି ଆମ କେଶକୁ ଲମ୍ବା, ସୁସ୍ଥ, ମୁଲାୟମ ଓ ମଜବୁତ୍ କରିବାରେ ସାହାଯ୍ୟ କରେ ।

ତା ପରେ ଏକ ଚାମୁଚ ଅଅଁଳା ଗୁଣ୍ଡ ମିଶାନ୍ତୁ । ଏହା ମଧ୍ୟ ଆପଣଙ୍କୁ ମାର୍କେଟରେ ମିଳିଯିବ । ନଚେତ୍ ଅଅଁଳାକୁ ଶୁଖାଇ ଗୁଣ୍ଡ କରି ମଧ୍ୟ ବ୍ୟବହାର କରି ପାରିବେ । ଅଅଁଳା କେଶକୁ କଳା କରିବାରେ ସାହାଯ୍ୟ କରେ । ତା ପରେ ସେଥିରେ ଦୁଇ ଛୋଟ ଚାମୁଚ ମେହେନ୍ଦି ଗୁଣ୍ଡ ମିଶାନ୍ତୁ । ମେହେନ୍ଦି ମଧ୍ୟ କେଶକୁ ମୁଲାୟମ ରଖେ । ତେଲରେ ଏହି ୩ଟି ସାମଗ୍ରୀ ମିଶାଇବା ପରେ ଭଲ ଭାବେ ଏହାକୁ ମିଶାନ୍ତୁ ଓ ଗ୍ୟାସ ଚୁଲା ଉପରେ ରଖି ପୁରା କମ୍ ଆଞ୍ଚରେ ତେଲର ରଙ୍ଗ ବାଦାମୀ ହେବା ପର୍ଯ୍ୟନ୍ତ ଏହାକୁ ମାତ୍ର ୫ମିନିଟ୍ ଗରମ କରନ୍ତୁ ।

ଏହା ପରେ ଏହାକୁ ଘୋଡାଇ ୨୪ଘଣ୍ଟା ଯାଏ ସେହିପରି କଡେଇରେ ରହିବାକୁ ଦିଅନ୍ତୁ । ଏବେ ପ୍ରସ୍ତୁତ ହୋଇଯିବ ଆପଣଙ୍କ ତେଲ । ଏହି ତେଲକୁ ଥରେ ବନେଇ ଆପଣ ୨ ରୁ ୩ ମାସ ଯାଏ ରଖି ବ୍ୟବହାର କରି ପାରିବେ । ସପ୍ତାହରେ ଦୁଇ ଥର ଏହି ତେଲକୁ କେଶରେ ଲଗାନ୍ତୁ । ଅତି କମରେ ୩ ଘଣ୍ଟା ଯାଏ କେଶରେ ଲଗାଇ ରଖି ତା ପରେ କେଶ ଧୋଇ ଦିଅନ୍ତୁ ।

ଏହାକୁ ବ୍ୟବହାର କରିବା ସମୟରେ ହାତରେ ଗ୍ଲୋବସ୍ ପିନ୍ଧନ୍ତୁ ଓ କେଶକୁ ମଧ୍ୟ ଉପରକୁ ଟେକି କଭର୍ କରି ରଖନ୍ତୁ । ନ ହେଲେ ଆପଣଙ୍କ ହାତ ଓ ଦେହରେ କଳା ରଙ୍ଗ ଲାଗିଯିବ ।

ଆଶାକରୁଛୁ ଆମର ଏହି ଟିପ୍ସ ନିଶ୍ଚୟ ଆପଣଙ୍କ କାମରେ ଆସିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ଆମ ସହିତ ଯୋଡି ହେବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।