ଦେଶର ୫ଟି ସବୁଠୁ ଭଲ ଚାକିରି, ଯାହାକୁ ପାଇବା ପାଇଁ କରିବାକୁ ପଡିଥାଏ ଏମିତି କଷ୍ଟ

ଆଜି ଆମେ ଦେଶର ଏମିତି ୫ଟି ଚାକିରି ବିଷୟରେ କହିବାକୁ ଯାଉଛୁ, ଯାହାକୁ ସବୁ ଚାକିରି ମଧ୍ୟରେ ସର୍ବଶ୍ରେଷ୍ଠ ବୋଲି କୁହାଯାଏ । ଏହି ଚାକିରିକୁ କରିଥିବା ଲୋକମାନେ ବହୁତ ଭାଗ୍ୟବାନ ଓ ପ୍ରତିଭାବାନ ହୋଇଥାନ୍ତି । ଏହିଭଳି ଚାକିରି ପାଇବା ପାଇଁ ଆପଣଙ୍କୁ କିଛି ବର୍ଷ ପୂର୍ବରୁ ହିଁ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିବାକୁ ପଡିଥାଏ, ଯାହାକି ବହୁତ ହିଁ କଷ୍ଟକର ହୋଇଥାଏ । ଏହି ଚାକିରି ସାମ୍ନାରେ କମ୍ପାନୀରେ ମିଳୁଥିବା ଲକ୍ଷ ଲକ୍ଷ ଟଙ୍କାର ଚାକିରି ବି କିଛି ନୁହେଁ । ତେବେ ଆସନ୍ତୁ ଜାଣିବା…

୧. ଇଣ୍ଡିଆନ ଆଡମିନିସ୍ଟ୍ରେଟିବ ସର୍ବିସ (IAS)

ଦେଶରେ ଏହି ଚାକିରି ସବୁଠୁ ଉଚ୍ଚ ଚାକିରି ମଧ୍ୟରୁ ଗୋଟିଏ ଅଟେ । ଏହାର ପରୀକ୍ଷାକୁ ପାସ କରିବା ପାଇଁ ଛାତ୍ରମାନଙ୍କୁ ବହୁତ କଠିନ ରାସ୍ତା ଦେଇ ଯିବାକୁ ପଡିଥାଏ । ଏହି ଚାକିରିରେ ବହୁତ ସ୍ୟାଲେରୀ ସହିତ ବହୁତ ସରକାରୀ ସୁବିଧା ବି ମିଳିଥାଏ ।

୨. ଇଣ୍ଡିଆନ ଫରେନ ସର୍ଭିସ (IFS)

ଏହି ଚାକିରି ସେହି ଲୋକମାନଙ୍କ ପାଇଁ ସ୍ଵପ୍ନ ଭଳି ହୋଇଥାଏ, ଯେଉଁମାନେ ଅନ୍ତରାଷ୍ଟ୍ରୀୟ ପ୍ଲାଟଫର୍ମରେ ନିଜ ରାଷ୍ଟ୍ରର ନେତୃତ୍ଵ କରିବାକୁ ଇଚ୍ଛା ରଖିଥାନ୍ତି ଓ ଦେଶ ବାହାରେ ଅଲଗା ଅଲଗା ଜାଗା ବୁଲିବାକୁ ଚାହାନ୍ତି । ଏହି ଚାକିରିରେ ଆପଣଙ୍କୁ ଅଧିକ ସ୍ୟାଲେରୀ ସହିତ ବିଭିନ୍ନ ସରକାରୀ ସୁବିଧା ବି ମିଳିଥାଏ ।

୩. ଇଣ୍ଡିଆନ ଆର୍ମ୍ଡ ଫୋର୍ସ (ଏୟାର ଫୋର୍ସ, ନେବି, ଆର୍ମୀ)

ଦେଶର ସେବା କରିବାର ଇଚ୍ଛା ରଖୁଥିବା ଲୋକମାନେ ଏହି ଚାକିରିକୁ ସର୍ବ ପ୍ରଥମେ ବାଛନ୍ତି । ଏହି ଚାକିରିକୁ ବହୁତ ସମ୍ମାନଜନକ ଚାକିରି ରୂପରେ ବି ଦେଖାଯାଏ । ଏଥିରୁ ରିଟାୟର ହେବା ପରେ ପୁଣି ଥରେ ବିଭିନ୍ନ ପ୍ରକାରର ଚାକିରିରେ ଜଏନ କରି ପାରିବେ ।

୪. ପ୍ରଫେସର/ଟିଚର

ଏହି ଚାକିରିର ଖାସକଥା ଏହା ଅଟେ କି, ଆପଣ ଏହା ଜରିଆରେ ନିଜର ସମାଜର ଲୋକଙ୍କୁ ଶିକ୍ଷିତ କରାନ୍ତି, ଯେଉଁମାନେ ଆସନ୍ତା ସମୟ ପାଇଁ ବହୁତ ମହତ୍ଵପୂର୍ଣ୍ଣ  ଅଟନ୍ତି । ଦୁନିଆରେ ସବୁ ସ୍ଥାନରେ ଶିକ୍ଷା ସହ ଜଡିତ ଲୋକମାନଙ୍କୁ ବହୁତ ସମ୍ମାନ କରାଯାଏ । ଯଦି ଆପଣ ଦେଶରେ IIT ଭଳି ବଡ ବଡ ଇଂସ୍ଟିଚ୍ୟୁଟରେ ଶିକ୍ଷକ ଅଛନ୍ତି ତେବେ ଆପଣଙ୍କୁ ବହୁତ ଭଲ ସ୍ୟାଲେରୀ ମିଳିଥାଏ ।

୫. ଏନଡ଼ିଏ / ସିଡ଼ିଏସ (NDA/CDS)

ଯଦି ଆପଣ ସେନାର କୌଣସି ଭଲ ପୋସ୍ଟରେ ରହି ଏକ ଭଲ ଜୀବନ ଚାହୁଁଛନ୍ତି ତେବେ ଡିଫେନ୍ସ ଜୟେନ କରି ପାରିବେ । ଏହି ଜବ ରେ ବି ଦ୍ଵିତୀୟ ଜବ ଭଳି ଭଲ ସ୍ୟାଲେରୀ ସହ ବିଭିନ୍ନ ପ୍ରକାରର ସରକାରୀ ସୁବିଧା ବି ମିଳିଥାଏ ।