ଦେଶରେ ଏଠି ଆଜି ବି ଚାଲିଛି ବ୍ରିଟିଶ ରାଜ, ଭାରତ ସରକାର ବର୍ଷକୁ ଦେଇଥାନ୍ତି କୋଟି କୋଟି ଟଙ୍କାର ରାଜସ୍ୱ

କହିବାକୁ ଗଲେ ଭାରତକୁ ସ୍ଵତନ୍ତ୍ର ହେବାର ସାତ ଦଶକରୁ ବି ଅଧିକ ହୋଇସାରିଛି ଓ ଆମେ ସମସ୍ତେ ସବୁ ବର୍ଷ ନିଜର ସ୍ଵତନ୍ତ୍ରତା ଦିବସ ବି ପାଳନ କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ବର୍ତ୍ତମାନ ପର୍ଯ୍ୟନ୍ତ ବି ଦେଶର ଏକ ସ୍ଥାନରେ ବ୍ରିଟିଶ ରାଜ ଚାଲିଛି ଓ ଏହି ସ୍ଥାନରୁ ବର୍ଷକୁ ୧.୨୦ କୋଟି ଟଙ୍କାର ରାଜସ୍ୱ ବି ବ୍ରିଟେନକୁ ଯାଇଥାଏ । ଚାଲନ୍ତୁ ଆପଣଙ୍କୁ ବିସ୍ତାର ରୂପରେ କହିଦେଉଛୁ ।

କହିବାକୁ ଗଲେ ଭାରତରେ ଏମିତି ଏକ ରେଳ ଲାଇନ ଅଛି, ଯାହାର ମାଲିକାନା ଭାରତୀୟ ରେଲୱେ ବଦଳରେ ବ୍ରିଟେନର ଏକ ପ୍ରାଇବେଟ କମ୍ପାନୀ ପାଖରେ ଅଛି । ଏମିତିରେ ଏହାର ରୟଲ୍ଟୀ ବି ସେହି କମ୍ପାନୀକୁ ଯାଇଥାଏ । କହିବାକୁ ଗଲେ ଅମରାବତି ରୁ କପାସ ମୁମ୍ବାଇ ପୋର୍ଟ ପର୍ଯ୍ୟନ୍ତ ପହଞ୍ଚିବା ପାଇଁ ବ୍ରିଟିଶ ଲୋକମାନେ ଏକ ଟ୍ରାକ ନିର୍ମାଣ କରିଥିଲେ ।

ଏହାର ନିର୍ମାଣ ୧୯୦୩ରେ ବ୍ରିଟିଶ କମ୍ପାନୀ ତରଫରୁ କ୍ଲିକ ନିକ୍ସନ ଦ୍ଵାରା ଆରମ୍ଭ କରାଯାଇଥିଲା । ରେଳ ଟ୍ରାକଟିର କାମ ୧୯୧୬ରେ ପୁରା ହେଲା । ଯଦି ନିର୍ମାତା କମ୍ପାନୀର କଥା ହେବା ତେବେ ୧୮୫୭ ରେ ସ୍ଥାପିତ ଏହି କମ୍ପାନୀ ଆଜି ସେଣ୍ଟ୍ରାଲ ପ୍ରୋବିନ୍ସ ରେଲୱେ କମ୍ପାନୀ ନାମରେ ଜଣାଯାଏ ।

କହିଦେଉଛୁ କି ବର୍ଷ ୧୯୫୧ରେ ଭାରତୀୟ ରେଲୱେର ରାଷ୍ଟ୍ରୀୟକରଣ କରିବା ସତ୍ବେ ବି କେବଳ ଏହି ଟ୍ରାକଟି ଭାରତ ସରକାର ଅଧୀନର ହେଲା ନାହିଁ । ଏମିତିରେ ମହାରାଷ୍ଟ୍ରରେ ବିଛା ହୋଇଥିବା ନ୍ୟାରୋ ଗେଜ ବାଲା ଏହି ଟ୍ରାକର ବ୍ୟବହାର ଜରିବା ପାଇଁ ଭାରତୀୟ ରେଲୱେକୁ ବର୍ଷକୁ ୧.୨୦ କୋଟି ଟଙ୍କାର ରୟଲ୍ଟୀ ବ୍ରିଟେନର ଏହି ପ୍ରାଇବେଟ କମ୍ପାନୀକୁ ଦେବାକୁ ପଡିଥାଏ ।

କହିବାକୁ ଗଲେ ଏହି ଟ୍ରାକ ଉପରେ ମାତ୍ର ଗୋଟିଏ ଟ୍ରେନ ହିଁ ଚାଲି ପାରିବ । ତାହା ଅଟେ ଶକୁନ୍ତଳା ଏକ୍ସପ୍ରେସ ପ୍ୟାସେଞ୍ଜର, ଯାହା କି ଅମରାବତୀ ରୁ ମୁର୍ତଜାପୁର ୧୮୯ କିଲୋମିଟର ଯାତ୍ରା ମାତ୍ର ୨୦ କିଲୋମିଟର ପ୍ରତି ଘଣ୍ଟାରେ ପୁରା କରିଥାଏ ।

ଏହା ସହିତ ମଝିରେ ଦୁଇ ଥର ଶକୁନ୍ତଳା ଏକ୍ସପ୍ରେସକୁ ବନ୍ଦ ବି କରାଯାଇଥିଲା । ପ୍ରଥମ ଥର ୨୦୧୪ ରେ ଓ ଦ୍ଵିତୀୟ ଥର ୨୦୧୬ରେ । କିନ୍ତୁ ମହାରାଷ୍ଟ୍ର ଲୋକମାନଙ୍କର କହିବା ଦ୍ଵାରା ଓ କ୍ଷେତ୍ରର ସାଂସଦଙ୍କ ଚାପରେ ଆସି ସରକାରକୁ ପୁଣି ଥରେ ଏହାକୁ ଆରମ୍ଭ କରିବାକୁ ପଡିଲା ।

କହିବାକୁ ଗଲେ ଭାରତ ସରକାର ଏହି ଟ୍ରାକୁ ବହୁତ ଥର କିଣି ବାକୁ ଚେଷ୍ଟା କରିଛନ୍ତି । କିନ୍ତୁ କିଛି ଟେକନିକ କାରଣରୁ ଏହା ସମ୍ଭବ ହୋଇ ପାରିନାହିଁ । ଏମିତିରେ ଆଜି ବି ଏହି ଟ୍ରାକ ଉପରେ ବ୍ରିଟେନର ସେଣ୍ଟ୍ରାଲ ପ୍ରୋବିନ୍ସ ରେଲୱେ କମ୍ପାନୀର କବ୍ଜା ଅଛି ଓ ଏହା ସହିତ ଏହାର ଦେଖା ଶୁଣାର ପୁରା ଦାୟିତ୍ଵ ଏହି କମ୍ପାନୀ ଉପରେ ହିଁ ଅଛି ।

କିନ୍ତୁ ସବୁ ବର୍ଷ ଏତେ କୋଟି ଟଙ୍କାର ରାଜସ୍ୱ ମିଳିବା ସତ୍ବେ ବି ଏହି କମ୍ପାନୀ ଏହାକୁ ମରାମତି କରେ ନାହିଁ । ଯେଉଁ କାରଣରୁ ଏହି ଟ୍ରାକ ଟି ବହୁତ ଖରାପ ଅବସ୍ଥାରେ ଅଛି । ରେଲେୱେ ସୂତ୍ର ଅନୁସାରେ ୬୦ ବର୍ଷ ହେବ ଏହାର ମରାମତି ହୋଇ ନାହିଁ । କହିବାକୁ ଗଲେ ଏହି ପ୍ୟାସେଞ୍ଜର ଟ୍ରେନରେ ପାଖାପାଖି ୧୦୦୦ରୁ ଅଧିକ ଲୋକମାନେ ଯାତ୍ରା କରନ୍ତି ।

ଆପଣଙ୍କୁ କହିଦେଉଛୁ କି ୧୦୦ ବର୍ଷ ପୁରୁଣା ଏହି ୫ ଟି ଡିବାର ଟ୍ରେନକୁ ୭୦ ବର୍ଷ ପର୍ଯ୍ୟନ୍ତ ଷ୍ଟିମ ଇଞ୍ଜିନ ଟାଣୁଥିଲା । କିନ୍ତୁ ୧୫ ଏପ୍ରିଲ ୧୯୯୪ରୁ ଶକୁନ୍ତଳା ଏକ୍ପ୍ରେସରେ ଡିଜେଲ ଇଞ୍ଜିନର ବ୍ୟବହାର କରାଯିବାକୁ ଲାଗିଲା । କିନ୍ତୁ ଏହି ରେଲେୱେ ଲାଇନ ଉପରେ ଲାଗିଥିବା ସିଗନାଲ ଆଜି ବି ବ୍ରିଟିଶକାଳୀନ ହିଁ ଅଟେ ।