“ପଇସା ଦେଇଦେଲେ ମୁଁ ଉଠିପଡ଼ିବି କି ? ମୁଁ ଭିକାରି ନୁହଁ; ମୁ ପଇସା ପାଇଁ ନୁହେଁ ମୋ ସ୍ୱାମୀଙ୍କ ଦାବି ପାଇଁ ମୁଁ ଅଛି” ସାମ୍ନା-ସାମ୍ନି ହେଲେ ସ୍ଵାମୀ ସ୍ତ୍ରୀ, ଦେଖନ୍ତୁ, ଦେଖନ୍ତୁ

ବନ୍ଧୁଗଣ ଆଜିକୁ ୪ ଦିନ ହୋଇଗଲା ବ୍ରହ୍ମପୁରର ତପସ୍ଵିନୀ ଦାସ ଏକ ଆଶା ନେଇ ନିଜ ଶଶୁର ଘର ସାମ୍ନାରେ ବସି ରହିଛନ୍ତି । ଆଜି ଠିକା ମାର୍ଗଶିର ମାସର ପ୍ରଥମ ଗୁରୁବାର ଓ ଏକ ବୋହୁ ହେବା ଦ୍ରୁଷ୍ଟିରେ ସେ ନିଜ ଶଶୁର ଘର ବାହାରେ ଲକ୍ଷ୍ମୀଙ୍କ ପୂଜା କରିଥିଲେ । ସ୍ତ୍ରୀର ମାନ୍ୟତା ପାଇବା ନିମନ୍ତେ ସେ ଗତ ୪ ଦିନ ହେବ ନିଜ ସ୍ଵାମୀଙ୍କ ଘର ବାହାରେ ବସି ରହିଛନ୍ତି । ଗତ କାଲି ତାଙ୍କ ସ୍ଵାମୀ ଓ ତାଙ୍କ ଶଶୁର ଗଣମାଧ୍ୟମ ସାମ୍ନାକୁ ଆସି ନିଜ ପ୍ରତିକ୍ରିୟା ଦେଇଥିଲେ ହେଲେ ନିଜ ବୋହୁକୁ ସ୍ଵୀକାର କରିନଥିଲେ ।

ବନ୍ଧୁଗଣ ଗତ କିଛି ସମୟ ହେବ ତପସ୍ଵିନୀ ଗଣମାଧ୍ୟମ ସାମ୍ନାରେ ଏକ ବଡ ପ୍ରତିକ୍ରିୟା ରଖିଛନ୍ତି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ବନ୍ଧୁଗଣ ତପସ୍ଵିନୀଙ୍କ ଏହି ପ୍ରତିକ୍ରିୟା ବିଷୟରେ ଜାଣିଲେ ଆପଣ ମାନେ ବି ଆଶ୍ଚର୍ଯ୍ୟ ହେବେ । ତା ହେଲେ ଆସନ୍ତୁ ଜାଣିବା ଏହି ଖବର ବିଷୟରେ । ତପସ୍ଵିନୀଙ୍କ ମତରେ-‘ମୋ ସ୍ଵାମୀଙ୍କ ଭଲ ଗୁଣ ଦେଖି ମୁ ଆକ୍ରୁଷ୍ଟ ହୋଇ ନଥିଲି ବଳିକି ସେ ମୋ ଭଲ ଗୁଣ ଦେଖି ଆକ୍ରୁଷ୍ଟ ହୋଇଥିଲେ ।

ଏହା ପରେ ଆମ ଦୁଇଜଣଙ୍କର ମ୍ୟୁଚଲ ଲଭ ଅଫେୟାର ଥିଲା ଓ ମ୍ୟୁଚଲ ରେଜିଷ୍ଟର ମ୍ୟାରେଜ ମଧ୍ୟ ହୋଇଥିଲା । ଆଗକୁ ତପସ୍ଵିନୀ କହିଛନ୍ତି-‘ତା ପରେ ସେ କହିଲେ ଘରେ ସବୁ କଥା ଜଣାଇବା ପାଇଁ । ଘରେ ଜଣାଇବା ପରେ ତ ଯାହା ହେଲା ଆପଣ ମାନେ ଶୁଣି ଥିବେ । ସେ ନର ବଳି ଦେଇ କିଛି କରିଛନ୍ତି ଯାହା ମୁ ମିଡିଆ ସାମ୍ନାରେ କହିବାକୁ ଚାହୁଁନି ହେଲେ ମୁ ଏହା ବିଷୟରେ କୋର୍ଟରେ କହିବି ।

ମୋ ବିଷୟରେ କିଛି ସମାଜ ସେବି ନେଗେଟିଭ କଥା କହୁଛନ୍ତି ହେଲେ ମୁ ତ କେବଳ ମୋ ଅଧିକାର ମାଗୁଛି । ମୁ ବାସ ଏତିକି କହୁଛି ସେହି ସମାଜ ସେବି ମାନଙ୍କୁ ଦୟାକରି ଏମିତି ମୋ ସହ କରନ୍ତୁ ନାହିଁ ମୋତେ ମୋ ବାଟରେ ଛାଡି ଦିଅନ୍ତୁ । ମୁ କହିବି ଯିଏ ମହାପାତ୍ର ଥିଲେ ସମାଜସେବୀ ସେ କହିଥିଲେ, କିଛି ଟଙ୍କା ଲାଞ୍ଚ ଦେଇଦେଲେ ମୁ ଏଠୁ ଉଠିକି ପଳାଇବି ।

ଆଗକୁ ତପସ୍ଵିନୀ କହିଛନ୍ତି-‘ମ୍ୟାଡମ କେବଳ ଏତିକି କହୁଛି ମୁ ଭିକାରି ନୁହେଁ ମୋ ପାଖରେ ବି ଟଙ୍କା ଅଛି । ମୋ ବାପାଙ୍କ ପାଖରେ ବି ପଇସା ଅଛି ହେଲେ ମୁ ଟଙ୍କା ପାଇଁ ନୁହେଁ ମୋ ସ୍ଵାମୀ ପାଇଁ ଏଠି ଅଛି । ସ୍ଵାମୀକୁ ନେଇ ଶାଶୁ ଘର ସ୍ଵାମୀ ତ ମୋର ଭଲରେ ଥିଲା ହେଲେ ଏମାନେ ତାକୁ ଖରାପ କରିଦେଲେ’ । ବନ୍ଧୁଗଣ ଏଭଳି ଭାବରେ ତପସ୍ଵିନୀ ତାଙ୍କ ବଡ ପ୍ରତିକ୍ରିୟା ରଖିଛନ୍ତି । ତେବେ ତପସ୍ଵିନୀଙ୍କ ଏହି ପ୍ରତିକ୍ରିୟା ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।