କଣ ଆପଣଙ୍କୁ ତ ହୋଇ ନାହିଁ ‘କିସିଙ୍ଗ ଡିଜିଜ’, କଣ ଅଟେ ଏହାର ଲକ୍ଷଣ ! ଜାଣନ୍ତୁ

କୁହାଯାଏ କି ଯଦି ନିଜର ପ୍ରେମକୁ ଜାହିର କରିବାର ଅଛି ତେବେ ତା’ର ସବୁଠୁ ଭଲ ଉପାୟ ହେଉଛି କିସ କରିବା । ପୁଅ ଝିଅ ପ୍ରାୟତଃ ନିଜର ପ୍ରେମକୁ ଜାହିର କରିବା ପାଇଁ ପରସ୍ପରକୁ କିସ କରିଥାନ୍ତି । ସାଧାରଣତଃ କେବଳ ଦମ୍ପତିମାନେ ହିଁ କିସ କରନ୍ତି ନାହିଁ , ଆମେ ଆମର ନିଜର ପିଲାମାନଙ୍କୁ ବି ପ୍ରେମରେ କିସ କରିଥାଉ । କିନ୍ତୁ କଣ ଆପଣ ଜାଣିଛନ୍ତି କି ଏହା ଦ୍ଵାରା ଆପଣଙ୍କୁ

ଏକ ଘାତକ ରୋଗ ହୋଇପାରେ, ଯାହା ଆମ ଜୀବନ ପାଇଁ ବହୁତ ଭୟାନକ ହୋଇପାରେ ।

ଗୋଟିଏ ରିସର୍ଚରେ ଏହି କଥା ସାମ୍ନାକୁ ଆସିଛି କି ଅଧିକ କିସ କରିବା ଦ୍ଵାରା ଆପଣ ଆପଣଙ୍କର ଶରୀରକୁ ବି ବହୁତ କ୍ଷତି ପହଞ୍ଚାଇ ପାରନ୍ତି । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଆମେ ଗୋଟିଏ କିସ କରିବା ଦ୍ଵାରା ଆମ ମୁହଁର ପାଖାପାଖି ୮ କୋଟି ବ୍ୟାକ୍ଟେରିୟା ଏକ୍ସଚେଂଜ ହୋଇଥାନ୍ତି ।

ଏମିତିରେ ଆପଣମାନେ ଚିନ୍ତା କରନ୍ତୁ କି ଏହା ଆମ ଶରୀର ପାଇଁ କେତେ ଭୟାନକ ଅଟେ । ଆମେ ଆପଣଙ୍କୁ ଯେଉଁ କିସିଂଗ ଡିଜୀଜ ବିଷୟରେ କହୁଛୁ ତାହା କିସ କରିବା ସମୟରେ ପାଟିର ଲାଳ ସାହାର୍ଯ୍ୟରେ ଗୋଟିଏ ବ୍ୟକ୍ତି ଠାରୁ ଅନ୍ୟ ଏକ  ବ୍ୟକ୍ତିକୁ ବ୍ୟାପିଥାଏ ।

ଏହି ରୋଗ କାରଣରୁ ମାନବ ଶରୀରରେ ‘ଏପ୍ସଟୀନ’ ନାମକ ଭାଇରସ ବ୍ୟାପିବାକୁ ଲାଗେ । ଯେଉଁ କାରଣରୁ ବ୍ୟକ୍ତିର ଶରୀରରେ ଏନିମିୟା ଓ ଲିଭର ପ୍ରୋବ୍ଲେମ ର ସମସ୍ୟା ବଢିଯାଇଥାଏ । ଏହି ରୋଗ କେବଳ କିସ କରିବା ଦ୍ଵାରା ବ୍ୟାପି ନ ଥାଏ ବରଂ ପରସ୍ପରର ଅଇଁଠା ଖାଇବା କାରଣରୁ ମଧ୍ୟ ଏହା ବ୍ୟାପି ଥାଏ ।

ଆରମ୍ଭରୁ ଏହି ରୋଗର ଲକ୍ଷଣ

ଶରୀରରେ ସବୁବେଳେ ଥକାପଣ ଅନୁଭବ ହେବା, କମଜୋରି, ବହୁ ଦିନ ପର୍ଯ୍ୟନ୍ତ ଶରୀରରେ ଜ୍ଵର ରହିବା, ସବୁବେଳେ ମୁଣ୍ଡ ବିନ୍ଧିବା, ବେକ ବିନ୍ଧିବା, ମୁହଁରେ ଛାଲର ସମସ୍ୟା, ମାଢି ଓ ଦାନ୍ତ ବିନ୍ଧିବା ଓ ଥଣ୍ଡା-କାଶ ହେବା ।

ଏହି ରୋଗରୁ ବଞ୍ଚିବା ପାଇଁ ଆପଣଙ୍କୁ କିଛି କଥା ପ୍ରତି ଧ୍ୟାନ ରଖିବାକୁ ହେବ ଯାହା ଆପଣଙ୍କୁ ଏହି ସମସ୍ୟାରୁ ବଞ୍ଚାଇ ପାରିବ

·    ଏହି ରୋଗରୁ ବଞ୍ଚିବା ପାଇଁ କେବେ ବି ଅନ୍ୟର ଅଇଁଠା ଖାଆନ୍ତୁ ନାହିଁ ।

·    କିସ କରିବା ସମୟରେ ଅଳ୍ପ ସାବଧାନ ହୁଅନ୍ତୁ ।

·    ପିଲାମାନଙ୍କ ମୁହଁରେ ଅଧିକ କିସ କରନ୍ତୁ ନାହିଁ, ଏହା ଦ୍ଵାରା ତାଙ୍କୁ ବି ଇଂଫେକ୍ସନ ହୋଇପାରେ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।