ଦେଢ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଖାଇଦେଲା ବଳଦ, ୮ ଦିନ ପର୍ଯ୍ୟନ୍ତ ଗୋବରରେ ଖୋଜି ଚାଲିଥିଲା ମାଲିକ ଆଉ ତାପରେ…

ମହାରାଷ୍ଟ୍ର ସମେତ ଦେଶର କେତେକ ରାଜ୍ୟରେ ପୋଲା ଫେସ୍ଟିବାଲ ବହୁତ ଧୁମଧାମ ସହ ପାଳନ କରାଯାଏ । ଏହି ଫେସ୍ଟିବାଲରେ ବଳଦମାନଙ୍କୁ ସଜା ଯାଇ ଗଳି ଗଳି ବୁଲାଇବାର ପ୍ରଥା ଅଛି ଓ ପୁଣି ଏହା ପରେ ପରମ୍ପରା ଅନୁସାରେ ବଳଦମାନଙ୍କର ପୂଜା ଅର୍ଚନା ବି କରାଯାଇଥାଏ । ଏହି ଫେସ୍ଟିବାଲ ସବୁଠୁ ଅଧିକ ଧୂମଧାମ ରେ  ମହାରାଷ୍ଟ୍ରରେ ପାଳନ କରାଯାଇଥାଏ । କିନ୍ତୁ ଏଥର ଏହାକୁ ନେଇ ଏକ ଅଜବ ଗଜବ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଜାଣିଲେ ଆପଣମାନେ ବି ଆଶ୍ଚର୍ଯ୍ୟ ହୋଇଯିବେ ।

ମହରାଷ୍ଟ୍ରରେ ଏକ ଚାଷୀ ପୋଲା ଦିନ ନିଜ ବଳଦ ସାମ୍ନାରେ ୧.୫ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ରଖି ଦେଲା, ଯାହାକୁ ବଳଦ ଖାଇଦେଲା ଓ ପୁଣି ଯାହା ହେଲା, ତାହା ବହୁତ ଆଶ୍ଚର୍ଯ୍ୟ କର ଅଟେ ।

୧.୫ ଲକ୍ଷ ଟଙ୍କାର ମଙ୍ଗଳସୂତ୍ର ଖାଇଦେଲା ବଳଦ

ମହରାଷ୍ଟ୍ରର ଅହମଦନଗର ନାମକ ଏକ ଗ୍ରାମରେ ଏକ ଚାଷୀ ପୋଲା ଦିନ ନିଜର ବଳଦକୁ ସଜାଇ ସବୁ ଗଳିକନ୍ଦି ବୁଲାଇଲା ଓ ଏହା ପରେ ବଳଦର ପୂଜା ପାଠ କରିଲା । ପୂଜା କରିବା ସମୟରେ ସେ ଥାଳିରେ ସମସ୍ତ ପୂଜା ସାମଗ୍ରୀକୁ ରଖିଲା ଓ ନିଜ ପତ୍ନୀର ସୁନାର ମଙ୍ଗଳସୂତ୍ର ବି ରଖିଲା । ଏହା ପରେ ଯେମିତି ହିଁ ପୂଜା ଆରମ୍ଭ ହୋଇଛି ସେମିତି ହିଁ ଲାଇନ ଚାଲିଗଲା ଓ ସେହି ଚାଷୀର ପତ୍ନୀ ମହମବତୀ ଆଣିବା ପାଇଁ ଚାଲିଗଲା ।

ମହମବତି ନେଇ ଯେତେବେଳେ ସେ ଫେରିଲା, ତେବେ ସେ ଦେଖିଲା କି ଥାଳିରେ ମଙ୍ଗଳସୂତ୍ର ନାହିଁ । ଅନ୍ଧାରରେ ବଳଦ ମିଠା ସହିତ ମଙ୍ଗଳସୂତ୍ରକୁ ବି ଖାଇ ଦେଇଛି, ଏହା ପରେ ପତ୍ନୀ ଜଣକ ନିଜ ସ୍ଵାମୀକୁ ସମସ୍ତ  କଥା କହିଲା ଓ ସ୍ଵାମୀ ବି ବଳଦ ମୁହଁରେ ହାତ ପୁରାଇ ମଙ୍ଗଳସୂତ୍ର ଖୋଜିଲା । କିନ୍ତୁ ମଙ୍ଗଲସୂତ୍ର ମିଳିଲା ନାହିଁ ।

ଗୋବରରେ ଖୋଜାଗଲା ମଙ୍ଗଳସୂତ୍ର

ଗ୍ରାମବାସୀମାନଙ୍କର କହିବା ଅନୁସାରେ ଚାଷୀ ଜଣକ ୮ ଦିନ ପର୍ଯ୍ୟନ୍ତ ବଳଦର ଗୋବରରେ ମଙ୍ଗଳସୂତ୍ରକୁ ଖୋଜିଲା, କିନ୍ତୁ ମଙ୍ଗଳସୂତ୍ର ମିଳିଲା ନାହିଁ । ଏହା ପରେ ଏହି ଖବର ପୁରା ଗ୍ରାମରେ ଧୀରେ ଧୀରେ ବ୍ୟାପିଗଲା ।

ଅପରେସନ ଦ୍ଵାରା ବାହାର କରାଗଲା ମଙ୍ଗଳସୂତ୍ର

ଏହା ପରେ ବଳଦକୁ ଡାକ୍ତର ପାଖକୁ ନିଆଗଲା । ଡାକ୍ତରମାନେ ୯ ସେପ୍ଟେମ୍ବର ଦିନ ବଳଦର ଅପରେସନ କରିଲେ, ଯାହା ପରେ ତାହାର ସ୍ଥିତି ବର୍ତ୍ତମାନ ଠିକ ଅଛି । ଡାକ୍ତରମାନଙ୍କର କହିବା ଅନୁସାରେ ମଙ୍ଗଳସୂତ୍ର ବଳଦର ରେଟିକୁଲମରେ ଫସି ଯାଇଥିଲା ।

ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଓଡିଆ ଫାଷ୍ଟ ପେଜ କୁ ଲାଇକ କରନ୍ତୁ ।