କେନ୍ଦ୍ର ଅର୍ଥମନ୍ତ୍ରୀ କଲେ ବଡ ଘୋଷଣା ୧୦ଟି ବ୍ୟାଙ୍କ ମିଶି ହେଲା ୪ଟି ବଡ ବ୍ୟାଙ୍କ, ଜାଣନ୍ତୁ କେଉଁ ବ୍ୟାଙ୍କ ସହ ମିଶିଲା କେଉଁ ବ୍ୟାଙ୍କ !

ବ୍ୟାଙ୍କ କ୍ଷେତ୍ରରେ ବଡ ଧରଣର ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର । RBI ର ବାର୍ଷିକ ରିପୋର୍ଟରେ ବ୍ୟାଙ୍କ ଜାଲିଆତି ୭୪ ପ୍ରତିଶତ ବୃଦ୍ଧି ପାଇଥିବା ପ୍ରକାଶ ପାଇବା ପରେ ବଡ ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଛୋଟ ଛୋଟ ବ୍ୟାଙ୍କକୁ ମିଶାଇ ବଡ ବ୍ୟାଙ୍କରେ ପରିଣତ କରାଗଲେ ବ୍ୟାଙ୍କର ଆର୍ଥିକ ସ୍ଥିତି ସୁଦୃଢ ହୋଇପାରିବ ବୋଲି ସେ କହିଛନ୍ତି । ଏହି ମର୍ମରେ ସରକାରୀ ବ୍ୟାଙ୍କର ଅର୍ଥନିତୀକୁ ମଝବୁତ କରିବା ପାଇଁ ୧୦ ଟି ବ୍ୟାଙ୍କକୁ ମିଶାଇ ୪ ଟି ବ୍ୟାଙ୍କ କରାଯିବ ବୋଲି ଘୋଷଣା କରିଛନ୍ତି ନିର୍ମଳା ସୀତାରମଣ ।

୨୭ ଟି ବ୍ୟାଙ୍କ ବଦଳରେ କାମ କରିବ ଏବେ ୧୨ ଟି ଜାତୀୟ ବ୍ୟାଙ୍କ । ବ୍ୟାଙ୍କର ଅର୍ଥନିତୀକୁ ମଝବୁତ କରିବା ପାଇଁ ଏହି ନିସ୍ପତି ନେଇଛନ୍ତି ମୋଦୀ ସରକାର ।

କେଉଁ ବ୍ୟାଙ୍କ ସହ ମିଶିଲା କେଉଁ ବ୍ୟାଙ୍କ

୧. ପଞ୍ଜାବ ନାସନାଲ ବ୍ୟାଙ୍କ, ୟୁନାଇଟେଡ ବ୍ୟାଙ୍କ ଓ ଓରିଏଣ୍ଟାଲ ବ୍ୟାଙ୍କ ଅଫ କମର୍ସ ର ମିଶ୍ରଣ ହେବ । ଏହି ୩ଟି ବ୍ୟାଙ୍କ ମିଶ୍ରଣ ହେବା ପରେ ୧୭.୯୫ ଲକ୍ଷ କୋଟି ଟଙ୍କାର ବ୍ୟବସାୟ ହେବ । ଦ୍ଵିତୀୟ ବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କରେ ଏହା ପରିଣତ ହେବ ।

୨. ସେହିପରି କାନାରା ବ୍ୟାଙ୍କ ସହ ସିଣ୍ଡିକେଟ ବ୍ୟାଙ୍କ ର ହେବ ମିଶ୍ରଣ । ଫଳରେ ବ୍ୟାଙ୍କର କାରବାର ୧୫.୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ । ଏହା ହେବ ଦେଶର ଚତୁର୍ଥ ବୃହତ ବ୍ୟାଙ୍କ ।

୩. ୟୁନିଅନ ବ୍ୟାଙ୍କ ଅଫ ଇଣ୍ଡିଆ, ଆନ୍ଧ୍ର ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କକୁ ମିଶାଇ ଗୋଟିଏ ବ୍ୟାଙ୍କ କରାଯିବ । ଏହା ହେବ ଚତୁର୍ଥ ବୃହତ ସରକାରୀ ବ୍ୟାଙ୍କ । ଯାହାର ମୋଟ କାରୋବାର ୧୪.୬ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ ।

୪. ସେହିପରି ଇଣ୍ଡିଆନ ବ୍ୟାଙ୍କ ଓ ଆଲାହାବାଦ ବ୍ୟାଙ୍କ ର ହେବ ମିଶ୍ରଣ । ମିଶ୍ରଣ ପରେ ଏହା ସପ୍ତମ ବୃହତ ପବ୍ଲିକ ସେକ୍ଟର ବ୍ୟାଙ୍କ ର ମାନ୍ୟତା ପାଇବ । ଏହାର ବ୍ୟବସାୟ ୮.୦୮ ଲକ୍ଷ କୋଟି ଟଙ୍କାରେ ପହଞ୍ଚିବ ।

ଏହା ଦ୍ଵାରା ସାଧାରଣ ଲୋକଙ୍କ ସମସ୍ୟାର ସମାଧାନ ତୁରନ୍ତ ହୋଇ ପାରିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।