୧୦ମ ଫେଲ ହେଲେ ବୋଲି ଘରୁ ଲୁଚି ପଳେଇଥିଲେ… ଅନେକ ରାତି ଭୋକରେ ଶୋଇଲେ, ହେଲେ ଆଜି ୩ଟି ଦେଶରେ ତାଙ୍କର କୋଟି କୋଟି ଟଙ୍କାର ବିଜନେସ

ୟୁପିରେ ରହୁଥିବା ଜଣେ ଛାତ୍ର ୧୦ ମ ଫେଲ ହେବା ପରେ ନିଜର ଘର ଛାଡି ଚାଲି ଯାଇ ଥିଲା । ଏହା ପରେ ସେ ହରିୟାଣାର ରୋହତକରେ ଯାଇ ପହଞ୍ଚିଲା । ସେଠି ସେ ବହୁତ ଦିନ ଭୋକିଲା ବୁଲିଲା । ଏହା ପରେ ତାକୁ ଏକ ଛୋଟ କାମ ମିଳିଗଲା । କିନ୍ତୁ ସେ ଛାତ୍ର ଜଣକ ସମସ୍ତ ଛୋଟ ବଡ କାମକୁ ପୁରା ଇଚ୍ଛାଶକ୍ତି ଓ ପରିଶ୍ରମର ସହ କରୁଥିଲା ଓ ଆଜି ସେ ତିନୋଟି ଦେଶରେ ନିଜର ବ୍ୟାପାର କରୁଛି ।

ରାଜସିଂହ ପଟେଲ ୟୁପିର ଉନ୍ନାବତ ନିବାସୀ ଅଟନ୍ତି । କିନ୍ତୁ ଦଶମରେ ଫେଲ ହେଲେ ବୋଲି ସେ ଘରୁ ଫେରାର ହୋଇ ହରିୟାଣାର ରୋହତକ ପହଞ୍ଚି ଗଲେ । ଏହା ପରେ ତାଙ୍କୁ ନଟ ବୋଲ୍ଟ କମ୍ପାନୀରେ ଏକ ଚାକିରି ମିଳିଗଲା । ଏହା ପରେ ଧୀରେ ଧୀରେ ସବୁ କାମ ଶିଖି ଯିବା ପରେ ସେ ୭୫ ହଜାର ଟଙ୍କା କରଜ କରି ନିଜର ଏକ ମେସିନ କ୍ରୟ କରିଲେ ଓ ନିଜର ବିଜନେସ ଆରମ୍ଭ କରିଲେ । ଆଜି ସେ ତିନୋଟି ଦେଶରେ ନିଜର କାମ କରୁଛନ୍ତି ।

ମିଡିଆ ସହ କଥାବାର୍ତ୍ତା କରି ରାଜସିଂହ କୁହନ୍ତି କି, ଦୁଇ ବର୍ଷ ପର୍ଯ୍ୟନ୍ତ ମୋତେ ସଂଘର୍ଷ କରିବାକୁ ପଡିଥିଲା । ବେଳେ ବେଳେ ମୁଁ ଭୋକିଲା ବି ଶୋଇ ପଡୁଥିଲି । କାରାଖାନାରେ ସକାଳ ୬ ଟା ରୁ ରାତି ୧୧ ପର୍ଯ୍ୟନ୍ତ କାମ କରୁଥିଲି । ୭ ବର୍ଷ ସେହି କାରାଖାନାରେ କାମ କରିବା ପରେ ନିଜର କାମ କରିବା ବିଷୟରେ ଚିନ୍ତା କରିଲି । ପୁଣି ଯେଉଁ ନଟ ବୋଲ୍ଟ କମ୍ପାନୀରେ କାମ କରୁଥିଲି, ସେଠୁ ଭଡାରେ ଏକ ମେସିନ ନେଇ କାମ ଆରମ୍ଭ କରିଲି ।

ଏହା ମଧ୍ୟରେ ସେ ବିବାହ କରି ସାରିଥିଲେ । ଏହା ପରେ ପତ୍ନୀ ବି ତାଙ୍କୁ ଏହି କାମରେ ପୁରା ସହଯୋଗ କରିଲେ । ତାଙ୍କର ପତ୍ନୀ ଜିନିଷ ଗଣିବା, ପ୍ୟାକିଙ୍ଗ କରିବା ଓ ଅନ୍ୟ କାମରେ ସାହାର୍ଯ୍ୟ କରୁଥିଲେ । ସେ ଆଗକୁ କହିଲେ କି ବର୍ଷ ୧୯୯୯ରେ ନିଜର ମେସିନ କ୍ରୟ କରିବାର ଯୋଜନା କରିଲି ଓ ଶସ୍ତା ମେସିନ ପାଇଁ ତାଇୱାନ ଚାଲି ଗଲି । ୨୦୦୩ରେ ନିଜର ମେସିନ ଲଗାଇ କାମ ଆରମ୍ଭ କରିଲି ।

ଏହା ପରେ ବର୍ଷ ୨୦୦୭ରେ ଆମେରିକା ଯାଇ ମେସିନ ଆଣିଲି । ପୁଣି ବର୍ଷ ୨୦୧୦ – ୧୧ ମଧ୍ୟରେ ତାଇୱାନରୁ ମେସିନ ଆଣିଲି । ଏହି ସମୟରେ ତାଙ୍କର କାମ ବହୁତ ଜଲ୍ଦି ଜଲ୍ଦି ଆଗକୁ ବଢୁଥିଲା । ସେ ଆମେରିକା, ତାଇୱାନ, ଜାପାନ, ଜର୍ମାନୀ ଓ ଚୀନରୁ ଶସ୍ତା ନଟ – ବୋଲ୍ଟରୁ ବି ଶସ୍ତା ନଟ ବୋଲ୍ଟ ତିଆରି କରି ପାରିବେ ବୋଲି କୁହନ୍ତି । କିନ୍ତୁ କେବଳ ତାଙ୍କୁ ସରକାରଙ୍କ ଠାରୁ ସାହାର୍ଯ୍ୟ ମିଳିଯାଉ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।