୧୦ମ ପରୀକ୍ଷା ସମୟରେ ହୋଇଥିଲା ମୃତ୍ୟୁ, ହେଲେ ଯେତେବେଳେ ରେଜଲ୍ଟ ଆସିଲା ତ ସମସ୍ତେ ହେଇଗଲେ ଆଶ୍ଚର୍ଯ୍ୟ

ଆଜି ଆମେ ଆପଣମାନଙ୍କୁ ଏମିତି ଏକ ଛାତ୍ର ବିଷୟରେ କହିବୁ ଯାହାର ମୃତ୍ୟୁ ୧୦ମ ପରୀକ୍ଷା ସମୟରେ ହୋଇଯାଇଥିଲା । ସେହି ପିଲାଟି ସବୁବେଳେ କହୁଥିଲା କି ‘ମୁଁ ଏହି ସବୁ ପରୀକ୍ଷା ପରେ ଅନ୍ତରିକ୍ଷ ଯାତ୍ରୀ ହେବାକୁ ଚାହୁଁଛି । ଯଦି ଷ୍ଟିଫନ ହକିଙ୍ଗ ଅକ୍ସଫୋର୍ଡ ଯାଇପାରିଲେ ଓ କସ୍ମୋଲୋଜି (ବ୍ରମ୍ହାଣ୍ଡ ବିଦ୍ୟା ସମ୍ବନ୍ଧିତ ଅଧ୍ୟୟନ)ରେ ନିଜର ନାମ କରିପାରିଲେ, ତେବେ ମୁଁ ମଧ୍ୟ ଅନ୍ତରିକ୍ଷ ଯାଇପାରିବି’ ।

ତା’ର ନିଜ ଉପରେ ପୁରା ବିଶ୍ଵାସ ଥିଲା କି, ସେ ଟପର ହେବ । ସମସ୍ତେ ତା’ର ଆତ୍ମବିଶ୍ଵାସକୁ ଦେଖି ଚକିତ ହୋଇ ଯାଉଥିଲେ ଓ ତାକୁ ପ୍ରୋତ୍ସାହନ ଦେଉଥିଲେ । ହେଲେ ତା’ର ଆୟୁଷ ବହୁତ କମ ଦିନ ଥିଲା ।

ଆମେ ଯେଉଁ ଛାତ୍ର ବିଷୟରେ କହୁଛୁ, ସେ ହେଉଛି ବିନାୟକ ଶ୍ରୀଧର । ଶ୍ରୀଧରର ସ୍ଵପ୍ନ ଥିଲା ଅନ୍ତରିକ୍ଷ ଯିବା ପାଇଁ । ସେ ୧୦ମ ପରୀକ୍ଷା ଦେଇଥିଲା ଓ ପରୀକ୍ଷା ପରେ କନ୍ୟା କୁମାରୀ ପାଖରେ ଥିବା ରାମେଶ୍ଵରମ ମନ୍ଦିର ଯିବା ପାଇଁ ଯୋଜନା କରିଥିଲା । ଅନ୍ତରିକ୍ଷ ଯାତ୍ରୀ ହେବା, ୧୦ମରେ ଟପର ହେବା ଓ ରାମେଶ୍ଵରମ ମନ୍ଦିର ଯିବା ବିନାୟକ ଶ୍ରୀଧରର ଅଧୁରା ଇଛା ହୋଇ ରହିଗଲା । କାରଣ ଶ୍ରୀଧର ଯେବେ ଦୁଇ ବର୍ଷର ହୋଇଥିଲା ସେତେବେଳେ ତା’କୁ (ମାଂସପେଶୀର ଅପବିକାଶ ସମ୍ବନ୍ଧିତ) ଏକ ରୋଗ ହୋଇଥିଲା ।

ଏହି ରୋଗର ନାମ ଥିଲା ମସ୍କୁଲର ଡିସଟ୍ରଫି । ଏହି ରୋଗ ଏକ ଆନୁବଂଶିକ ରୋଗ ଅଟେ । ଯାହା ଶରୀରର ମାଂସ ପେଶୀର ଗ୍ରୋଥକୁ ଅଟକାଇ ଥାଏ ଓ ବ୍ୟକ୍ତି ଶୁଖିବାକୁ ଲାଗିଥାଏ ଓ ଦୁର୍ବଳ ହୋଇଯାଇଥାଏ । ଏହି ରୋଗ ଡିଷ୍ଟ୍ରୋଫିନର ଅଭାବ ଦ୍ଵାରା ହୋଇଥାଏ । ଏହି ରୋଗ ଦ୍ଵାରା ଶ୍ରୀଧରର ମୃତ୍ୟୁ ହୋଇଥିଲା ଓ ତା’ର ସବୁ ଇଛା ଅଧୁରା ହୋଇ ରହିଗଲା ।