ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି, ଦରିଦ୍ରତା ଦୂର କରିବା ପାଇଁ ତୁଳସୀ ଗଛ ପାଖରେ ରଖି ଦିଅନ୍ତୁ ଏହି 3 ଜିନିଷ – Vastu Tips

ଆମର ହିନ୍ଦୁ ଧର୍ମରେ ତୁଳସୀ ଗୋଟେ ସାମାନ୍ୟ ଗଛ ନୁହେଁ  । ଏହାକୁ ପୂଜନୀୟ ଓ ପବିତ୍ର ମାନିଥାଆନ୍ତି । ସେଥିପାଇଁ ଅଧିକାଂଶ ଘରେ ତୁଲସୀ ଗଛ ରହିଥାଏ । ନିୟମିତ ଭାବରେ ସକାଳ ଓ ସନ୍ଧ୍ୟାରେ ତୁଳସୀ ଗଛ ମୂଳରେ ଦୀପ ଜଳଯାଇଥାଏ । ତୁଳସୀ ଗଛ ପୂଜନୀୟ ଓ ପବିତ୍ର ହେବା ସହ ଔଷଧୀୟ ଗୁଣରେ ମଧ୍ୟ ଭରପୁର ଥାଏ । ପଦ୍ମ ପୁରାଣ ଓ ଅନ୍ୟ ବେଦ ପୁରାଣରେ ତୁଳସୀ ଗଛର ମହତ୍ଵ ବିଷୟରେ ବୁଝାଯାଇଛି । ବୈଦିକ ସଂସ୍କୃତରେ ତୁଳସୀ ଗଛର ବଡ ସ୍ଥାନ ରହିଛି ।

ବହୁତ ଲୋକଙ୍କୁ ଜଣା ନାହିଁ ଯେ ତୁଳସୀର ବିବାହ ସାଲିଗ୍ରାମ ସହିତ ହୋଇଥିଲା । ସାଲିଗ୍ରାମ ଭଗବାନ ବିଷ୍ନୁଙ୍କର ଅବତାର ଅଟନ୍ତି । ଭଗବାନ ବିଷ୍ଣୁଙ୍କୁ ତୁଳସୀ ବହୁତ ପ୍ରିୟ ଅଟେ । ତାଙ୍କୁ ଯେଉଁ ଭୋଗ ଚଢାଯାଏ ସେଥିରେ ତୁଳସୀ ପତର ନିଶ୍ଚୟ ପକାଯାଇଥାଏ ।

କୁହାଯାଏ କି ତୁଳସୀ ପତ୍ରକୁ ନ ପକାଇବା ଦ୍ଵାରା ଭଗବାନ ବିଷ୍ଣୁ ସେହି ଭୋଗ ସ୍ଵୀକାର କରନ୍ତି ନାହିଁ । ଯେତେବେଳ ଆପଣ ସତ୍ୟ ନାରାୟଣଙ୍କ ପାଖରେ ଭୋଗ ଲଗାଉଛନ୍ତି ସେଥିରେ ତୁଳସୀ ପତ୍ର ନିଶ୍ଚିତ ପକାନ୍ତୁ । ଭଗବାନ ଶ୍ରୀକୃଷ୍ଣଙ୍କୁ ତୁଳସୀ ବହୁତ ପ୍ରିୟ ଅଟେ । ଭଗବାନ ଶ୍ରୀକୃଷ୍ଣଙ୍କୁ ଜଳ ଅର୍ପଣ କରିବା ସମୟରେ ସେଥିରେ ତୁଳସୀ ପତ୍ର ନିଶ୍ଚିତ ପକାନ୍ତୁ ନ ହେଲେ ଫୁଲ ସହିତ ତୁଳସୀ ପତ୍ର ଶ୍ରୀକୃଷ୍ଣଙ୍କୁ ଦିଆଯାଇଥାଏ ।

ଯଦି ସେହି ପତ୍ର ସହିତ ତୁଳସୀ ଜଟା ଦିଆଯାଏ ତେବେ ଭଗବାନ ବହୁତ ପ୍ରସନ୍ନ ହୋଇଥାଆନ୍ତି ।  ସାସ୍ତ୍ର ଅନୁସାରେ ତୁଳସୀ ଭଗବାନଙ୍କୁ ଏତେ ପ୍ରିୟ ଅଟେ ଯେ ତୁଳସୀ ପତ୍ର ହେଉକି ତୁଳସୀ ଜଟା ହେଉ ଯଦି ଚଢାଯାଏ  ତେବେ ଦାନ , ଧର୍ମ , ତପ , ଜପ ଯଜ୍ଞ ଇତ୍ୟାଦି ସମସ୍ତର ଭଲ ଫଳ ମିଳିଥାଏ । ତୁଳସୀ ବିଷୟରେ ଏମତି ବହୁତ କିଛି ଅଛି ଯାହାକି ଜାଣିବା ଆମର ନିହାତି ଆବଶ୍ୟକ ଅଟେ । ସେଥିପାଇଁ ଏମିତି କିଛି ନୀତି ନିୟମ ଅଛି ଯାହାକୁ ପାଳନ କଲେ ।

ତୁଳସି ଆମ ଉପରେ ପ୍ରସନ୍ନ ହୋଇଥାଆନ୍ତି । ତାଙ୍କୁ ପ୍ରଶ୍ନ ଦେଖିଲେ ଭଗବାନ ବିଷ୍ଣୁ ଓ ମା ଲକ୍ଷ୍ମୀ ଆମ ଉପରେ କୃପା ଦ୍ରୁଷ୍ଟି କରିଥାଆନ୍ତି । ଚାଲନ୍ତୁ  ଜାଣିବା ସେହି  ନିୟମ ବିଷୟ ରେ ଯାହାକୁ ଆମେ ପାଳନ କରିବା ଦରକାର ଓ ତୁଳସୀଙ୍କ ନିୟମ ପୂର୍ବକ ଆରାଧନା କରିବା ଦରକାର ।

୧ – ଯେଉଁ ଘରେ ନିୟମିତ ଭାବରେ ସକାଳ ଓ ସନ୍ଧ୍ୟାରେ ତୁଳସୀଙ୍କ ପାଖରେ ଦୀପ ଜଳଯାଇଥାଏ । ସେହି ଘରେ ସକାରାତ୍ମକ ଊର୍ଜା ସଂଚାର ହୋଇଥାଏ । ଚାରିଆଡେ ପ୍ରସନ୍ନତାର ବାତାବରଣ ହୋଇଥାଏ । ଯେତେବେଳେ ଆପଣ ଦୀପ ଜଳଉଛନ୍ତି ତେବେ ଦୀପ ତଳେ ଅରୁଆ ଚାଉଳ ରଖି ଦିଅନ୍ତୁ ।

୨ – ଯେଉଁଠାରେ ତୁଳସୀ ଗଛର ସ୍ଥାପନା କରାଯାଇଛି ସେହି ଆଖ ପାଖରେ ବହୁତ ଦେବା ଦେବୀ ରହିଥାଆନ୍ତି । ତୁଳସୀଙ୍କ ଠାରୁ ବାହାରୁଥିବା ସୁଗନ୍ଧ ଦେବା ଦେବୀଙ୍କୁ ଆକର୍ଷିତ କରିଥାଆନ୍ତି । ଭୁଲରେ ସେହି ସ୍ଥାନକୁ ଅପବିତ୍ର ତଥା ଅପରିଷ୍କାର କରନ୍ତୁ ନାହିଁ ।

୩ – ତୁଳସୀ ଗଛର ମାଟି ସେମିତି ପବିତ୍ର ହୋଇଥାଏ ସେହି ତୁଳସୀ ଗଛରେ ଚେର ଲାଗିକି ରହିଥାଏ । ତା ସହିତ ତୁଳସୀ ଗଛର ପତ୍ର ଓ ଜଟା ପଡିଥାଏ । ତେଣୁ କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରିବା ବେଳେ ତୁଳସୀମାଟିକୁ ମୁଣ୍ଡରେ ଲଗାଇଲେ ସେହି କାର୍ଯ୍ୟଟି ଶୁଭ ହୋଇଥାଏ ।

୪ – ଆପଣ ଦେଖିଥିବେ ଯେଉଁଠାରେ ତୁଳସୀ ଗଛ ଲଗାଯାଇଥାଏ । ସେହି କୁଣ୍ଡରେ ଅଲଗା ଅଲଗା ଗଛ ଉଠି ଯାଇଥାଏ । କେତେବେଳେ କେତେବେଳେ ଘାସ ଉଠିକି ଆସିଯାଇଥାଏ ।   ଆପଣ ତାକୁ ଅଦରକାରୀ ଭାବି ପକାନ୍ତୁ ନାହିଂ ବରଂ ତାକୁ ଗୋଟେ କପଡାରେ ବାନ୍ଧିକି ଏଭଳି ସ୍ଥାନରେ ରଖିବେ ଯେଉଁଠାରେ ଆପଣ ପଇସା ପତର ରଖିଥାଆନ୍ତି । ତାର ପ୍ରଭାବରେ ଧନ ସମ୍ପତି ବଢିପାରେ ।

୫ – ତୁଳସୀ ଗଛର ଚେର , ମାଟି , ଜଟ ଓ ପତର ଯେତିକି ମହତ୍ଵ ଅଛି ସେହିଭଳି ତୁଳସୀ ମାଳା ଅତ୍ୟନ୍ତ ମହତ୍ଵ ଦାୟକ ଅଟେ । ବୈଷ୍ଣବ ଧର୍ମରେ  ତୁଳସୀ ମାଳକୁ ଗଳାରେ ପିନ୍ଧିବା ଅତ୍ୟନ୍ତ ଶୁଭ ବୋଲି ମାନିଥାଆନ୍ତି । କୁହନ୍ତି ତୁଳସୀର ମାଳା ପିନ୍ଧିବା ଦ୍ଵାରା ଶ୍ରଦ୍ଧା , ଭକ୍ତି ଓ ସମପର୍ଣ ଭାବ ଜାଗ୍ରତ ହୋଇଥାଏ ।

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।