କଣ ଆପଣଙ୍କ ଦାନ୍ତ ମଝିରେ ବି ଅଛି ଗ୍ୟାପ ? ତ ଏହାକୁ ଥରେ ନିଶ୍ଚୟ ଦେଖନ୍ତୁ ଓ ଜାଣନ୍ତୁ କିଛି ଅଜଣା କଥା

ଆଜି ଆମେ ଆପଣଙ୍କୁ ସମୁଦ୍ର ଶାସ୍ତ୍ର ଅନୁସାରେ ବ୍ଯକ୍ତିର ଲକ୍ଷଣ ଆଧାରରେ ତାହାର ଭବିଷ୍ୟ ଏବଂ ବ୍ୟକ୍ତିତ୍ବ ବିଷୟରେ କହିବୁ । ଆମ ଭାରତୀୟ ସଂସ୍କୃତିରେ ଶୁଭ ଅଶୁଭ ଓ ପସନ୍ଦ ନାପସନ୍ଦକୁ ବହୁତ ମହତ୍ଵ ଦିଆଯାଏ । ଆମ ଜ୍ଯୋତିଷ ଶାସ୍ତ୍ରରେ ପ୍ରତ୍ଯେକ ଜିନିଷ ପଛରେ ଲୁଚି ରହିଥିବା ଅର୍ଥକୁ ବିସ୍ତାରରେ କୁହାଯାଇଛି । ଆମ ଆଖପାଖରେ ଘଟୁଥିବା ସମସ୍ତ ଘଟଣା ଆମ ନିକଟ ଭବିଷ୍ୟତ ସହ ଯୋଡି ହୋଇ ରହିଥାଏ । ଆମ ଶରୀରରେ ଥିବା ପ୍ରତ୍ଯେକ ଅଙ୍ଗପ୍ରତ୍ୟଙ୍ଗର ଚିହ୍ନ ଓ ଜାଇରେ ମଧ୍ୟ କିଛି ନା କିଛି ଅର୍ଥ ନିହିତ ରହିଥାଏ ।

ଆମ ସମସ୍ତଙ୍କ ଶରୀର, ରଙ୍ଗ, ବ୍ୟବହାର, ବୁଦ୍ଧି, ବିଚାର ଆଦି ପରସ୍ପର ଠାରୁ ଭିନ୍ନ ଅଟେ । ସମୁଦ୍ର ଶାସ୍ତ୍ର ଆମ ଦୈନିକ ସଂସ୍କୃତିର ଏକ ଅଂଶ ଯେଉଁଥିରୁ ଆମ ଶରୀରର ଅଙ୍ଗପ୍ରତ୍ୟଙ୍ଗ ବିଷୟରେ ମଧ୍ୟ ଉଲ୍ଲେଖ କରାଯାଇଛି । ଯାହା ଦ୍ଵାରା ଆମ ବର୍ତ୍ତମାନ, ଅତୀତ ଓ ଭିବିଷ୍ୟତ ବିଷୟରେ ଅନେକ କିଛି ଜାଣି ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହିପରି କିଛି ଚିହ୍ନ ବା ଅଙ୍ଗ ବିଷୟରେ ଯାହାର ସିଧା ପ୍ରଭାବ ଆମ ଜୀବନରେ ପଡିଥାଏ । ଗୋଲ ଚେହେରା ଥିବା ବ୍ୟକ୍ତି ନିଶ୍ଚିତ ରୂପେ ଭାଗ୍ୟଶାଳୀ ହୋଇଥାନ୍ତି ।

ଏମାନଙ୍କୁ ଭଲ ଚାକିରି, ସଫଳତା ଓ ଭଲ ଜୀବନସାଥି ମିଳିବା ନିଶ୍ଚିତ ଥାଏ । ଲମ୍ବା ନାକ ଓ ସେଥିରେ କଳା ଜାଇ ଥିଲେ ମଧ୍ୟ ଶୁଭ ବୋଲି ମାନାଯାଏ । କାନ ସାମାନ୍ଯ ବଡ ଥିବା ଲୋକ ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ ହୋଇଥାନ୍ତି । ଚଉଡା ଏବଂ ଲମ୍ବା ମଥା ଓ ସେଥିରେ ଥିବା ଗାର ବ୍ଯକ୍ତିର ସୌଭାଗ୍ୟକୁ ଦର୍ଶାଇ ଥାଏ ।

ଚନ୍ଦାପଣକୁ ଲୋକେ ସୁନ୍ଦରତା ଦୃଷ୍ଟିରୁ ଭଲ ବୋଲି ମାନନ୍ତି ନାହିଁ ।କିନ୍ତୁ ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଚନ୍ଦା ଲୋକଖୁବ ଭାଗ୍ୟଶାଳୀ ହୋଇଥାନ୍ତି । ମଥାର ମଝିରେ କଳା ଜାଇ ଥିଲେ ଭାଗ୍ୟଶାଳୀ ବୋଲି ମାନାଯାଏ । ସେହିପରି ହାତ ଡାହାଣ ଗାଲ କିମ୍ବା ଡାହାଣ ଆଖି ଆଦି ଉପରେ ଥିବା କଳା ଜାଇ ମଧ୍ୟ ବ୍ୟକ୍ତି ପାଇଁ ଖୁବ ଖାସ ହୋଇଥାଏ । ବିନା ଗ୍ୟାପ ଥିବା ଦାନ୍ତ ଓ ମୋତି ପରି ସଫା ପସନ୍ଦ ସମସ୍ତଙ୍କୁ ପସନ୍ଦ । କିନ୍ତୁ ସମୁଦ୍ର ଶାସ୍ତ୍ର ଅନୁସାରେ ଯେଉଁ ବ୍ୟକ୍ତିଙ୍କ ଦନ୍ତ ମଝିରେ ଗ୍ୟାପ ଥାଏ, ସେମାନେ ଖୁବ ଭାଗ୍ୟଶାଳୀ ଅଟନ୍ତି ବୋଲି ବିବେଚନା କରାଯାଏ ।

ଏହି ବ୍ୟକ୍ତି ଚାକିରିରେ ଉଚ୍ଚ ପଦବୀ ପାଇବା ସହ ତାଙ୍କ ଆର୍ଥିକ ସ୍ଥିତି ମଧ୍ୟ ଖୁବ ସ୍ବଚ୍ଛଳ ହୋଇଥାଏ । ସେହିପରି ଯେଉଁମାନଙ୍କ ଦାନ୍ତ ସାମାନ୍ଯ ବାହାରକୁ ଥାଏ, ସେମାନେ ଟିକେ ଜିଦି ଓ ବହୁତ କଥା କହିବା ବ୍ୟକ୍ତି ହୋଇଥାନ୍ତି ଏବଂ ଭାଗ୍ୟଶାଳୀ ମଧ୍ୟ ହୋଇଥାନ୍ତି । ସେହିପରି ହାତ ପରିଷ୍କାର ଓ ଗୋଲାପି ଦେଖା ଯିବା ସହ ଯଦି ହାତର ରେଖା ସ୍ପଷ୍ଟ ଦେଖାଯାଇ ଥାଏ ତେବେ ବ୍ୟକ୍ତି ଭାଗ୍ୟଶାଳୀ ହୋଇଥାନ୍ତି । ପତଳା ଏବଂ ଲମ୍ବା ଆଙ୍ଗୁଠି ମଧ୍ୟ ଭାଗ୍ୟ ଦୃଷ୍ଟିରୁ ଭଲ ବୋଲି ମାନାଯାଏ ।

ପାଦ ତଳେ ସିଂହ, ଚକ୍ର, ପଦ୍ମ, ସୂର୍ଯ୍ୟ, ଚନ୍ଦ୍ର, ନକ୍ଷତ୍ର, ଶଙ୍ଖ କିମ୍ବା ଧନ ଯେପରି ଆକୃତି ଥାଏ ତେବେ ସେହି ବ୍ୟକ୍ତି ମଧ୍ୟ ଅତ୍ୟନ୍ତ ଭାଗ୍ୟଶାଳୀ, ଐଶ୍ଵର୍ଯ୍ୟଶାଳୀ ହେବେ ବୋଲି ବିବେଚନା କରାଯାଏ । ପୁରୁଷ ବା ସ୍ତ୍ରୀଙ୍କ ନାଭି ଭିତରକୁ ଥିଲେ ମଧ୍ୟ ସେମାନଙ୍କୁ ଭାଗ୍ୟଶାଳୀ ବୋଲି ମାନାଯାଏ । ସମୁଦ୍ର ଶାସ୍ତ୍ର ଅନୁସାରେ ଆଖି ମଧ୍ୟ ଆମର ବ୍ୟକ୍ତିତ୍ବ ବିଷୟରେ କହିଥାଏ । ବଡ ଆଖି ଥିବା ଲୋକେ ଧନବାନ ଓ ବୁଦ୍ଧିମାନ ହୋଇଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ