ଦାନ୍ତ କାହିଁକି ହଳଦିଆ ହୋଇ ଯାଉଛି ? ଜାଣନ୍ତୁ ଏହାର କାରଣ ଓ ନିରାକରଣ Dr. Arpita Dash ଙ୍କ ଠାରୁ

ମୁହଁର ସୌନ୍ଦର୍ଯ୍ୟରେ ଦାନ୍ତର ଭୂମିକା ବେଶ୍‌ ଗୁରୁତ୍ୱପୂର୍ଣ୍ଣ । ଧଳା ଓ ସୁନ୍ଦର ଦାନ୍ତ ସମସ୍ତଙ୍କୁ ପସନ୍ଦ ହୋଇଥାଏ । କିନ୍ତୁ କୌଣସି କାରଣରୁ ଅନେକ ଲୋକଙ୍କର ଦାନ୍ତର ରଙ୍ଗ ହଳଦିଆ ପଡ଼ି ଯାଇଥାଏ । ତେବେ ଏହା କୌଣସି ଦାନ୍ତ ଜନିତ ସମସ୍ୟା କି? ନା ଏହାର କାରଣ ଅନ୍ୟକିଛି ଅଟେ ? ଏବଂ ଦାନ୍ତରୁ କିପରି ଦୂର କରିବେ ହଳଦିଆପଣ? ଚାଲନ୍ତୁ ଏହି ବିଷୟରେ ବିସ୍ତୃତ ଭାବେ ଜାଣିବା ଦନ୍ତ ରୋଗ ବିଶେଷଜ୍ଞ ଡାକ୍ତର ଅର୍ପିତା ଦାଶଙ୍କ ଠାରୁ ।

ପ୍ରତ୍ଯେକ ବ୍ୟକ୍ତିଙ୍କ ଦାନ୍ତର ରଙ୍ଗ ଏକ ଆରେକ ଠାରୁ ସାମାନ୍ଯ ଭିନ୍ନ ହୋଇଥାଏ । କାହାର ଦାନ୍ତ ଏକଦମ ଧଳା ହୋଇଥାଏ ତ କାହାର ଟିକେ କମ ଧଳା ହୋଇଥାଏ କିମ୍ବା ସାମାନ୍ଯ ହଳଦିଆ ଓ ହଳଦିଆ ମଧ୍ୟ ଥାଏ । ତେବେ କିଛି ଖାଦ୍ୟ ଯଥା ସାଇଟ୍ରିକ ଫଳ, କୋଲ୍ଡ ଡ୍ରିଙ୍କସ୍ ଏବ ଆଉ କେତେକେ ଫଳ ଖାଇବା ଦ୍ଵାରା ମଧ୍ୟ ଦାନ୍ତର ରଙ୍ଗରେ ପରିବର୍ତ୍ତନ ହୋଇଯାଏ । ଯାହା ହେତୁ ଦାନ୍ତ ହଳଦିଆ ପଡିଯାଏ । ଅନେକ ଲୋକ ଦିନରାତି ପାନ ଚୋବାଇବା ଦ୍ଵାରା ମଧ୍ୟ ସେମାନଙ୍କ ଦାନ୍ତ ସହ ଗାଲ ଭିତର ରଙ୍ଗ ମଧ୍ୟ ଅନେକାଂଶରେ ପରିବର୍ତ୍ତନ ହୋଇଯାଏ ।

ଦାନ୍ତ ରଙ୍ଗ ପରିବର୍ତ୍ତନ ହେବାରେ ପାଣିର ଭୂମିକା ମଧ୍ୟ ରହିଛି । ପିଉଥିବା ପାଣିରେ ଫ୍ଲୋରାଲ କଣ୍ଟେଣ୍ଟ ଅଧିକ ପରିମାଣରେ ଥିଲେ ମଧ୍ୟ ଦାନ୍ତ ହଳଦିଆ ହୋଇଯାଏ । ପିଲା ମାନେ ବୃଦ୍ଧି ପାଉଥିବା ଅବସ୍ଥାରେ ଯଦି ପିଇବା ପାଣିରେ ଫ୍ଲୋରାଲ କଣ୍ଟେଣ୍ଟ ଅଧିକ ପରିମାଣରେ ଥାଏ ତେବେ ସେମାନଙ୍କ ଦାନ୍ତ ନଷ୍ଟ ହେବାର ମଧ୍ୟ ସମ୍ଭାବନା ରହିଥାଏ । ତେବେ ଦାନ୍ତ ଅଧିକ ହଳଦିଆ ହୋଇଗଲେ ଏହାକୁ ସଫା କରି ହେବ । ଧୂମ୍ରପାନ କରିବା ଦ୍ଵାରା ମଧ୍ୟ ଦାନ୍ତ ଏବଂ ପାଟି ଭିତର କଳା ପଡିଯାଏ ।

ଦାନ୍ତ ପଲିସ କରି ଏବଂ ସ୍କେଲିଙ୍ଗ ପ୍ରୋସିଜିୟରରେ ଏହି ଦନ୍ତ ସବୁକୁ ପରିଷ୍କାର କରି ହୁଏ । କିନ୍ତୁ ଏହାର ଉପଚାର କରିବା ପରେ ଆଉ ଥରେ ସେହି ବଦଭ୍ୟାସକୁ ଫେରି ନଯିବାକୁ ଚେଷ୍ଟା କରିବେ । ଧୀରେ ଧୀରେ ବଦଭ୍ୟାସ ଛାଡିବା ଦ୍ଵାରା ଆପଣଙ୍କ ଦନ୍ତ ଆଉ ହଳଦିଆ କିମ୍ବା କଳା ପଡିବ ନାହିଁ । ନିୟମିତ ବ୍ଯବଧାନରେ ଡାକ୍ତରଙ୍କୁ ଦେଖାଇ ଉପଚାର କରୁଥିଲେ ଆପଣଙ୍କ ଦାନ୍ତ ଅବସ୍ଥା ପୁଣି ଥରେ ଭଲ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।