6 ବର୍ଷର ପିଲାଟିକୁ ଡାକ୍ତର ମାନେ କରି ଦେଇଥିଲେ ମୃ-ତ ଘୋଷିତ, କିନ୍ତୁ ମା’ ଡାକିବା ପରେ ହେଲା ଏମିତି ଚମତ୍କାର  

ଜନମ ମରଣ ଭଗବାନଙ୍କର ଦାନ ଅଟେ । ଏହି କଥାକୁ ନେଇ ଏକ କଥା ରହିଛି ଯାହାକୁ ରଖିବେ ଅନନ୍ତ ତାକୁ କିଏ ବା ମାରି ପାରିବ । ଏହାର ଅର୍ଥ ହେଉଛି ଯାହା ଉପରେ ଭଗବାନଙ୍କର ସାହା ରହିଛି ତାର କେହି କିଛି ବିଗାଡି ପାରିବେ ନାହି ।

ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଚମତ୍କାର ବିଷୟରେ କହିବାକୁ ଯାଉଛୁ ଯାହା ହରିୟାନାର ବାହାଦୁରଗଡରେ ଦେଖିବାକୁ ମିଳିଛି । ଏଠାରେ ଏକ ୭ ବର୍ଷର ପିଲାଟି ମ-ରି-କ-ରି ପୁଣି ଥରେ ବଞ୍ଚି ଉଠିଛି । ସେହି ପିଲାଟିର ବଞ୍ଚିବାର କାରଣ ହେଉଛି ତାର ଜେଜେମା ମାରିବା ପୂର୍ବରୁ ନିଜ ନାତିକୁ ଦେଖିବାକୁ ଚାହୁଥିଲେ । ସେହି ପିଲାର ଜେଜେ ମାଙ୍କର ଏହି ଜିଦି ପାଇଁ ପିଲାଟି ଶ୍ମଶାନ ଘାଟରୁ ହସପିଟାଲକୁ ଫେରିବା ପରେ ପୁଣି ଥରେ ନୂଆ ଜୀବନ ପାଇଛି ।

ଏହି ୭ବର୍ଷର କୁନାଲ ହରିୟାନର ବାହାଦୁରଗଡର କିଲ୍ଲା ମହଲାରେ ରୁହନ୍ତି । ତାଙ୍କ ପିତା ହିତେଶ କପଡା ଦୋକାନ କରନ୍ତି । କିଛି ସମୟ ପୂର୍ବେ କୁନାଲଙ୍କୁ ଟାଇଫଏଡ ହୋଇଥିବାରୁ ତାଙ୍କୁ ହସପିଟାଲରେ ଆଡମିସନ କରା ଯାଇଥିଲା । କୁନାଲଙ୍କର ସ୍ୱାସ୍ଥ୍ୟ ଅଧିକ ବିଗିଡି ଯିବାରୁ ତାଙ୍କୁ ଦିଲ୍ଲୀ ହସପିଟାଲକୁ ଅଣା ଯାଇଥିଲେ ମଧ୍ୟ ତାଙ୍କର ଶ୍ଵାସକ୍ରିୟା ବନ୍ଦ ହୋଇ ଯାଇଥିଲା ।

ସେଥିପାଇଁ ତାଙ୍କ ପରିଜନ ଲୋକେ ତାଙ୍କୁ ମୃ-ତ ଭାବି ଘରକୁ ନେଇ ଆସିଥିଲେ । କୁନାଲଙ୍କର ମୃ-ତ୍ୟୁ ଖବର ଶୁଣି ତାଙ୍କ ପରିବାର ଲୋକମାନେ କାନ୍ଦିବା ଆରମ୍ଭ କରିଥିଲେ । ଏହା ପରେ ତାଙ୍କ ମା ପୁଣି ଥରେ ପୁଅ ବଞ୍ଚି ଉଠୁ ବୋଲି କହିବା ସମୟରେ କୁନାଲଙ୍କର ହଟାତ ନିଶ୍ଵାସ ଚାଲିଥିଲା ।

ସୂଚନା ଅନୁସାରେ କିଲ୍ଲା ମୋହଲାର ନିବାସୀ ବିଜୟ ଶର୍ମାଙ୍କ ସ୍ତ୍ରୀ କୁନାଲ ଶର୍ମାଙ୍କୁ ୨୬ ମେ ରେ ଦିଲ୍ଲୀର ଡାକ୍ତର ମୃ-ତ ଘୋଷିତ କରିବା ପରେ କୁନାଲଙ୍କ ପରିବାର ତାଙ୍କୁ ସେଠାରୁ ନେଇ ଆସିଥିଲେ । କିନ୍ତୁ ଘରକୁ ଆସିବା ପରେ କୁନାଲ ପୁର୍ନଜନ୍ମ ପାଇଥିଲେ । କୁନାଲଙ୍କ ମା ଓ ତାଙ୍କ ତାଇ ଅତୃ ତାଙ୍କ ଶ-ବ ପାଖରେ ବସି ପୁଣି ବଞ୍ଚିବା ପାଇଁ କହି କାନ୍ଦୁଥିଲେ । କିଛି ସମୟ ପରେ ପ୍ୟାକ ହୋଇଥିବା ଶବରେ କିଛି ଶବ୍ଦ ହେବାରୁ ବିଜୟ ଶର୍ମା ଖବର ପାଇଥିଲେ । ଏହା ପରେ କୁନାଲଙ୍କ ପିତା ପ୍ୟାକରୁ ତାଙ୍କୁ ବାହାର କରି ନିଜ ପୁଅ ମୁହଁରେ ପବନ ଦେବାକୁ ଲାଗିଲେ ।

ଏହା ପରେ କୁନାଲଙ୍କର ନିଶ୍ଵାସ ଚାଲିବା ଆରମ୍ଭ ହେବା ପରେ ତାଙ୍କ ପଡୋଶୀ କୁନାଲଙ୍କର ଛାତିକୁ ଜୋରରେ ଦବାଇଥିଲେ । ଏହା ପରେ କୁନାଲଙ୍କୁ ତୁରନ୍ତ ହସ୍ପିଟାଲକୁ ନେଇଥିଲେ । ବର୍ତ୍ତମାନ ସେ ସୁସ୍ଥ ହୋଇ ତାଙ୍କ ଘରକୁ ଯାଇ ସାରିଛନ୍ତି । କୁନାଲଙ୍କର ଜେଜେ ବିଜୟ ଶର୍ମା କହିଛନ୍ତି ଯେ ତାଙ୍କ ନାତି ପୁଣି ଥରେ ନୂଆ ଜୀବନ ପାଇଛି । ଭଗବାନ ତାଙ୍କ ପୁଅକୁ ପୁଣି ଥରେ ଫେରେଇ ଦେଇଛନ୍ତି ବୋଲି କୁନାଲଙ୍କ ମା କହିଛନ୍ତି । କୁନାଲଙ୍କୁ ରୋହତକ ସ୍ଥିତ ଏକ ହସ୍ପିଟାଲକୁ ନିଆଗଲା ଯେଉଁଠାରେ ତାଙ୍କ ପ୍ରପର ଚିକିତ୍ସା ହୋଇ ପାରିଲା ।

ଏହା ପରେ କୁନାଲଙ୍କର ଭଉତ ଜଲ୍ଦି ରିକାଭର ହେବା ପରେ ସେ ଘରକୁ ଫେରି ଆସିଛନ୍ତି । ଏହି ଘଟଣାକୁ ନେଇ ବିଜୟ ଶର୍ମା କହିଛନ୍ତି ଯେ ପ୍ରଭୁ ଭୋଳାନାଥଙ୍କ ଆଶୀର୍ବାଦରୁ ତାଙ୍କ ନାତି ଫେରି ଆସିଛି । ଏହା ସହ ଭଗବାନଙ୍କର କେଉଁ ଭଳି ଲୀଳା ରହିଛି ଯାହା ପାଇଁ ଆଜି ସେ ନିଜ ନାତିକୁ ହରେଇ ମଧ୍ୟ ପୁଣି ଫେରି ପାଇଛନ୍ତି । କୁନାଲଙ୍କ ଜେଜେ ଆହୁରି କହିଛନ୍ତି ଯେ ଯଦି ତାଙ୍କ ସ୍ତ୍ରୀ ନିଜ ନାତିକୁ ଦେଖିବା ପାଇଁ ଜିଦି କରି ନ ଥାନ୍ତେ ତେବେ ହୁଏ ତ ସେ ଘରକୁ ଆସିନଥାନ୍ତା କି ଆଜି ବଞ୍ଚି ନ ଥାନ୍ତା ।

ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ । ଧନ୍ୟବାଦ