Special Report: ଡାକ୍ତର ମାନେ କାହିଁକି ପିନ୍ଧନ୍ତି ଧଳା ଡ୍ରେସ ? ଜାଣନ୍ତୁ ଏହା ପଛରେ କଣ ରହିଛି କାରଣ ?

ପୁରା ଦେଶରେ କୋରୋନାର ମହାମାରୀ ଯୋଗୁ ହାହାକାର ମାତିବାରେ ଲାଗିଛି । କୋରୋନାରେ ଆକ୍ରାନ୍ତ ହୋଇ କେତେ ଯେ ନିରୀହ ଲୋକଙ୍କର ଜୀବନ ଗଲାଣି ତାହା କହିବା ସମ୍ଭବ ନୁହେ । ଅନ୍ୟ ଏକଳ କ୍ଷେତ୍ରରେ ଦେଖିବାକୁ ଗଲେ ଡାକ୍ତର ମାନେ ମସିହା ସାଜି ଲୋକ ମାନଙ୍କ ଜୀବନା ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଉଛନ୍ତି ।

ସେଥିପାଇଁ ଡାକ୍ତର ମାନଙ୍କୁ କୋରୋନା ଯୁଦ୍ଧର ଆଖ୍ୟା ଦିଆ ଯାଇଛି । ଆଜି ଆମେ ଆପଣ ମାନଙ୍କୁ ଡାକ୍ତର ମାନେ କାହିଁକି ଧଳା ଡ୍ରେସ ଓ ଅପରେସନ ସମୟରେ ନୀଳ ଡ୍ରେସ ଧାରଣ କରିଥାନ୍ତି ସେହି ବିଷୟରେ କହିବାକୁ ଯାଉଛୁ । ଆମେ ଅନେକ ସମୟରେ ଦେଖିଥାଉ ଯେ ଡାକ୍ତର ମାନେ ନିଜର ଡିୟୁଟି ସମୟରେ ଧଳା ଡ୍ରେସ୍ସ ଓ ଅପରେସନ କରିବା ସମୟରେ ନୀଳ ଡ୍ରେସ ପିନ୍ଧିଥାନ୍ତି ।

ଡାକ୍ତର ମାନେ ଏଭଳି ଡ୍ରେସ ପିନ୍ଧିବାର କିଛି ବିଶେଷ କାରଣ ରହିଛି । ବିଶେଷ କରି ଧଳା ଡ୍ରେସ ପିନ୍ଧିବା ପଛରେ କିଛି ପୁରୁଣା କାହାଣୀ ରହିଛି । ୧୯୦୦ ଦଶକ ପୂର୍ବରୁ ଧଳା ଡ୍ରେସ କେବଳ ବୈଜ୍ଞାନିକ ଓ ଲ୍ୟାବରେ କାମ କରୁଥିବା କର୍ମଚାରୀ ମାନେ ପିନ୍ଧୁଥିଲେ ।

ସେହି ସମୟରେ ଡାକ୍ତର ମାନଙ୍କ ଚିକିତ୍ସା ପ୍ରଣାଳୀକୁ ଭୁଲ ବୋଲି ପ୍ରମାଣ କରିବାକୁ ବୈଜ୍ଞାନିକ ମାନେ ପ୍ରୟାସ କରିଥିଲେ । ଏପରି କରିବା ଦ୍ଵାରା ବୈଜ୍ଞାନିକ ମାନେ ସେହି ଯମନାରେ ଶାସକ ମାନଙ୍କ ଦ୍ଵାରା ପୁରସ୍କାର ପାଉଥିଲେ । ସମୟ ବଦଳିବା ସହ ଚିକିତ୍ସାକୁ ବିଜ୍ଞାନରେ ବଦଳାଇ ଦିଆଗାଲା । ଏହା ପରେ ଡାକ୍ତର ମାନେ ୧୯୮୯ ମସିହାରେ ଧଳା ଡ୍ରେସ ପିନ୍ଧିବାକୁ ଆରମ୍ଭ କରିଥିଲେ ।

ଧଳା ଡ୍ରେସ ପିନ୍ଧିବାର ପ୍ରକୃତ କାରଣ ହେଉଛି ଧଳା ରଙ୍ଗ ହେଉଛି ଶାନ୍ତି ଓ ସଚୋଟତାର ପ୍ରତୀକ ଅଟେ । ଏହା ବ୍ଯତୀତ ଧଳା ରଙ୍ଗ ରୋଗୀ ମାନଙ୍କର ଆଖିକୁ ଆରାମ ଦେଇଥାଏ । ଏହି ରଙ୍ଗ ଶରୀରର ତାପମାତ୍ରା ସନ୍ତୁଳିତ କରିବାରେ ସାହାଜ୍ଯ କରିଥାଏ । ତେଣୁ ଧଳା ରଙ୍ଗ ଡାକ୍ତର ଓ ରୋଗୀ ମାନଙ୍କ ପାଇଁ ଉପୋଯୋଗୀ ହେବ ସହ ଲାଭଦାୟକ ମଧ୍ୟ ହୋଇଥାଏ । ଡାକ୍ତର ମାନେ ନୀଳ ରଙ୍ଗର ଡ୍ରେସ ଅପରେସନ ସମୟରେ ପିନ୍ଧିବା ପଛରେ କିଛି ବିଶେଷ ମହତ୍ଵ ରହିଛି । ପୂର୍ବ କାଳରେ ଡାକ୍ତର ମାନେ ଅପରେସନ ସମୟରେ ଧଳା ରଙ୍ଗର ଡ୍ରେସ ଧାରଣ କରୁଥିଲେ ।

କିନ୍ତୁ ୧୯୧୪ ମସିହାରେ ଜଣେ ପ୍ରଭାବଶାଳୀ ଡାକ୍ତର ଏହି ନିୟମକୁ ପରିବର୍ତ୍ତନ କରିଥିଲେ । ଏହି ଧଳା ରଙ୍ଗ ବଦଳରେ ନୀଳ ରଙ୍ଗ ପରିବର୍ତ୍ତନ ହେବାର କାରଣ ହେଉଛି ଡାକ୍ତର ମାନେ ଯେପରି ଅପରେସନ ସମୟରେ ରକ୍ତ ଦେଖି ମାନସିକ ଚିନ୍ତାରେ ନ ପଡନ୍ତୁ । ନୀଳ ରଙ୍ଗ ଧାରଣ କରିବା ଦ୍ଵାରା ଏହା ଆଖିକୁ ଆରାମ ପ୍ରଦାନ କରିଥାଏ । ତେଣୁ ଏହି ଦୁଇଟି କାରଣରୁ ଡାକ୍ତର ମାନେ ନିଜ ଡିୟୁଟି ସମୟରେ ଧଳା ରଙ୍ଗ ଓ ଅପରେସନ ସମୟରେ ନୀଳ ରଙ୍ଗର ଡ୍ରେସ ପିନ୍ଧିଥାନ୍ତି ।

ଆପଣଙ୍କୁ ଆମର ଏହି ଆର୍ଟିକିଲଟି ଭଲ ଲାଗିଥିଲେ ଗୋଟେ ଲାଇକ କରିବେ ଓ ସାଙ୍ଗମାନଙ୍କ ସହ ସେୟାର କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ