ଡାକ୍ତରଙ୍କ ହ୍ୟାଣ୍ଡରାଇଟିଂଗ ଖରାପ ହେବା ପଛରେ ରହିଛି ଏହି ବଡ କାରଣ

ଏହି ଦୁନିଆରେ ସମସ୍ତେ ଦିନେ ନା ଦିନେ ଡାକ୍ତରଙ୍କ ପାଖକୁ ନିଶ୍ଚିତ ଯାଇଥିବେ । ତେବେ ସେତେବେଳେ ଡାକ୍ତରମାନେ ପ୍ରେସ୍କ୍ରିପ୍ସନରେ ଯେଉଁ ଔଷଧ ଲେଖି ଦିଅନ୍ତି, ସେହି ହ୍ୟାଣ୍ଡରାଇଟିଂଗକୁ ଦେଖିଲେ ଭଲ ଭଲ ଲୋକମାନଙ୍କ ବି ମୁଣ୍ଡ ବୁଲିଯିବ । ଆପଣ କେତେ ବି ବୁଦ୍ଧିମାନ ହୋଇଥିଲେ ମଧ୍ୟ ପ୍ରେସ୍କ୍ରିପ୍ସନରେ ଲେଖା ହୋଇଥିବା ଅକ୍ଷରକୁ ପଢି ପାରିବେ ନାହିଁ । କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ଡାକ୍ତରମାନେ ଜାଣି ଶୁଣି ଏତେ ଖରାପ ହ୍ୟାଣ୍ଡରାଇଟିଂଗ କାହିଁକି ଲେଖନ୍ତି ।

ଏହା ପଛରେ ଏକ ଖାସ କାରଣ ଅଛି । ଜଣେ ଡାକ୍ତର ଏହାର ଉତ୍ତର ଦେଲେ । ଯାହାକି ପୂରାପୂରି ଭିନ୍ନ ଅଟେ । ଗୋଟିଏ ସର୍ବେ ଅନୁସାରେ ପୁରା ଦୁନିଆରେ ପାଖାପାଖି ୭ ହଜାର ଲୋକମାନଙ୍କ ମୃତ୍ୟୁ ଡାକ୍ତରମାନଙ୍କ ଖରାପ ହ୍ୟାଣ୍ଡରାଇଟିଂଗ କାରଣରୁ ହୋଇଥାଏ । କାରଣ ସେମାନେ ବୁଝି ପାରନ୍ତି ନାହିଁ କି ଡାକ୍ତରମାନେ କଣ ଲେଖି ଦେଇଛନ୍ତି ଓ ଭୁଲ ଔଷଧର ସେବନ କରି ଦିଅନ୍ତି ।

ଏହା ଛଡା କେତେ ଥର ଔଷଧ ଦୋକାନୀ ବି ଡାକ୍ତରଙ୍କ ହ୍ୟାଣ୍ଡରାଇଟିଂଗକୁ ବୁଝି ପାରନ୍ତି ନାହିଁ ଓ ଭୁଲ ଔଷଧ ଦେଇ ଦିଅନ୍ତି । ଏହା ସହିତ ଔଷଧକୁ କେତେ ଥର ଓ କେଉଁ ସମୟରେ ନେବେ, ଏହାକୁ ବି ଯେଉଁ ସ୍ଟାଇଲରେ ଲେଖିଥାନ୍ତି, ତାକୁ ବି ବହୁତ କମ ଲୋକମାନେ ବୁଝି ପାରନ୍ତି । ତାଙ୍କର ହ୍ୟାଣ୍ଡରାଇଟିଂଗ ଏମିତି କାହିଁକି ହୋଇଥାଏ, ଏହି ପ୍ରଶ୍ନର ଜବାବ ଜାଣିବା ପାଇଁ ଡାକ୍ତରମାନଙ୍କୁ ପ୍ରଶ୍ନ କରାଗଲା ।

ତେବେ ଜଣେ ଡାକ୍ତର ଏହି ପ୍ରଶ୍ନର ଜବାବ ଦେଲେ କି ଡାକ୍ତର ହେବା ପାଇଁ ଆମେ ବହୁତ ପରିଶ୍ରମ କରିଥାଉ । ଏହା ସହିତ ସେମାନଙ୍କୁ କମ ସମୟରେ ବଡ ବଡ ପରୀକ୍ଷାକୁ ପାସ କରିବାକୁ ପଡିଥାଏ । ଏହି କାରଣରୁ ସମୟ ବଞ୍ଚାଇବା ଚକ୍କରରେ ସେମାନେ ସବୁବେଳେ ବହୁତ ଜଲ୍ଦି ଜଲ୍ଦି ଲେଖିଥାନ୍ତି । ଯାହାକି ସେମାନଙ୍କ ଜୀବନରେ ଏହା ଅଭ୍ୟାସରେ ପରିଣତ ହୋଇଯାଏ ।

ମେଡିକାଲ କାଉନ୍ସିଲ ଅଫ ଇଣ୍ଡିଆ (MCI) ଅନୁସାରେ ଡାକ୍ତରଙ୍କୁ ଏକ ଗାଇଡଲାଇନ ବି ଦିଆ ଯାଇଛି । ଏଥିରେ କୁହାଯାଇଛି କି ଚିକିତ୍ସା ପାଇଁ ପ୍ରେସ୍କ୍ରିପ୍ସନ ଲେଖିବା ସମୟରେ କ୍ୟାପିଟାଲ ଲେଟରର ବ୍ୟବହାର କରିବାକୁ ବାଧ୍ୟ ଅଟନ୍ତି । ଏହା ସହିତ ରୋଗୀକୁ ପୁରା ଲେଖି ବୁଝାଇବାକୁ ପଡିବ । ଯେମିତି ସେ ବୁଝି ପାରିବ ସେହିଭଳି ଏକ୍ସପ୍ଲେନ କରି ଲେଖିବାର ଅଛି । MCI ଅନୁସାରେ ଆଶା କରୁଛୁ କି ଡାକ୍ତରମାନେ ତାଙ୍କର ଏହି ଗାଇଡ୍ଲାଇନକୁ ସ୍ଵୀକାର କରିବେ । ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।