ଗୋଟିଏ ମା’ ର ବଳିଦାନ ଓ ପୁଅର ସଂଘର୍ଷ ର କାହାଣୀ, ପଢନ୍ତୁ ଇଣ୍ଡିଆନ କ୍ରିକେଟର Rishabh Pant ଙ୍କ Biography

ଭାରତୀୟ କ୍ରିକେଟରର ଷ୍ଟାର ଭାବେ ରିଷଭ ପନ୍ତ ପରିଚିତ ଅଟନ୍ତି । ପ୍ରତେକ ମଣିଷର ଜୀବନ କାହାଣୀ ପଛରେ କିଛି ନା କିଛି ରହସ୍ୟ ରହିଛି । ମଣିଷ ଜୀବନରେ କିଛି ନା କିଛି ଦୁଖ ମଧ୍ୟ ରହିଛି । ଏହିଭଳି କିଛି ଘଟଣା ରେଷଭ ପନ୍ତଙ୍କ ଜୀବନରେ ଘଟିଛି ଯାହାର ବିସ୍ତୁତ ବିବରଣୀ ନିମ୍ନରେ ଦିଆଗଲା । ରେଷଭ ପାନ୍ତ ୧୯୯୭ ମସିହା ୪ ଅକ୍ଟୋବରରେ ଉତ୍ତରାଖଣ୍ଡର ରୁଟକିରେ ଏକ ସାଧାରଣ ପରିବାରରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ରାଜେନ୍ଦ୍ର  ପନ୍ତ ଓ ମାଙ୍କ ନାମ ସରୋଜ ପନ୍ତ ଅଟେ ।

ସେ ପିଲାଦିନେ କ୍ରିକେଟ ପ୍ରତି ଆଗହୀ ଥିବାରୁ ଗାଁର ପିଲାମାନଙ୍କ ସହ ଦିନ ସାରା କ୍ରିକେଟ ଖେଳୁଥିଲେ । ସେଥି ପାଇଁ ତାଙ୍କୁ ଘରେ ଗାଳି ଶୁଣିବାକୁ ପଡୁଥିଲା ଓ ମାଡ ମଧ୍ୟ ଖାଉଥିଲେ । ବେଳେବେଳେ ସେ ସ୍କୁଲ ନାଁ କହି ଘରୁ ବାହାରି ଯାଉଥିଲେ କିନ୍ତୁ ପଡିଆରେ କ୍ରିକେଟ ଖେଳରେ ନିଜର ସାରା ଦିନ ବିତାଉଥିଲେ । ଏହା ପରେ ସନ୍ଧ୍ଯାରେ ଘରେ ପହଞ୍ଚିବା ପରେ ତାଙ୍କୁ ମାଡ ଖାଇବାକୁ ପଡୁଥିଲା । ତାଙ୍କର ବଡ ଭଉଣୀ ସାକ୍ଷୀ ପନ୍ତ ଅଟନ୍ତି ।

କ୍ରିକେଟ ପ୍ରତି ରିଷଭଙ୍କର ଅଧିକ ଆଗ୍ରହ ଥିବା ଦେଖି ଧୀରେ ଧୀରେ ତାଙ୍କ ଘର ଲୋକମାନେ ସମର୍ଥନ କରିବାକୁ ଲାଗିଲେ । ଯେତେବେଳେ ତାଙ୍କୁ ୧୦ ବର୍ଷ ହୋଇଥିଲା ସେତେବେଳେ ତାଙ୍କ ବଡ ଭଉଣୀ ସାକ୍ଷୀ ଦିଲ୍ଲୀରେ ରହୁଥିଲେ । ରିଷଭଙ୍କର କ୍ରିକେଟ ପ୍ରତି ଆଗ୍ରହ ଥିବା ଦେଖି ସାକ୍ଷୀ ତାଙ୍କୁ ଦିଲ୍ଲୀ ଯିବା ପାଇଁ କହିଥିଲେ । ସେହି ସମୟରେ ଦିଲ୍ଲୀରେ କ୍ରିକେଟ ଟ୍ୟାଲେନ୍ଟ ହଣ୍ଟ ଚାଲିଥିଲା ଯେଉଁଥିରେ ନୂଆ ଖେଳାଳିଙ୍କୁ ନିଆ ଯାଉଥିଲା ।

ତାଙ୍କ ମାଙ୍କ ସହ ଦିଲ୍ଲୀରେ ପହଞ୍ଚି ସେ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ । ସେଠାରେ ନିର୍ଭୟ ଭାବେ ସେ ତାଙ୍କର ପ୍ରତିଭା ପ୍ରଦର୍ଶନ କରିଥିଲେ ଯାହା ଦେଖି ସବୁ ଲୋକମାନେ ଆଚମ୍ବିତ ହୋଇଯାଇଥିଲେ । ଏହି ହନ୍ଟରେ ସେ ସିଲେକସ୍କନ ହୋଇଥିଲେ ମଧ୍ୟ ଦିଲ୍ଲୀରେ ରହିବା ପାଇଁ ତାଙ୍କର କୌଣସି ସୁବିଧା ନ ଥିଲା । ଏହା ପରେ ତାଙ୍କ ଜୀବନର  ପ୍ରକୂତ ସଂଘର୍ଷ ଆରମ୍ଭ ହୋଇଥିଲା । ସପ୍ତାହକୁ ଦୁଇ ଥର ସେ ନିଜ ଘରୁ ଦିଲ୍ଲୀକୁ ଟ୍ରେନିଂ ନେବା ପାଇଁ ଆସୁଥିଲେ ।

ତାଙ୍କର ଭଲ ପ୍ରଦର୍ଶନ ପରେ ସେ ତାଙ୍କ କୋଚଙ୍କ କହିବା ଅନୁସାରେ ରାଜସ୍ଥାନର କ୍ରିକେଟ ଏକାଡେମିରେ ନିଯୁକ୍ତି ହୋଇଥିଲେ ।ସେଠାରେ ସେ ଅସୁବିଧାର ସମୁଖିନ୍ନ ହେବାରୁ ପୁଣି ଠାରେ ଦିଲ୍ଲୀ ଫେରି ଯାଇଥିଲେ ଓ ନିଜର ଅଭ୍ଯାସ ଆରମ୍ଭ କରି ଦିଲ୍ଲୀ ରଞ୍ଜୀ ଟ୍ରଫିରେ ଭାଗ ନେଇଥିଲେ । ଏହା ପରେ ସେ ବିଶ୍ଵକପରେ ରେକର୍ଡ କରି ଆପିଏଲରେ ଖେଳିବାକୁ ସୁଯୋଗ ପାଇଥିଲେ । ଅଣ୍ଡର- ୧୯ ବିଶ୍ଵକପରେ ରେଷଭ ମାତ୍ର ୧୮ଟି ବଲରୁ ଅର୍ଦ୍ଧଶତକ ହାସଲ କରି ୱାର୍ଲ୍ଡ ରେକର୍ଡ ସୃଷ୍ଟି କରିଥିଲେ ।

ଏହା ପରେ ସେ ନିଜର ଭଲ ପ୍ରଦର୍ଶନ କରି ଇଣ୍ଡିଆ ଟିମରେ ଖେଳିବାକୁ ସୁଯୋଗ ପାଇଥିଲେ । କିନ୍ତୁ ଇଣ୍ଡିଆ ଟିମକୁ ଆସିବା ପରେ ତାଙ୍କ ପ୍ରଦର୍ଶନ ବହୁତ ଖରାପ ହେବାରେ ଲାଗିଲା । କିନ୍ତୁ ସେ ହାର ନ ମାନି ନିଜ ଜୀବନର କଷ୍ଟକୁ ମନେ ପକାଇ ଆଗକୁ ବଢିଥିଲେ ।ଦର୍ଶକବନ୍ଧୁ ଯଦି ଆପଣମାନଙ୍କୁ ରିଷଭ ପନ୍ତଙ୍କର ଏହି ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ କରନ୍ତୁ ।     

ଯଦି ଆପଣଙ୍କୁ ଆମର ଏହି ଲେଖାଟି ଭଲ ଲାଗିଥାଏ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଏହାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।