ସବୁଠୁ ଅଧିକ ଏକ୍ସପେନସିଭ ଅଟେ ଏହି ୯ ଜଣ କ୍ରିକେଟରଙ୍କର ଙ୍କ ଘର, 8 ନମ୍ବର କ୍ରିକେଟରଙ୍କ ଘର ର ଦାମ ଶୁଣିଲେ ଆପଣଙ୍କ ହୋସ ଉଡିଯିବ

ବନ୍ଧୁଗଣ ସମସ୍ତ ଙ୍କୁ ନିଜ ଘର ସ୍ଵର୍ଗ। ନିଜ ଘର ରେ ଯେଉଁ ଶାନ୍ତି ମିଳିଥାଏ ତାହା ଆଉ କେଉଁଠି ବି ମିଳି ନ ଥାଏ। ଆଜି ଆମେ ସେହି କ୍ରିକେଟର ମାନଙ୍କ ବିଷୟରେ ଆଲୋଚନା କରିବୁ ଯେଉଁ ମାନେ ନିଜ ନିଜ ଦାମୀ ଘର ରେ ରହୁଛନ୍ତି। ତେବେ ଚାଲନ୍ତୁ ଜାଣିବା ସେହି କ୍ରିକେଟର ମାନେ କିଏ? ୧- ପ୍ରଥମ କ୍ରିକେଟର ଙ୍କ ନାମ ହେଲା ସୌରଭ ଗାଙ୍ଗୁଲି। ସୌରଭ କଲିକତା ରେ ୪ ତାଲା ରେ ରହୁଛନ୍ତି। ତାଙ୍କ ଘର କୌଣସି ବଙ୍ଗଳା ଠାରୁ କମ ନୁହେଁ।

ସେ ସେହି ଘରେ ହିଁ କ୍ରିକେଟ ଶିଖି ଛନ୍ତି ଓ ସେ ତାଙ୍କ ସେ ଘର କୁ କେବେ ବି ଛାଡି ପାରିବେ ନାହିଁ ବୋଲି ସେ କୁହନ୍ତି।ସେ ଘରେ ୫୦ ରୁ ଅଧିକ ଲୋକ ରୁହନ୍ତି। ସେ ଘର ଛଡା ଆହୁରି ଅନେକ ସମ୍ପତ୍ତି ର ମାଲିକ ମଧ୍ୟ।ଏହି ବିଶାଳ ଓ ସୁନ୍ଦର ଘର ର ଦାମ ହେଉଛି ୯୫ କୋଟି ଟଙ୍କା।

୨- ଦ୍ୱିତୀୟ କ୍ରିକେଟର ହେଲେ ଏମ ଏସ ଧୋନି। ଧୋନି ସବୁଠୁ ଲୋକପ୍ରିୟ କ୍ରିକେଟର। ରାଞ୍ଚି ର ହାରମୋ ହାଉସ ହେଉଛି ଭାରତର କପ୍ଟାନ ଧୋନି ଙ୍କ ର। ସେ ନିଜ ସ୍ତ୍ରୀ, ଝିଅ ଓ ନିଜ ବାପା ମାଆ ଙ୍କ ସହ ରହୁଛନ୍ତି। ଏହା ଛଡା ଅନେକ ସମ୍ପତି ର ମାଲିକ ମଧ୍ୟ। ଧୋନି ଙ୍କ ର ଏହି ସୁନ୍ଦର ଓ ଦାମୀ ଘର ର ମୁଲ୍ୟ ହେଉଛି ୬୦ କୋଟି ଟଙ୍କା।

୩- ତୃତୀୟ କ୍ରିକେଟର ହେଲେ କ୍ରିଷ ଗେଲ। କ୍ରିଷ ଗେଲ ଜମାଇକା ର ପାହାଡ ରେ ଏକ ବିଶାଳ ଏବଂ ସୁନ୍ଦର ଘରେ ରହୁଛନ୍ତି।ସେ ତାଙ୍କ ଘରେ ବିଭିନ୍ନ ପ୍ରକାର ର ସୁବିଧା ର ବ୍ୟବସ୍ଥା କରିଛନ୍ତି। କ୍ରିଷ ଙ୍କ ର ଏହି ବିଶାଳ ଘର ର ମୁଲ୍ୟ ହେଉଛି ୭୦ କୋଟି ଟଙ୍କା।

୪- ଚତୁର୍ଥ କ୍ରିକେଟର ହେଲେ ଏ ବି ଡେ ଭିଲିଏର୍ସ। ଏ ବି ଡରବନ ସାଉଥ ଆଫ୍ରିକାରେ ଏକ ବିଶାଳ ଏବଂ ସୁନ୍ଦର ଘରେ ରୁହନ୍ତି। ତାଙ୍କ ଘର ସାଉଥ ଆଫ୍ରିକା ର ସବୁଠୁ ମହଙ୍ଗା ଘର। ଏହି ସୁନ୍ଦର ମହଲ କିମ୍ବା ବଙ୍ଗଳା ର ମୁଲ୍ୟ ହେଉଛି ୩ ମିଲିୟନ ଡ଼ଲାର ଅର୍ଥାତ ୨୦ କୋଟି ଟଙ୍କା।

୫- ପଞ୍ଚମ କ୍ରିକେଟର ହେଲେ କୁମାର ସଂଘାକାରା। ତାଙ୍କ ଘର ୧୨୫ ବର୍ଷ ର ଘର ଏବଂ ଶ୍ରୀ ଲଙ୍କା ର ସବୁଠୁ ମହଙ୍ଗା ଘର।ଏହି ସୁନ୍ଦର ଘର ଟି ତାଙ୍କ ବାପା ମାଆ କିଣିଥିଲେ ଏବଂ ସୁନ୍ଦର ଓ ମଜବୁତ ଘର ର ମୂଲ୍ୟ ହେଉଛି ୫୫ କୋଟି ଟଙ୍କା।

୬- ଷଷ୍ଠ କ୍ରିକେଟର ହେଲେ ସଚିନ ତେନ୍ଦୁଲକର। ସଚିନଙ୍କୁ ଭାରତ ର ଈଶ୍ୱର ବୋଲି ଲୋକ ମାନିଥାନ୍ତି। ବମ୍ବେ ର ବାନ୍ଦ୍ରା ରେ ଥିବା ବିଶାଳ ଓ ମହଙ୍ଗା ଘର ହେଉଛି ସଚିନ ଙ୍କର ତାଙ୍କ ଘରେ ସେ ସବୁ ପ୍ରକାର ର ସୁବିଧା ର ବ୍ୟବସ୍ଥା ମାନ କରିଛନ୍ତି। ସଚିନ ଙ୍କ ର ଏହି ବିଶାଳ ଓ ସୁନ୍ଦର ଘର ର ମୁଲ୍ୟ ହେଉଛି ୬୫ କୋଟି ଟଙ୍କା।

୭- ସପ୍ତମ କ୍ରିକେଟର ହେଲେ ବର୍ତ୍ତମାନ ର କପ୍ଟାନ ବିରାଟ କୋହଲି। ଓମ କାର ଟାୱାର ରେ ଏକ ସୁନ୍ଦର ଓ ମହଙ୍ଗା ଘରେ ବିରାଟ ନିଜ ପରିବାରଙ୍କ ସହ ରୁହନ୍ତି। ତାଙ୍କ ଘରେ ମଧ୍ୟ ଆଧୁନିକ ଯୁଗର ନୂଆ ଯନ୍ତ୍ର ମାନ ମଧ୍ୟ ଦେଖିବାକୁ ମିଳିଥାଏ। ଏବଂ ଏହି ବିଶାଳ ଘର ର ମୁଲ୍ୟ ହେଉଛି ୩୪ କୋଟି ଟଙ୍କା।

୮- ଅଷ୍ଟମ କ୍ରିକେଟର ହେଲେ ଶେନ ୱାସ୍ଟନ । ଅଷ୍ଟ୍ରେଲିଆ ର ସବୁଠୁ ମହଙ୍ଗା କ୍ରିକେଟରଙ୍କ ମଧ୍ୟ ରୁ ଜଣେ। ତାଙ୍କ ଘର ବଣ୍ଡାଇ ବିଚ ରେ ଅବସ୍ଥିତ। ତାଙ୍କ ଘର କୋଣସି ବଙ୍ଗଳା ରୁ କମ ନୁହେଁ। ଏହି ଘର ସମସ୍ତ ଙ୍କୁ ନିଜ ପ୍ରତି ଆକର୍ଷଣ କରିଥାଏ ଏହି ବିଶାଳ ଓ ଆକର୍ଷଣୀୟ ଘର ର ମୁଲ୍ୟ ହେଉଛି ୯ ମିଲିୟନ ଡ଼ଲାର ଅର୍ଥାତ ୧୦୦ କୋଟି ଟଙ୍କା।

୯- ନବମ କ୍ରିକେଟର ହେଲେ ରିକି ପଣ୍ଟିଙ୍ଗ।ତାଙ୍କ ଘର ସବୁଠୁ ମହଙ୍ଗା ଓ ବିଶାଳ ମଧ୍ୟ ଓ ତା ସହ ବହୁତ ସୁନ୍ଦର ମଧ୍ୟ। ତାଙ୍କ ଘରେ ସବୁ ପ୍ରକାର ର ସୁବିଧା ର ବ୍ୟବସ୍ଥା କରାଯାଇଛି। ଏହା ହେଉଛି କ୍ରିକେଟ ଜଗତ ର ସବୁଠୁ ଆକର୍ଷଣୀୟ ଓ ମହଙ୍ଗା ଘର। ଏହାର ମୂଲ୍ୟ ହେଉଛି ୨୦୦ କୋଟି ଟଙ୍କା।