କ୍ରିକେଟର Kapil Dev ଙ୍କ ସମ୍ପତ୍ତି କେତେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ

ଭାରତରେ ଯେତେବେଳେ ବି କ୍ରିକେଟ ଓ ୱାର୍ଲ୍ଡକପର ଚର୍ଚା ହୋଇଥାଏ ତେବେ ସର୍ବେ ପ୍ରଥମେ କପିଲ ଦେବଙ୍କ ନାଁ ସାମ୍ନାକୁ ଆସିଥାଏ । ତାଙ୍କର ହିଁ କ୍ୟାପଟେନଶିପରେ ଭାରତ ପୁରା ଦୁନିଆରେ କ୍ରିକେଟ କ୍ଷେତ୍ରରେ ଆଗକୁ ବଢି ପାରି ଥିଲେ । କପିଲ ଦେବ ଏକମାତ୍ର କ୍ରିକେଟର ଅଟନ୍ତି ଯିଏ ଜଣେ ଅଲରାଉଣ୍ଡର ରୂପରେ ୪୦୦୦ ରନ ଓ ୪୦୦ ୱିକେଟ ଉପଲବ୍ଧ ହାସଲ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି । କପିଲ ଦେବଙ୍କ ପୁରା ନାମ କପିଲଦେବ ରାମଲାଲ ନିଖଂଜ ଅଟେ ।

କହିଦେଉଛୁ କି କପିଲ ଦେବଙ୍କ ଜନ୍ମ ୬ ଜାନୁୟାରୀ ୧୯୫୯ ଚଣ୍ଡିଗଢରେ ହୋଇଛି । ତାଙ୍କର ବିବାହ ରୋମୀୟ ଭାଟିୟାଙ୍କ ସହ ୧୯୮୦ରେ ହୋଇଥିଲା । ତାଙ୍କର ଏକ ଝିଅ ବିଅ ଛି । ଯାହାର ନାମ ଅମିୟା ଦେବ ଅଟେ । କିନ୍ତୁ ଲୋକମାନେ ତାଙ୍କୁ କେବଳ କପିଲ ପାଜୀ ବୋଲି ହିଁ ଡାକନ୍ତି ।

ପିଲାଦିନୁ ହିଁ କପିଲ ଦେବଙ୍କୁ କ୍ରିକେଟ ପ୍ରତି ବହୁତ ରୁଚି ଥିଲା । କପିଲ ଦେବ ୧୯୭୫ ମସିହାରେ ପ୍ରଥମ ଶ୍ରେଣୀ କ୍ରିକେଟରେ ପ୍ରବେଶ କରିଥିଲେ । ଏହା ପରେ ତାଙ୍କୁ ୧୯୭୮ରେ ପାକିସ୍ତାନରେ ପ୍ରଥମ ଟେସ୍ଟ ମ୍ୟାଚ ଖେଳିବା ପାଇଁ ଚାନ୍ସ ମିଳିଲା । ସେ ନିଜର କ୍ରିକେଟ କ୍ୟାରିୟର ୧୯୭୫ ମସିହାରେ ହରିୟାନା ତରଫରୁ ପଞ୍ଜାବ ବିରୁଦ୍ଧରେ ଘରେଳୁ ମ୍ୟାଚରୁ କରିଥିଲେ ।

ସେ ଅଲରାଉଣ୍ଡର ଖେଳାଳି ବି ଥିଲେ । ଏହା ପରେ ସେ ୧୯୯୪ ମସିହାରେ ଅନ୍ତରାଷ୍ଟ୍ରୀୟ କ୍ରିକେଟକୁ ଅଳବିଦା କହି ଦେଇଥିଲେ । କପିଲ ଦେବ କ୍ରିକେଟ ପଡିଆ ଛଡା ସିଲଭର ସ୍କ୍ରିନରେ ବି ନିଜର ଜାଦୁ ଦେଖାଇ ସାରିଛନ୍ତି । କପିଲ ଦେବ ବଲୀଉଡରେ କିଛି ଫିଲ୍ମରେ ଅଭିନୟ କରିସାରିଛନ୍ତି ଓ ସେହି ଫିଲ୍ମ ଗୁଡିକ ହେଲା ଇକ଼୍ବାଲ, ଚୈନ ଖୁଲୀ କୀ ମୈନ ଖୁଲୀ ତଥା ମୁଝସେ ଶାଦୀ କରୋଗୀ ଭଳି ଫିଲ୍ମ ।

ଯଦି କପିଲ ଦେବଙ୍କ ସମ୍ପତ୍ତି ବିଷୟରେ କହିବା ତେବେ ବଲୀଉଡ ଷ୍ଟାରମାନଙ୍କ ଭଳି ତାଙ୍କର ବି ସମ୍ପତ୍ତି କୋଟି କୋଟି ଟଙ୍କାର ଅଟେ । ତାଙ୍କ ପାଖରେ ପାଖାପାଖି ୨୧୧ କୋଟି ଟଙ୍କା ଅଛି । ଏହା ସହିତ କିଛି ମହଙ୍ଗା ମହଙ୍ଗା କାର ବି ଅଛି ।

ତାଙ୍କର ଗୋଟିଏ କାରର ମୂଲ୍ୟ ୨.୬୭ କୋଟି ଟଙ୍କା ଅଟେ । ଏହା ଛଡା ଚଣ୍ଡିଗଢରେ ତାଙ୍କର ୧୧ଟି ରେସ୍ଟୋରେଂଟ ଅଛି । ଆପଣଙ୍କୁ କହିଦେଉଛୁ କି କପିଲ ଦେବ କେତେ ପୁରଷ୍କାର ଦ୍ଵାରା ବି ସମ୍ମାନିତ ହୋଇଛନ୍ତି । ସେ ଅର୍ଜୁନ ପୁରସ୍କାର,ପଦ୍ମଶ୍ରୀ, ବିସ୍ଡେନ କ୍ରିକେଟର ଓଫ ଦ ଈୟର, ପଦ୍ମଭୂଷଣ, ବିସ୍ଦେନ ଇନ୍ଡିୟନ କ୍ରିକେଟର ଓଫ ଦ ସେନ୍ଚୁରୀ ଦ୍ଵାରା ପୁରସ୍କୃତ ହୋଇଛନ୍ତି ।

ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଛି ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହିତ ଯୋଡି ହେବା ପାଇଁ ଆମ ପେଜକୁ ଲାଇକ କରିବା ପାଇଁ ଭୁଲନ୍ତୁ ନାହିଁ ।