ନିଜ ଦେଶ ଛାଡି ଇଂଲଣ୍ଡ ରୁ କାହିଁକି Jofra Archer, ଜାଣନ୍ତୁ Jofra Archer ଙ୍କ Biography

ଯୋଫ୍ରା ଆର୍ଚର ଜଣେ ଭଲ ବୋଲର ଭାବେ ବିଶ୍ବରେ ପ୍ରସିଦ୍ଧ । ସେ ତାଙ୍କର ଭଲ ବୋଲିଂ ପାଇଁ ବିଶ୍ଵକପ, ଆଇପିଏଲ ରେ ନିଜର ଅଲଗା ପରିଚୟ ସୃଷ୍ଟି କରି ପାରିଛନ୍ତି । ସେଥି ପାଇଁ ଆଜିକା ଦିନରେ ତାଙ୍କୁ ସବୁଠାରୁ ଖତରନାକ ବୋଲର ଭାବେ ମାନାଯାଏ । ଯୋଫ୍ରା ନିଜ ଦେଶ ପାଇଁ ନ ଖେଳି ଅନ୍ୟ ଦେଶ ପାଇଁ କ୍ରିକେଟ ଖେଳିବାରେ କଣ ରହିଛି ରହସ୍ୟ ଆସନ୍ତୁ ଜାଣିବା । ୧୯୯୫ ମସିହା ଏପ୍ରିଲ ୧ ତାରିଖରେ ଯୋଫ୍ରା ଆର୍ଚର ବାର୍ବାଡୋଜର ବ୍ରିଜ ଟାଉନରେ ଜନ୍ମ ଗ୍ରହଣ କରିଥିଲେ ।

ତାଙ୍କ ପିତାଙ୍କ ନାମ ଫ୍ରାନ ଆର୍ଚର ଯିଏ ଜଣେ ବ୍ରିଟିଶ ବାସିନ୍ଦା ଥିଲେ ଓ ମାଙ୍କ ନାମ ଜନି ଯିଏ କ୍ୟାରାବିୟାନର ବାର୍ବାଡୋଜ ଦେଶର ଅଟନ୍ତି । ଯୋଫ୍ରା ଏହି ଦେଶରେ ଜନ୍ମ ହୋଇଥିବାରୁ ତାଙ୍କର କ୍ରିକେଟ ପ୍ରତି ଅଧିକ ରୁଚି ରହିଥିଲା । ତାଙ୍କର ଭଲ ବୋଲିଂ ପାଇଁ ସେ ତାଙ୍କ ସ୍କୁଲରେ ଅନେକ ଥର ଚାମ୍ପିୟାନ ସିପ ହାସଲ କରିଥିଲେ । କ୍ୟାରାବିୟାନ ଦେଶଟି ତାଙ୍କର ଦ୍ରୁତ ବୋଲିଂ ପାଇଁ ଖୁବ ଜଣାଶୁଣା ଅଟେ ।

ଯୋଫ୍ରାଙ୍କ ଶାରୀରିକ ଗଠନ ଅନ୍ୟ ପିଲାଙ୍କଠାରୁ ଅଲଗା ହୋଇଥିବାରୁ ସେ ସ୍ପିନ ବୋଲିଙ୍ଗରେ ଆଗ୍ରହୀ ଥିଲେ । ୨୦୧୩ ସୁଧା ଯୋଫ୍ରା ନିଜର ବୋଲିଂକୁ ନିଜ ହତିଆର କରି ନିଜ ଲକ୍ଷକୁ ହାସଲ କରିବାକୁ ବାହାରି ପଡିଥିଲେ। ୨୦୧୫ରେ ଇଂଲଣ୍ଡର କ୍ରିକେଟର କ୍ର୍ରିସ ଜର୍ଡନ ଯୋଫ୍ରାଙ୍କ ବାଉନସିଙ୍ଗରେ ପ୍ରଭାବିତ ହୋଇ ତାଙ୍କୁ ଇଂଲଣ୍ଡର କାଉଣ୍ଟିଂ କ୍ଳବରେ ଖେଳିବାକୁ ପରାମର୍ଶ ଦେଇଥିଲେ । ଏହିଠାରୁ ଯୋଫ୍ରାଙ୍କର ଇଂଲଣ୍ଡ ଯାତ୍ରା ଆରମ୍ଭ ହୋଇଥିଲା ।

ନିଜର ସ୍ପିନ ବୋଲିଂ ପାଇଁ ଯୋଫ୍ରା ଟି -୨୦ ଆଇପିଏଲ ରେ ୨୦୧୮ରେ ଖେଳିବାକୁ ସୁଯୋଗ ପାଇଥିଲେ । ଏଠାରେ ରାଜସ୍ଥାନର ରୟାଲ ତାଙ୍କୁ ୭କୋଟି ଟଙ୍କା ଦେଇ ନିଜ ଟିମରେ ସାମିଲ କରିଥିଲେ । ଏହି ଟିମରେ ଖେଳିବା ବେଳେ ଯୋଫ୍ରା ସମସ୍ତଙ୍କୁ ନିଜ ଦ୍ରୁତ ବୋଲିଙ୍ଗରେ ପ୍ରଭାବିତ କରିଥିଲେ । ଇଂଲଣ୍ଡର ବାସିନ୍ଦା ହୋଇ ନ ଥିବାରୁ ଯୋଫ୍ରା ବିଶ୍ବକପରେ ଖେଳି ପାରିବେ ନାହି ବୋଲି ତାଙ୍କ ଟିମର ଖେଳାଳି ମାନେ ଚିନ୍ତା କରିଥିଲେ । କିନ୍ତୁ ଯୋଫ୍ରାଙ୍କ ଭାଗ୍ୟରେ ଆଉ କିଛି ଲେଖା ଥିଲା ।

ଇଂଲଣ୍ଡର କ୍ରିକେଟ ବୋର୍ଡ ବିଶ୍ବକପରେ ଖେଳିବା ପାଇଁ ୭ ବର୍ଷ ବଦଳରେ ୩ ବର୍ଷ କରି ନିଜର ନୂଆ ନିୟମ ଲାଗୁ କରିଥିଲେ । ଏହିପରି ଭାବେ ଯୋଫ୍ରା ଇଂଲଣ୍ଡର ବିଶ୍ଵକପରେ ଭାଗ ନେଇଥିଲେ । ଏହାଛଡା ପାକିସ୍ତାନ ବିରୁଦ୍ଧରେ ଯୋଫ୍ରା ଘରୋଇ ସିରିଜରେ ଖେଳିବାକୁ ସୁଯୋଗ ପାଇଥିଲେ । ଇଂଲଣ୍ଡର ବିଶ୍ବକପରେ ଖେଳିବାକୁ  ତାଙ୍କୁ ପ୍ରଥମ ସ୍ଥାନ ନ ମିଳିଥିବାରୁ ଅନେକ ଖେଳାଳି ଏହା ବିରୁଦ୍ଧରେ ଯାଇଥିଲେ । ଯାହା ଫଳରେ ତାଙ୍କୁ ଶେଷ ବିଶ୍ଵକପରେ ସାମିଲ କରାଯାଇଥିଲା ।

ଏହିଠାରୁ ସେ ନିଜ ପ୍ରଦର୍ଶନ ଆଧାରରେ ଦର୍ଶାଇଥିଲେ ଯେ ସେ କୋଣସି ଦଳ ପାଇଁ କେତେ ଉପଯୋଗୀ ହୋଇପାରନ୍ତି । ବାସ୍ତବରେ ସେ ତାଙ୍କ ଦଳ ପାଇଁ ସର୍ବାଧିକ ୱିକେଟ ନେଇଥିଲେ । ଏହିଭଳି ଭାବେ ଯୋଫ୍ରା ଇଂଲଣ୍ଡର ବିଶ୍ବକପରେ ଜିତିଥିଲେ । ଆନ୍ତର୍ଜାତିକ ସ୍ତରରେ ସେ ନିଜର ନୂଆ ଜାଗା ସୃଷ୍ଟି କରିପାରିଛନ୍ତି । ବନ୍ଧୁଗଣ ଯଦି ଆପଣମାନଙ୍କୁ ଯୋଫ୍ରାଙ୍କ ଜୀବନ କାହାଣୀର ବିବରଣୀଟି ଭଲ ଲାଗିଥାଏ ତେବେ ଆମ ପେଜକୁ ଲାଇକ କରନ୍ତୁ ।