ରେକର୍ଡ ତ ବହୁତ ହେଇଛି ଓ ଭାଙ୍ଗିଛି ମଧ୍ୟ, ହେଲେ କ୍ରିକେଟ ଜଗତର ଏହି ୫ଟି ରେକର୍ଡ ବୋଧେ କେବେ ଭାଙ୍ଗିବ ନାହିଁ

ବର୍ତ୍ତମାନ ସମୟରେ କ୍ରିକେଟକୁ ଦୁନିଆରେ ସମସ୍ତେ ପସନ୍ଦ କରୁଛନ୍ତି । କହିବାକୁ ଗଲେ କ୍ରିକେଟ ଖେଳର ଆରମ୍ଭ ଦକ୍ଷିଣ ଇଂଲଣ୍ଡରେ ହୋଇଥିଲା । ଏହାର ସବୁଠୁ ପ୍ରାଚୀନ ନିଶ୍ଚିତ ସନ୍ଦର୍ଭ ୧୫୯୮ରେ ମିଳିଥାଏ, ବର୍ତ୍ତମାନ ଏହା ୧୦୦ରୁ ବି ଅଧିକ ଦେଶରେ ଖେଳା ଯାଉଛି । କ୍ରିକେଟରେ ଗୋଟିଏ ମ୍ୟାଚ ଖେଳିବା ପରେ ବହୁତ ରେକର୍ଡ ସାମ୍ନାକୁ ଆସିଥାଏ । ଆପଣଙ୍କୁ କହିଦେଉଛୁ କି ଯେତେ ଦିନ ପର୍ଯ୍ୟନ୍ତ କ୍ରିକେଟ ଚାଲୁଥିବ, ଏହି ରେକର୍ଡ ହେବାର ପ୍ରକ୍ରିୟା ବି ଏହିଭଳି ଜାରି ରହିଥିବ ।

କୁହାଯାଏ କି ସବୁ ପ୍ରକାରର ରେକର୍ଡକୁ ଭାଙ୍ଗି ହେବ । କିନ୍ତୁ କ୍ରିକେଟ ଇତିହାସରେ ଏମିତି ବହୁତ ରେକର୍ଡ ଅଛି, ଯାହାକୁ ଭାଙ୍ଗିବା ପାଖାପାଖି ଅସମ୍ଭବ ଅଟେ । ଆଜି ଆମେ ଆପଣଙ୍କୁ କ୍ରିକେଟ ଜଗତର ଏମିତି ହିଁ ୫ଟି ରେକର୍ଡ ବିଷୟରେ କହିବାକୁ ଯାଉଛୁ ଯାହାକୁ ଭାଙ୍ଗିବା ବହୁତ କଷ୍ଟ ଅଟେ । ଆସନ୍ତୁ ନଜର ପକାଇବା ଏହି ରେକର୍ଡ ଉପରେ –

୧ – ICCର ତିନୋଟି ପ୍ରମୁଖ ଟାଇଟଲକୁ ଜିତିଥିବା କ୍ୟାପଟେନ

ମହେନ୍ଦ୍ର ସିଂହ ଧୋନୀଙ୍କ କାରଣରୁ ICCର ତିନୋଟି ପ୍ରମୁଖ ଟାଇଟେଲ ଜିତିବାର ରେକର୍ଡ ଭାରତ ନାମରେ ଅଛି । ଧୋନୀଙ୍କ କ୍ୟାପଟେନଶିପରେ ଭାରତୀୟ ଟିମ ICC ଚ୍ୟାମ୍ପିୟନ ଟ୍ରଫି, ICC ODI ବିଶ୍ଵ କପ ଓ ICC ଟି – ୨୦ ବିଶ୍ଵ କପ ଜିତିଛି ।

୨ – ଟେସ୍ଟ ମ୍ୟାଚରେ ପୁରା ଟିମକୁ ମ୍ୟାନ ଅଫ ଦ ମ୍ୟାଚ

୧୯୯୯ରେ ଦକ୍ଷିଣ ଆଫ୍ରିକା ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଏକ ଟେସ୍ଟ ମ୍ୟାଚ ଖେଳା ଯାଇଥିଲା । ଏହି ଟେସ୍ଟ ମ୍ୟାଚରେ ଦକ୍ଷିଣ ଆଫ୍ରିକାର ଟିମ ୩୫୧ ରନ ରେ ବିଜୟ ହାସଲ କରିଥିଲା । ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକାର ପୁରା ଟିମକୁ ମ୍ୟାନ ଅଫ ଦ ମ୍ୟାଚର ପୁରସ୍କାର ଦ୍ଵାରା ସମ୍ମାନିତ ବି କରାଯାଇଥିଲା । ଆପଣଙ୍କୁ କହିଦେଉଛୁ କି ଏହି ସିରିଜକୁ ଦକ୍ଷିଣ ଆଫ୍ରିକା ୫ – ୦ ଦ୍ଵାରା ନିଜ ନାମରେ କରିଥିଲେ ।

୩ – ୱାଣ୍ଡେ ମ୍ୟାଚରେ ପୁରା ଟିମକୁ ମ୍ୟାନ ଅଫ ଦ ମ୍ୟାଚ

ନ୍ୟୁଜିଲ୍ୟାଣ୍ଡ ଓ ୱେସ୍ଟଇଂଡୀଜ ମଧ୍ୟରେ ଖେଳା ଯାଇଥିବା ଏକ ଦିବସୀୟ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ପୁରା ଟିମକୁ ମ୍ୟାନ ଅଫ ଦ ମ୍ୟାଚର ପୁରସ୍କାର ଦିଆଯାଇଥିଲା । ଆପଣଙ୍କୁ କହିଦେଉଛୁ କି ଏହି ମ୍ୟାଚ ୧୯୯୫ – ୯୬ରେ ଖେଳା ଯାଇଥିଲା । ଏହି ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡର ଟିମ ଖେଳିବା ପୂର୍ବରୁ ୧୫୯ ରନ କରିଥିଲେ, ଯାହାର ଜବାବରେ ୱେସ୍ଟଇଂଡୀଜ ଟିମ ୧୫୪ ରନରେ ଅଲ ଆଉଟ ହୋଇଗଲେ ।

୪. ଲଗାତାର ୯ଟି ବଳରେ ୯ଟି ୱିକେଟ

ପୀ ହ୍ୟୁଗୋ ଓ ଫ୍ଲେମିଂଗଙ୍କ ନାମରେ ଲଗାତାର ୯ଟି ବଲରେ ୯ଟି ୱିକେଟ ନେବାର ରେକର୍ଡ ଅଛି । ଏହି ରେକର୍ଡକୁ ୧୯୩୦ – ୩୧ରେ ପୀ ହ୍ୟୁଗୋଙ୍କ ଦ୍ଵାରା କରାଯାଇଥିଲା । ଯେତେବେଳେ କି ଫ୍ଲେମିଂଗ ୧୯୬୭ – ୬୮ରେ ଏହାକୁ କରିଥିଲେ ।

୫ – ୱସୀମ ଅକରମର ରେକର୍ଡ

ୱସୀମ ଅକରମ ଙ୍କ ନାମରେ ଟେସ୍ଟ ମ୍ୟାଚରେ ନମ୍ବର ୮ ରେ ବ୍ୟାଟିଙ୍ଗ କରିବାର ବିଶ୍ଵ ରେକର୍ଡ ଅଛି । ସେ ଜିମ୍ବାୱେ ବିରୁଦ୍ଧରେ ୮ନମ୍ବରରେ ବ୍ୟାଟିଙ୍ଗ କରି ୨୫୭ ରନର ନଟ ଆଉଟର ପାରି ଖେଳିଥିଲେ । ଏହି ପାରି ସମୟରେ ସେ ୧୨ଟି ଛକା ମାରି ଏକ ବିଶ୍ଵ ରେକର୍ଡ କରିଥିଲେ ।

ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।