କ୍ରିକେଟ ଜଗତର ଏମିତି ଖେଳାଳି ଯେଉଁମାନଙ୍କ ପତ୍ନୀମାନେ ବି ଅଟନ୍ତି କ୍ରିକେଟର, ନମ୍ବର ୧ ରେ ଅଛନ୍ତି ଏହି ଖେଳାଳି

ବର୍ତ୍ତମାନ ପୁରୁଷଙ୍କ ଛଡା ମହିଳା କ୍ରିକେଟର ବି କ୍ରିକେଟ ଜଗତର ଏକ ବଡ ଅଂଶ ହୋଇସାରିଛନ୍ତି । ଆପଣଙ୍କୁ କହିଦେଉଛୁ କି ମହିଳା କ୍ରିକେଟର ବି କ୍ରିକେଟ ଜଗତରେ ଏମିତି ବହୁତ ରେକର୍ଡ କରିସାରିଛନ୍ତି । ଯାହାକୁ ପୁରୁଷ କ୍ରିକେଟରମାନେ ବି କରି ପାରି ନାହାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି କିଛି ପୁରୁଷ କ୍ରିକେଟରମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ମହିଳା କ୍ରିକେଟରଙ୍କ ସହ ବିବାହ କରି ନିଜର ଘର ବସାଇଛନ୍ତି ଓ ବହୁତ ସୁଖମୟ ଜୀବନ ଯାପନ କରୁଛନ୍ତି ।

କେଦାର ଜାଧବ ଓ ସ୍ନେହଲ ଜାଧବ :-

କେଦାର ଜାଧବ ଭାରତୀୟ ଟିମର ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅଟନ୍ତି । ସେ ଡାହାଣ ହାତର ବ୍ୟାଟ୍ସମ୍ୟାନ ସହିତ ଡାହାଣ ହାତର ସ୍ପିନ ବୋଲର ବି ଅଟନ୍ତି । ଏହା ଛଡା କେଦାର ଜାଧବ ମହାରାଷ୍ଟ୍ର ଟିମର ଘରେଲୁ କ୍ରିକେଟ ଟିମରୁ ବି ଖେଳନ୍ତି । ସେ ଭାରତୀୟ ଟିମ ପାଇଁ ୬୪ଟି ଏକ ଦିବସୀୟ ମ୍ୟାଚ ସହିତ ୯ଟି ଟି – ୨୦ ମ୍ୟାଚ ଖେଳିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ କେଦାର ଜାଧବ ଭାରତୀୟ ଟିମର ଅଂଶ ନାହାନ୍ତି ।

ଯଦି ତାଙ୍କର ପତ୍ନୀ ୩୦ ବର୍ଷୀୟ ସ୍ନେହଲ ଜାଧବଙ୍କ ବିଷୟରେ କୁହାଯାଏ ତେବେ ସେ ମହାରାଷ୍ଟ୍ରର ଟିମର ଘରେଲୁ କ୍ରିକେଟ ଟିମରେ ଖେଳନ୍ତି । ସେ ମହାରାଷ୍ଟ୍ର ଓ ୱେଷ୍ଟ ଜୋନ ତରଫରୁ ୩୭ଟି ଲିସ୍ଟ ଏ ମ୍ୟାଚ, ୩୧ଟି ଟି – ୨୦ ମ୍ୟାଚ ଓ ଗୋଟିଏ ପ୍ରଥମ ଶ୍ରେଣୀ ମ୍ୟାଚରେ ଅଂଶ ଗ୍ରହଣ କରିଛନ୍ତି । କହିବାକୁ ଗଲେ ସ୍ନେହଲ ସର୍ବଦା କେଦାର ଜାଧବଙ୍କୁ କ୍ରିକେଟ ଖେଳିବା ପାଇଁ ପ୍ରୋତ୍ସାହିତ କରିଥାନ୍ତି ।

ମିଶେଲ ସ୍ଟାର୍କ ଓ ଏଲିସା ହିଲୀ :-

ମିଶେଲ ସ୍ଟାର୍କ ଅଷ୍ଟ୍ରେଲିୟା ଟିମର ବୋଲର ଅଟନ୍ତି । ସେ ନିଜର ଭଲ ବୋଲିଙ୍ଗ ଦ୍ଵାରା କ୍ରିକେଟ ଜଗତରେ ଭଲ ଭଲ ରେକର୍ଡ କରିଛନ୍ତି । ସେ ଅଷ୍ଟ୍ରଲିୟା ଟିମ ପାଇଁ ୫୭ଟି ଟେସ୍ଟ ମ୍ୟାଚ, ୮୮ ଟି ଏକ ଦିବାସୀୟ ମ୍ୟାଚ, ୩୧ଟି ଟି – ୨୦ ମ୍ୟାଚ ଖେଳିଛନ୍ତି । ଯଦି ମିଶେଲ ସ୍ଟାର୍କଙ୍କ ପତ୍ନୀଙ୍କ ବିଷୟରେ କଥା ହେବା ତ ଏଲିସା ହିଲୀ ମହିଳା କ୍ରିକେଟ ଟିମର ୱିକେଟକିପର ଓ ବ୍ୟାଟ୍ସମ୍ୟାନ ଅଟନ୍ତି ।

ମିଶେଲ ସ୍ଟାର୍କ ଓ ଏଲିସା ହିଲୀ ୨୦୧୬ରେ ବିବାହ କରିଛନ୍ତି । ଏଲିସା ହିଲୀ ଅଷ୍ଟ୍ରେଲିୟା ମହିଳା ଟିମ ପାଇଁ ୪ ଟି ଟେସ୍ଟ, ୭୩ ଟି ଏକ ଦିବସୀୟ ଓ ୧୦୧ ଟି – ୨୦ ମ୍ୟାଚ ଖେଳିଛନ୍ତି ।

ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ । ସାଙ୍ଗମାନେ ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ, ଧନ୍ୟବାଦ ।