କେନ୍ଦ୍ର ସରକାରଙ୍କ ବଡ ଘୋଷଣା, October 31 ଯାଏ ବଢିଲା Guideline, ଦେଖନ୍ତୁ ମାଣିବାକୁ ହେବ କେଉଁ ସବୁ ନିୟମ

ପାଖେଇ ଆସୁଛି ପାର୍ବଣ ଋତୁ । ସାଧାରଣତଃ ପାର୍ବଣ ଋତୁରେ ବଜାର ଘାଟ ଅଧିକ ଭିଡ ଦେଖିବାକୁ ମିଳେ । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଜାରି କଲେ କଡା ନିର୍ଦ୍ଦେଶ । ପାର୍ବଣ ବେଳେ ବିଲକୁଲ ଢିଲାପଣ କରାଯିବ ନାହିଁ । କୋଭିଡ ସଂକ୍ରମଣରେ ରୋକ ଲଗାଇବାକୁ ଦେଶବ୍ୟାପୀ ଅକ୍ଟୋବର ୩୧ ତାରିଖ ପର୍ଯ୍ୟନ୍ତ ପୁଣି ଥରେ କୋଭିଡ ଗାଇଡଲାଇନକୁ ବଢାଇଛନ୍ତି କେନ୍ଦ୍ର ସରକାର ।

ଯଦ୍ୟପି ଦେଶରେ ମୋଟ ସଂକ୍ରମଣ ହାର ବର୍ତ୍ତମାନ କମୁଛି, କିନ୍ତୁ କେରଳ, ମହାରାଷ୍ଟ୍ର ଓ କର୍ଣ୍ଣାଟକ ଭଳି ରାଜ୍ୟରେ ସ୍ଥିତି ଏପର୍ଯ୍ୟନ୍ତ ମଧ୍ୟ ନିୟନ୍ତ୍ରଣକୁ ଆସିନାହିଁ । ଏହାସହ ବର୍ତ୍ତମାନ ପୂଜା ପାର୍ବଣ ସମୟ ହୋଇଥିବାରୁ ଏହି ସମୟରେ ବେପରୁଆ ହେଲେ ସଂକ୍ରମଣ ପୁଣି ମାଡି ଯିବାର ସମ୍ଭାବନା ରହିଛି । ସେଥିପାଇଁ ଆସନ୍ତା ଏକ ମାସ ପର୍ଯ୍ୟନ୍ତ କୋଭିଡ ନିୟମକୁ କଡାକଡି ଭାବେ ପାଳନ କରିବାକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ସଚିବ ମାନଙ୍କୁ ଚିଠି ଲେଖି ଏ ସମ୍ପର୍କରେ ଅବଗତ କରାଇଛନ୍ତି କେନ୍ଦ୍ର ଗୃହ ସଚିବ ଅଜୟ ଭଲ୍ଲା ।

ପାର୍ବଣ ଏବଂ ଧାର୍ମିକ ଉତ୍ସବ ସମୟରେ ସ୍ଥାନେ ସ୍ଥାନେ ଲୋକଙ୍କ ଏକତ୍ରୀକରଣ ହୋଇଥାଏ । ଯଦି ଏପରି ହୁଏ ତେବେ କୋଭିଡ ସଂକ୍ରମଣ ପୁଣି ଥରେ ବ୍ୟାପିଯିବ । ଏହି ସଂକ୍ରମଣକୁ ରୋକିବା ପାଇଁ ଅଧିକ ଯତବାନ ହେବା ସହ କଡା ପଦକ୍ଷେପ ନେବାକୁ ରାଜ୍ୟ ମାନଙ୍କୁ ପରାମର୍ଶ ଦେଇଛନ୍ତି ଗୃହ ସଚିବ । ଏହାସହ ପୂର୍ବ ଭଳି ଜିଲ୍ଲା ପ୍ରଶାସନ ମାନେ ସେମାନଙ୍କ ଜିଲ୍ଲାରେ ନିୟମିତ ଢଙ୍ଗରେ ସଂକ୍ରମଣ ହାର, ମେଡିକାଲରେ ICU ବେଡ ଅକ୍ୟୁପାନସି ପରଖୁଛନ୍ତି କି ନହିଁ ତା’ ଉପରେ ମଧ୍ୟ ଧ୍ୟାନ ଦେବାକୁ ସେ ରାଜ୍ୟ ସରକାର ମାନଙ୍କୁ କହିଛନ୍ତି ।

ତେବେ ଏଥିସହିତ କରୋନା ମୁକାବିଲା ଦିଗରେ ସବୁଠୁ ବଡ ଅସ୍ତ୍ର ମନେ କରାଯାଉ ଥିବା ପାଞ୍ଚ ସୂତ୍ରୀ ମନ୍ତ୍ର ଯଥା:- ଟେଷ୍ଟ, ଟ୍ରାକ, ଟ୍ରିଟ, ଟୀକାକରଣ ଏବଂ କୋଭିଡ ନିୟମ ପାଳନ ଉପରେ ଗୁରତ୍ଵ ଦେବାକୁ କହିଛନ୍ତି । ତେବେ ସବୁଠୁ ମୂଳ କଥା ହେଉଛି ପ୍ରଥମେ ଆମକୁ ବ୍ୟକ୍ତିଗତ ଭାବେ ଏଥିପ୍ରତି ସଚେତନ ରହିବା ଆବଶ୍ୟକ । ତାହେଲେ ଯାଇ କୋଭିଡ ସଂକ୍ରମଣକୁ ରୋକିବା ସମ୍ଭବ ହେବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।