ବାପା ମା’ଙ୍କୁ ଘରକୁ ଫେରାଇ ଆଣିବା ପାଇଁ କୋର୍ଟଙ୍କ ନିର୍ଦ୍ଦେଶକୁ ଯଥାଶୀଘ୍ର ପାଳନ କଲେ ସାଂସଦ Anubhav Mohanty, ଦାଖଲ କଲେ ଟଙ୍କା ଜମାଣ ରସିଦ

କୋର୍ଟ କାଲି ନିର୍ଦ୍ଦେଶ ଦେଇଥିଲେ ଆଉ ଏହାକୁ ଆଜି ପାଳନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି । ଆଜ୍ଞା ହଁ, କାଲି କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁସାରେ ଆଜି ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ୩୦ ହଜାର ଟଙ୍କା ଦେଇଛନ୍ତି । ବର୍ଷାଙ୍କ ବ୍ଯାଙ୍କ ଖାତାରେ ଅନୁଭବ ଏହି ଟଙ୍କା ଜମା କରିଛନ୍ତି ଏବଂ ଟଙ୍କା ଟଙ୍କା ଜମାଣର ବ୍ଯାଙ୍କ ରସିଦ ଯାଇ କୋର୍ଟରେ ମଧ୍ୟ ଦାଖଲ କରିଛନ୍ତି । ଆଜି ବ୍ଯାଙ୍କରେ ଟଙ୍କା ଜମା କରିବା ପରେ ସିଧା ଏସଡ଼ିଜେଏମ କୋର୍ଟ ଯାଇ ରସିଦ ଦାଖଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି ।

ବର୍ଷା ଓ ଅନୁଭବଙ୍କ ପାରିବାରିକ ଚାଲିଥିବା ବେଳେ ଅନୁଭବ ଛାଡପତ୍ର ପାଇଁ ଆବେଦନ କରିଥିଲେ ହେଁ ବର୍ଷା ଏହାକୁ ଗ୍ରହଣ କରି ନଥିଲେ । ସେ ସ୍ଵାମୀ ଓ ତାଙ୍କ ପରିବାର ସହ ରହିବାକୁ ଚାହୁଁଛନ୍ତି ବୋଲି ଆବେଦନ କରିବା ପରେ କୋର୍ଟ ତାଙ୍କୁ ଅନୁଭବଙ୍କ ଘରେ ସମ୍ମାନର ସହ ରହିବା ପାଇଁ ଅନୁମତି ଦେଇଥିଲେ । କିନ୍ତୁ ବିବାଦ ବଢିବାରୁ ଅନୁଭବ ଓ ତାଙ୍କ ପରିବାର ଅନ୍ୟତ୍ର ଯାଇ ଭଡା ନେଇ ରହୁଥିଲେ ।

ତେବେ ବର୍ତ୍ତମାନ ସେମାନେ ନିଜ ପିତୃକ ଘରକୁ ଫେରିବାକୁ ଚାହୁଁଛନ୍ତି, କିନ୍ତୁ ବର୍ଷା ସେଠାରେ ରହୁଥିବାରୁ ଏହା ତାଙ୍କ ପାଇଁ ସମ୍ଭବ ହୋଇ ପାରୁନାହିଁ । ଏକଥା ଅନୁଭବ ଅନେକ ଥର ଜଣାଇବା ପରେ ବାପାମା’ଙ୍କୁ ଘରକୁ ଫେରାଇ ଆଣିବାକୁ କୋର୍ଟରେ ଏକ ପିଟିସନ ଦାଖଲ କରିଥିଲେ ଅନୁଭବ । ଯାହାର ଶୁଣାଣି କରି କାଲି ଏସଡ଼ିଜେଏମ କୋର୍ଟ ବର୍ଷାଙ୍କୁ ନିଜ ପାଇଁ ଘର ଦେଖିବା ସହ ଅନୁଭବଙ୍କ ପୈତୃକ ଘର ଛାଡିବାକୁ କହିଛନ୍ତି ।

ପ୍ରତି ମାସ ୧ରୁ ୧୦ ତାରିଖ ମଧ୍ୟରେ ରହଣି ବାବଦକୁ ବର୍ଷାଙ୍କୁ ୩୦ ହଜାର ଟଙ୍କା ଦେବା ପାଇଁ କୋର୍ଟ ଅନୁଭବଙ୍କୁ କହିଛନ୍ତି । ପ୍ରଥମ ଟଙ୍କା ପାଇବାର ଦୁଇ ମାସ ମଧ୍ୟରେ ବର୍ଷାଙ୍କୁ ଘର ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହି ଶୁଣାଣି ଆସିବା ପରେ ଅନୁଭବ ଖୁସିରେ କାନ୍ଦି ପକାଇଥିଲେ । ଆଉ ଆଜି ସାଙ୍ଗେ ସଙ୍ଗେ କୋର୍ଟଙ୍କ ଆଦେଶକୁ ପାଳନ କରିଛନ୍ତି । ସେ ତାଙ୍କ ବାପାମା’ଙ୍କୁ ନିଜ ଘରକୁ ଫେରାଇ ଆଣିବାକୁ କେତେ ଉତ୍ସୁକ ଅଛନ୍ତି ଏଥିରୁ ସ୍ପଷ୍ଟ ଜଣାପଡୁଛି ।

ତେବେ ସେପଟେ ଫେସବୁକରେ ବର୍ଷାଙ୍କ ବିରୋଧରେ ଅସମ୍ମାନଜନକ ପୋଷ୍ଟ ହେଉଥିବା ନେଇ ବର୍ଷା ସାଇବର ଥାନାରେ ଏତଲା ଦେଇଥିଲେ । ଯେଉଁଥି ପାଇଁ ଆଜି ଫେସବୁକକୁ ଚିଠି ଲେଖି ତଥ୍ୟ ମାଗିଛି ସାଇବର ଥାନା ପୋଲିସ । ତେବେ ଗତକାଲି କୋର୍ଟ ଦେଇଥିବା ନିର୍ଦ୍ଦେଶକୁ ନେଇ ଏଯାଏଁ ବର୍ଷାଙ୍କର କୌଣସି ପ୍ରତିକ୍ରିୟା ମିଳିନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।