“କଲେଜ ଟ୍ୟୁସନରୁ ପ୍ରେମ ଆରମ୍ଭ ହୋଇ ଯାଇଥିଲା, ଷ୍ଟାର ପଣିଆ ଘରେ କାମ କରେନି…”, ସଂଗୀତକାର Swayam Padhi ଙ୍କ ଖାସ୍ ସାକ୍ଷାତକାର

ସଂଗୀତକାର ସ୍ଵୟଂ ପାଢୀ ଆଜିର ସମୟରେ ଓଡିଆ ମ୍ୟୁଜିକ ଦୁନିଆର ଏକ ଚର୍ଚ୍ଚିତ ଚେହେରା । ସ୍ଵୟଂ ଦର୍ଶକଙ୍କୁ ଅନେକ ହିଟ୍ ଗୀତ ଭେଟି ଦେବା ସହ ଇଣ୍ଡଷ୍ଟ୍ରିରେ ନିଜ ସ୍ଥାନ ବନେଇ ପାରିଛନ୍ତି । ସ୍ଵୟଂ ଅନେକ ଓଡିଆ ଆଲବମରେ ଗୀତ ଗାଇବା ସହ ଅନେକ ଲୋକପ୍ରିୟ ସିନେମାରେ ମଧ୍ୟ ଗୀତ ଗାଇଛନ୍ତି । ଯେଉଁଥି ପାଇଁ ସେ ଆଜି ଦର୍ଶକଙ୍କ ହୃଦୟ ଜିଣି ପାରିଛନ୍ତି । ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ସ୍ଵୟଂ ପାଢୀ ତାଙ୍କ କ୍ଯାରିୟର ଓ ବ୍ୟକ୍ତିଗତ ଜୀବନକୁ ନେଇ ଅନେକ କଥା ଶେୟାର କରିଛନ୍ତି ।

ଗତ କିଛି ବର୍ଷ ହେବ ସେ ସଙ୍ଗୀତରେ ଅନେକ ନାଁ ଅର୍ଜନ କରିଛନ୍ତି । ଓଡିଆ ଇଣ୍ଡଷ୍ଟ୍ରିରେ ଗୀତ ଗାଇବା ସହ ରାଜ୍ୟ ବାହାରେ ଓ ଏପରିକି USA ମଧ୍ୟ ଷ୍ଟେଜ ପ୍ରୋଗ୍ରାମ କରିବାକୁ ଯାଆନ୍ତି । ବାହାରେ ମଧ୍ୟ ଦର୍ଶକ ତାଙ୍କୁ ବେଶ ଭଲପାଇବା ଦିଅନ୍ତି ଓ ଓଡିଆ ଗୀତକୁ ପ୍ରେମର ସହ ଗ୍ରହଣ କରନ୍ତି ବୋଲି କହିଛନ୍ତି ସ୍ଵୟଂ । ନିଜ ପ୍ରେମ ତଥା ବୈବାହିକ ଜୀବନକୁ ସ୍ଵୟଂ ପାଢି କହିଛନ୍ତି କି, ପ୍ରାୟ ଯୁକ୍ତ ଦୁଇରେ ପଢିବା ବେଳୁ ତାଙ୍କର ପ୍ରେମ ଆରମ୍ଭ ହୋଇ ଯାଇଥିଲା ।

ତାଙ୍କ ପତ୍ନୀ ଓ ସେ ଉଭୟ ଗୋଟିଏ କଲେଜରେ ଓ ଗୋଟିଏ ଟ୍ୟୁସନରେ ପାଠ ପଢୁଥିଲେ । ଏପରିକି ମିଶିକରି ଇଞ୍ଜିନିୟରିଂ ମଧ୍ୟ ଶେଷ କରିଥିଲେ । ପରେ ତାଙ୍କ ପ୍ରେମକୁ ବିବାହର ରୂପ ଦେଇଥିଲେ । ସ୍ଵୟଂ କୁହନ୍ତି କି, ତାଙ୍କ ଷ୍ଟାରପଣିଆ ଘରେ ବିଲକୁଲ ବି କାମ କରେନି । ସ୍ତ୍ରୀ ସବୁବେଳେ କୁହନ୍ତି ଷ୍ଟାରପଣିଆ ବାହାରେ ଦେଖେଇବ ଏଠି ସେଗୁଡା ନାହିଁ । ତେବେ ତାଙ୍କ ବୈବାହିକ ଜୀବନରେ ସ୍ତ୍ରୀଙ୍କ ସହ ବହୁତ ଭଲ ସମୟ ବିତାନ୍ତି ସ୍ଵୟଂ ।

ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ପତନକୁ ନେଇ ମଧ୍ୟ ସ୍ଵୟଂ ପାଢି ନିଜ ମତ ରଖିଛନ୍ତି । ସେ କହିଛନ୍ତି, ଯଦ୍ୟପି ଓଡିଆ ଫିଲ୍ମ ଆଜିକାଲି ସେତେ ଭଲ ଚାଲୁନାହିଁ ତଥାପି ଦର୍ଶକମାନେ ଓଡିଆ ଗୀତକୁ ପୂର୍ବ ଭଳି ଭଲପାଇବା ଦେଉଛନ୍ତି । କରୋନା ମହାମାରୀ ଆଗରୁ ଫିଲ୍ମ ଇଣ୍ଡଷ୍ଟ୍ରି ଠିକ ଚାଲିଥିବା ବେଳେ ଏହା ପରଠାରୁ ଡାଉନଫଲ୍ ଆରମ୍ଭ ହୋଇଗଲା । କାରଣ ସେହି ସମୟରେ ଫିଲ୍ମ ଶୁଟିଙ୍ଗ ଓ ଥିଏଟରକୁ ଯାଇ ଫିଲ୍ମ ଦେଖିବା ଏସବୁ ଏକଦମ ବନ୍ଦ ହୋଇଗଲା ।

ଘରେ ରହି ବୋର୍ ହେଉଥିବା ଦର୍ଶକମାନେ ଓଟିଟି ପ୍ଲାଟଫର୍ମରେ ଅଧିକ ଫିଲ୍ମ ଓ ସିରିଜ ସବୁ ଦେଖିବାକୁ ଲାଗିଲେ । ଆଉ ସେସବୁର ପ୍ରଭାବ ବର୍ତ୍ତମାନ ଫିଲ୍ମ ଇଣ୍ଡଷ୍ଟ୍ରିରେ ପଡୁଛି । କାରଣ ଲୋକଙ୍କ ସ୍ଵାଦରେ ପରିବର୍ତ୍ତନ ହୋଇସାରିଛି ଓ ଆଜିକାଲି ସବୁ ନିଜ ମୋବାଇଲରେ ମିଳିଯାଉଛି । ତେଣୁ ଲୋକେ ହଲ୍ କୁ ଯିବାକୁ ଏତେ ପସନ୍ଦ କରୁନାହାନ୍ତି । ହେଲେ ସଙ୍ଗୀତ ଜଗତ ବହୁତ ଭଲ କରୁଛି ବୋଲି କହିଛନ୍ତି ସ୍ଵୟଂ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।