ଚୁପଚାପ ଘରର ଏହି ଦିଗରେ ଲୁଚାଇ ଦିଅନ୍ତୁ ୧୦୧ ଟଙ୍କା, କେବେ ବି ହେବ ନାହିଁ ଟଙ୍କାର ଅଭାବ

ଟଙ୍କା ଏମିତି ଏକ ଜିନିଷ ଅଟେ ଯାହା ସହିତ ସମସ୍ତଙ୍କର ମୋହାମାୟା ଜଡିତ ଥାଏ । ସମସ୍ତେ ଚେଷ୍ଟା କରନ୍ତି କି ତାଙ୍କୁ ଅଧିକରୁ ଅଧିକ ଟଙ୍କା ମିଳିଯାଉ । କିନ୍ତୁ କେତେକେ ଲୋକମାନେ ବହୁତ ପରିଶ୍ରମ କରିବା ସତ୍ବେ ବି ତାଙ୍କୁ ଟଙ୍କା ହାସଲ ହୁଏ ନାହିଁ । ଏହା ପ୍ରାୟତଃ ଖରାପ ଭାଗ୍ୟ କାରଣରୁ ହୋଇଥାଏ । ଏହି କଥାର ଧ୍ୟାନ ରଖି ଆଜି ଆମେ ଆପଣଙ୍କ ଘରେ ଆପଣ ଟଙ୍କାର ସଞ୍ଚୟ କିପରି କରି ପାରିବେ ସେଥିପାଇଁ ଏକ ଖାସ ଉପାୟ ବିଷୟରେ କହିବାକୁ ଯାଉଛୁ ।

ଏହି ଉପାୟ ଅନ୍ତର୍ଗତ ଆପଣ ନିଜ ଘରେ ଏକ ଖାସ ଦିଗରେ ୧୦୧ ଟଙ୍କା ଲୁଚାଇ ରଖି ଦିଅନ୍ତୁ । ଏହା କରିବା ପରେ ଆପଣଙ୍କର ଭାଗ୍ୟ ଟଙ୍କା ମାମଲାରେ ପ୍ରବଳ ହୋଇଯିବ । ଏହା ଦ୍ଵାରା ଆପଣଙ୍କର ଧନ ସବନ୍ଧିତ ସମସ୍ତ କାର୍ଯ୍ୟ ଭଲ ଭାବରେ ସମ୍ପନ୍ନ ହୋଇଯିବ । ଏହି ଉପାୟ ଦ୍ଵାରା ଆପଣଙ୍କ ଘରେ ସବୁବେଳେ ଧନ ବୃଦ୍ଧି ହେବ । କିନ୍ତୁ ୧୦୧ ଟଙ୍କାକୁ ଆପଣ ଏମିତି ହିଁ ରଖିବେ ନାହିଁ । ଏହା ପାଇଁ ଆପଣଙ୍କୁ ଏକ ଖାସ ବିଧି କରିବା ସହିତ ଏକ ଖାସ ଦିଗରେ ରଖିବା ଉଚିତ ।

ଏହି ବିଧିରେ ରଖନ୍ତୁ ୧୦୧ ଟଙ୍କା

ଏହି ଉପାୟକୁ ଗୁରୁବାର ଦିନ କରନ୍ତୁ, ଏହି ଦିନକୁ ମାତା ଲକ୍ଷ୍ମୀଙ୍କର ଦିନ ବୋଲି ବି କୁହାଯାଏ । ସର୍ବେ ପ୍ରଥମେ ଆପଣ ୧୦୦ ଟଙ୍କା ନୋଟରେ ୧ ଟଙ୍କା ମୁଦ୍ରା ନେଇ ୧୦୧ ଟଙ୍କା ପ୍ରସ୍ତୁତ କରି ନିଅନ୍ତୁ । ବର୍ତ୍ତମାନ ଏହି ଟଙ୍କାକୁ ମାତା ଲକ୍ଷ୍ମୀଙ୍କର ଚରଣରେ ରଖି ଦିଅନ୍ତୁ । ଏହା ପରେ ଘରେ ଦୀପ କରି ମାତାଙ୍କର ଆରତୀ କରନ୍ତୁ । ଏହା ପରେ ୧୦୧ ଟଙ୍କାକୁ ବି ଆରତୀ କରନ୍ତୁ ।

ବର୍ତମାନ ଏକ ଲାଲୀ ରଙ୍ଗର କପଡାରେ ୧୦୧ ଟଙ୍କାକୁ ବାନ୍ଧି ଘରର ପୂର୍ବ ଦିଗରେ ଲୁଚାଇ ଦିଅନ୍ତୁ । ଏହାକୁ ଏମିତି ଜାଗାରେ ରଖନ୍ତୁ ଯେଉଁଠି କାହାର ନଜର ପଡିବ ନାହିଁ । ଏହା କରିବା ଦ୍ଵାରା ଆପଣଙ୍କର ଭାଗ୍ୟ ଖୋଲି ଯିବ । ଏବଂ ଆପଣଙ୍କୁ କେବେ ବି କୌଣସି ପ୍ରକାରର ଟଙ୍କାର ଅସୁବିଧା ହେବ ନାହିଁ ।

ସାଙ୍ଗମାନେ ଯଦି ଆପଣଙ୍କୁ ଏହି ଉପାୟ ଭଲ ଲାଗିଥାଏ ତେବେ ଅନ୍ୟମାନଙ୍କ ସହିତ ସେଆର କରନ୍ତୁ । ଆମ ପେଜକୁ ଲାଇକ କରନ୍ତୁ ଯାହା ଦ୍ଵାରା ଆଗକୁ ଆମେ ଏମତି ଅନେକ ଧାର୍ମିକ ଉପାୟ ଆପଣଙ୍କ ପାଖରେ ପହଞ୍ଚାଇ ପାରିବୁ ।