ଛୁଆର ବେଡରୁମ୍ ରେ ଗୋଟେ ବେଙ୍ଗ ଲୁଚି ରହିଛି, ଜିନିୟସ ହେଇଥିଲେ 10 ସେକେଣ୍ଡରେ ଖୋଜିକି କୁହ…

ଆଜିକାଲି ସୋସିଆଲ ମିଡିଆରେ ଅନେକ ଅପ୍ଟିକାଲ ଇଲ୍ୟୁଜନ ଫଟୋ ଭାଇରାଲ ହେଉଛି । ଅପ୍ଟିକାଲ ଇଲ୍ୟୁଜନ ଏକ ପ୍ରକାର ଆଖିର ଭ୍ରମ ହୋଇଥାଏ । ଏହି ଇଲ୍ୟୁଜନରେ ଜିନିଷ ଆପଣଙ୍କ ଆଖି ସାମ୍ନାରେ ଥାଇ ବି ଆପଣ ତାହା ଦେଖି ପାରନ୍ତି ନାହିଁ । କାରଣ ସେହି ଜିନିଷ ନିଜ ଆଖପାଖ ମାହୋଲରେ ଏମିତି ମିଶିକି ଥାଏ ତାହା ଜାଣିବା କଷ୍ଟକର ହୋଇପଡେ । କିନ୍ତୁ କେବଳ ଚତୁର ଓ ବୁଦ୍ଧିମାନ ଲୋକମାନେ ଏହାକୁ ଅତି ସହଜରେ ଦେଖି ନିଅନ୍ତି । ତେବେ ଏହି ପହେଲିକୁ ସମାଧାନ କରିବାରେ ଆମ ବ୍ରେନ ର ଏକପ୍ରକାର ଏକ୍ସରସାଇଜ ହୋଇଯାଏ ।

ଏହାଦ୍ବାରା ଆମ ଦିମାଗ ଆହୁରି ତେଜ ହୋଇଥାଏ । ସେଥିପାଇଁ ଆମେ ଆପଣଙ୍କ ପାଇଁ ଏକ ରୋଚକ ଅପ୍ଟିକାଲ ଇଲ୍ୟୁଜନ ଗେମ୍ ନେଇକରି ଆସିଛୁ । ଆପଣ ଯଦି ବିନା କାହା ସାହାଯ୍ୟରେ ଏହା ସମାଧାନ କରି ନେଉଛନ୍ତି ତେବେ ଜାଣି ନିଅନ୍ତୁ ଯେ ଆପଣ ଖୁବ୍ ଜିନିୟସ ଅଟନ୍ତି । ଏହି ଫଟୋକୁ ଧ୍ୟାନର ସହ ଦେଖନ୍ତୁ । ଫଟୋରେ ଆପଣ ଏକ ବେଡରୁମ୍ ଦେଖିବାକୁ ପାଇବେ । ବେଡରୁମ୍ ର ଖଟରେ ଗୋଟିଏ ଛୋଟ ଝିଅ ଶୋଇଛି ଏବଂ ତା’ ରୁମ୍ ରେ ବିଭିନ୍ନ ପ୍ରକାରର ଜିନିଷ ସବୁ ରହିଛି ।

ଏସବୁ ଭିତରେ ସେଠାରେ ଗୋଟିଏ ବେଙ୍ଗ ମଧ୍ୟ ଅଛି, ଯିଏକି ଝିଅଟିକୁ ଶୋଇଥିବା ଅବସ୍ଥାରେ ଅନେଇ ରହିଛି । ଏବେ ଆପଣଙ୍କୁ ଆପଣଙ୍କ ଦିମାଗ ଖଟେଇବାକୁ ହେବ ଏବଂ 10 ସେକେଣ୍ଡ ମଧ୍ୟରେ ଏହି ବେଙ୍ଗକୁ ଖୋଜି ବାହାର କରିବାକୁ ହେବ ।

ଆପଣଙ୍କୁ କହିରଖୁଛୁ ଯେ ଏହି ପହେଲିରେ ବଡ ବଡ ବିଜ୍ଞ ଲୋକ ମଧ୍ୟ ଫେଲ୍ ହୋଇଯାନ୍ତି । ତେଣୁ ଆପଣ ଯଦି ଏହି ବେଙ୍ଗକୁ ଖୋଜି ନେଉଛନ୍ତି ତେବେ ଜାଣି ରଖନ୍ତୁ ଯେ ଆପଣ ବହୁତ ଜିନିୟସ ଅଟନ୍ତି । ଏହି ଫଟୋରେ ବେଙ୍ଗଟି ଏମିତି ଏକ ଜାଗାରେ ଲୁଚିଛି ଯାହା ଆପଣ ଚିନ୍ତା ସୁଦ୍ଧା କରିପାରିବେ ନାହିଁ ।

ଏହା ଠିକ ଆପଣଙ୍କ ଆଖି ସାମ୍ନାରେ ହିଁ ଅଛି । ତେଣୁ ବେଙ୍ଗକୁ ଖୋଜିବାକୁ ହେଲେ ଆପଣଙ୍କୁ ନିଜ ଆଖି ଏବଂ ବ୍ରେନକୁ ସୁପର ଆକ୍ଟିଭ କରିବାକୁ ହେବ । ପ୍ରଥମେ ଘଣ୍ଟାରେ 10 ସେକେଣ୍ଡର ସମୟ ଲଗାନ୍ତୁ ଓ ତା’ପରେ ଏହାରି ମଧ୍ୟରେ ଫଟୋରେ ଲୁଚିଥିବା ବେଙ୍ଗକୁ ଖୋଜି ବାହାର କରନ୍ତୁ ।

ଯଦି ଆପଣ ବେଙ୍ଗକୁ ଖୋଜି ପାରିଲେନି ତେବେ ଆମେ ଆପଣଙ୍କୁ ସାହାଯ୍ୟ କରିଦେଉଛୁ । ପ୍ରଥମେ ଆପଣଙ୍କୁ କିଛି ହିଣ୍ଟ ଦେଉଛୁ । ବେଙ୍ଗଟି ସବୁଜ ରଙ୍ଗର ତେଣୁ ଆପଣ ପ୍ରଥମେ ଫଟୋରେ ସବୁଜ ରଙ୍ଗର ଜିନିଷ ଖୋଜନ୍ତୁ । କାରଣ ବେଙ୍ଗଟି ତା’ ଭିତରେ ମିଶିକି ରହିଛି । ଯଦି ଆପଣ ଏବେବି ଜାଣି ପାରିଲେନି ତେବେ ଆପଣଙ୍କୁ ଏକଦମ ସରଳ ଭାବେ ବୁଝାଇ ଦେଉଛି ।

ବେଡରୁମ୍ କୁ ଭଲରେ ଦେଖନ୍ତୁ ଝିଅଟିର ମୁଣ୍ଡ ଉପରେ ଥିବା କାନ୍ଥରେ ଆପଣଙ୍କୁ ସବୁଜ ଗଛ ଓ ପାହାଡ ଥିବା ଏକ ଫଟୋ ଦେଖାଯିବ । ଏହି ସବୁଜ ରଙ୍ଗ ଭିତରେ ହିଁ ବେଙ୍ଗଟି ଲୁଚି ରହିଛି । ଯାହା ଆମେ ଶେଷ ଫଟୋରେ ଆପଣଙ୍କ ସୁବିଧା ପାଇଁ ହାଇଲାଇଟ କରିଦେଇଛୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।