ଛୁଆ ହାତୀର ମୃତ୍ୟୁ ହେବାପରେ ସମସ୍ତ ହାତୀମାନେ କଲେ ଅନ୍ତିମ ସଂସ୍କାର, ପ୍ରଥମଥର ଏହି ଦୃଶ୍ୟ ଭିଡିଓରେ ଦେଖିଲାପରେ ଆପଣଙ୍କ ଆଖିରେ ଲୁହ ଆସିଯିବ

ଗଲା କିଛିଦିନ ତଳେ କେରଳରେ ଏକ ଗର୍ଭିଣୀ ହାତୀକୁ ମର୍ମନ୍ତୁଦ ଭାବରେ ହତ୍ୟା କରାଯାଇଥିଲା । ଯାହାଫଳରେ ଦେଶବ୍ୟାପୀ ଜନ ଅସନ୍ତୋଷ ଦେଖିବାକୁ ମିଳିଥିଲା । ଏହି ହାତୀକୁ ନ୍ୟାୟ ଦେବାପାଇଁ ଦେଶର ଚାରିଆଡୁ ସ୍ୱରାଉତ୍ତଲନ ହୋଇଛି । ଏବେ ହାତୀ ମାନଙ୍କ ସହ ଜଡିତ କିଛି ଏଭଳି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି । ମଣିଷ ମାନଙ୍କର ଅନ୍ତିମ ସଂସ୍କାର ତ ହୋଇଥାଏ । କିନ୍ତୁ ହାତୀ ମାନଙ୍କର ସଂସ୍କାର ହାତୀମାନେ କରନ୍ତି ,ଏହା ଦେଖିବାପରେ ଆପଣ ଆଶ୍ଚର୍ଯ୍ୟ ହୋଇ ରହିଯିବେ ।

ସୋସିଆଲ ମିଡ଼ିଆରେ ଯେଉଁ ଭିଡ଼ିଓ ଭାଇରାଲ ହେଉଛି ତାହା ହେଲା ଶିଶୁ ହାତୀଟିର ମୃତ୍ୟୁରେ ସମଗ୍ର ହାତୀ ଗୋଷ୍ଠୀ ଅନ୍ତିମ ସଂସ୍କାର ପାଇଁ ଯିବା ଦେଖିବାକୁ ମିଳିଛି । ଏହି ଭିଡ଼ିଓ ରେ ହାତୀଟି ନିଜ ଶୁଣ୍ଢ ମାଧ୍ୟମରେ ମୃତ ଶିଶୁ ହାତୀଟିକୁ ଟାଣି ନେଇ ଆଗରେ ଆଗରେ ଯାଉଛି । ତା ପଛରେ ପ୍ରାୟ 8 ରୁ ଦଶଟି ହାତୀ ତାର ପଛରେ ଯାଉଛନ୍ତି । ସୋସିଆଲ ମିଡ଼ିଆର କିଛି ୟୁଜର କହୁଛନ୍ତି କି ହାତୀମାନଙ୍କର ଏହିଭଳି ଅନ୍ତିମ ସଂସ୍କାର ସମୟର ଦୃଶ୍ୟ ଆଗରୁ ସେ କେବେହେଲେ ଦେଖିନଥିଲେ ।

ଯେଉଁ ଭିଡ଼ିଓ ସାମ୍ନା କୁ ଆସିଛି ଏଥିରେ ଦେଖିବାକୁ ମିଳୁଛି କି ହାତୀ ମାନଙ୍କର ଏହି ଅନ୍ତିମ ସଂସ୍କାର ଦେଖିବାପାଇଁ ବହୁତ ଲୋକ ଜମା ହୋଇଛନ୍ତି । ଯେ କୌଣସି ବ୍ୟକ୍ତି ଏହି ବାଟଦେଇ ଯାଉଥିଲା ସେ ନିଜର ଗାଡିକୁ ଅଟକାଇଦେଇ ଏହାକୁ ଦେଖୁଥିଲା । କୁହାଯାଉଛି କି ଯେଉଁ ହାତୀ ଆଗରେ ଆଗରେ ଶିଶୁ ହାତୀକୁ ନେଇ ଯାଉଛି , ସେ ତାର ମା ଅଟେ ।

ଭାରତୀୟ ଜଙ୍ଗଲ ବିଭାଗୀୟ ଅଧିକାରୀ ପରବିନ କସାବା ଙ୍କ ଦ୍ଵାରା ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭିଡିଓ କୁ ସେୟାର କରି ସେ କ୍ୟାପ୍ସନ ରେ ଲେଖିଛନ୍ତି କି ଏହି ଭିଡ଼ିଓ ଦେଖିବାପରେ ଆପଣମାନେ ଭାବୁକ ହୋଇଯିବେ । ଆଖିରୁ ଲୁହ ଧାର ଧାର ହୋଇ ବୋହି ଯାଉଥିବା ସମୟରେ ହାତୀଟି ତାର ଛୁଆଟିକୁ ଅନ୍ତିମ ସଂସ୍କାର ପାଇଁ ନେଇଯାଉଛି ।

ନିଜର ଛୁଆକୁ ନିଜଠାରୁ ଅଲଗା କରିବାକୁ ଚାହୁଁନାହାନ୍ତି ସେମାନେ

ଭିଡ଼ିଓ ମାଧ୍ୟମରେ ଦେଖାଯାଉଛି କି ଛୁଆ ହାତୀଟି ମୃତ ଅବସ୍ଥାରେ ଅଛି ,ଯାହାକୁ ତାର ମା ଶୁଣ୍ଢରେ ନେଇ ଅନ୍ତିମ ସଂସ୍କାର ପାଇଁ ଯାଉଛି । କିନ୍ତୁ ଭିଡ଼ିଓ ମାଧ୍ୟମରେ ଏହା କୁହାଯାଇନାହିଁ କି ଏହି ଛୁଆ ହାତୀର ମୃତ୍ୟୁ କେମିତି ହେଲା ଓ ଏହି ଭିଡ଼ିଓ କେଉଁ ସ୍ଥାନର ।

ସୋସିଆଲ ମିଡିଆରେ ଏହା ଦେଖିବାପରେ କିଛି ଲୋକ କହିଛନ୍ତି କି ହାତୀ ବହୁତ ଭାବୁକ ହୋଇଥାନ୍ତି । ଆଇ ଏଫ ଏସ ପରବିନ କସାବାନ କହିଛନ୍ତି କି କିଛି ଜିନିଷ ଅଛି ହାତୀମାନଙ୍କ ଠାରେ ଯାହାକି ସମାନ ମନୁଷ୍ୟ ଭଳି । ପାଣି ଚାରିପାଖରେ ତାଙ୍କ ଛୋଟ ଛୁଆମାନେ ଖେଳୁଥାନ୍ତି ଓ ତାଙ୍କର ଚଲାବାଟକୁ ମଧ୍ୟ ହାତୀମାନେ ମନେ ରଖିଥାନ୍ତି । ଏହାବ୍ୟତୀତ ବହୁତ କିଛି ଜିନିଷ ଅଛି ଯାହାକି ହାତୀଟିଏ ମନୁଷ୍ୟ ଭଳି କରିଥାଏ । ଏହି ଘଟଣାକୁ ନେଇ ଆପଣଙ୍କ ମତାମତ କମେଣ୍ଟ କରନ୍ତୁ । ଦୈନନ୍ଦିନ ଘଟୁଥିବା ଘଟଣା ବିଷୟରେ ଅପଡେଟ ରହିବା ପାଇଁ ପେଜକୁ ଲାଇକ ଲାଇକ କରନ୍ତୁ ।