କି ଭୟଙ୍କର ଦୃଶ୍ୟ ! କ୍ରିସମାସ ବେଳେ ଏମିତି ବରଫ ଝଡ ମାଡି ଆସିଲା ଯେ ଫୁଟୁଥିବା ପାଣି ବି ବରଫ ହେଇଗଲା, ଦେଖନ୍ତୁ video

ହଠାତ ବରଫ ଝଡ ସାଙ୍ଗକୁ ଅଶାନ୍ତ ହୋଇଗଲା ସମୁଦ୍ର । ଆଉ ଦେଖୁ ଦେଖୁ ମାଇନସ 48 ଡିଗ୍ରୀ ତଳକୁ ଖସିଗଲା ତାପମାତ୍ରା । ଏମିତିରେ ଫୁଟୁଥିବା ପାଣି ବି ବରଫ ପାଲଟିଗଲା । କ୍ରିସମାସ ପୂର୍ବରୁ ଦେଖିବାକୁ ମିଳିଛି ଏଭଳି ଏକ ବମ୍ବ ସାଇକ୍ଳୋନ । କେଉଁଠି ପ୍ରବଳ ବର୍ଷା ହେଉଛି ତ ଆଉ କେଉଁଠି ପ୍ରବଳ ତୁଷାରପାତ ହେଉଛି । ଏମିତି ପରିସ୍ଥିତି ଦେଖିଲେ ଯେ କେହି କହିବେ ସତେ ଯେମିତି ହିମଯୁଗ ଫେରି ଆସିଛି । ଏମିତି ଶୀତ ତେ ରକ୍ତ ବି ଜମିଯିବ ।

ଏମିତିରେ ଫୁଟୁଥିବା ପାଣି କିଭଳି ନିମଷକେ ବରଫ ପାଲଟି ଯାଉଛି ଆଉ ତତଲା ନୁଡୁଲ୍ସ ବି କାଠ ପାଲଟି ଯାଉଛି ତାହାର ଏକ ଝଲକ ମଧ୍ୟ ଦେଖିବାକୁ ମିଳିଛି । ବରଫ ପାହାଡ ସତେ ଯେମିତି ଘର ଗିଳି ପକେଇଛି କାରଥୁ ନେଇ ଘର ପର୍ଯ୍ୟନ୍ତ ସବୁକିଛି । କବାଟ ବି ଖୋଲିବା ମୁସ୍କିଲ ହେଉଛି । ଚାରିଆଡେ ଗଦା ଗଦା ବରଫ ସାଙ୍ଗକୁ କେତେବେଳେ ଘଣ୍ଟାପ୍ରତି 100କିମି ବେଗରେ ପବନ ବୋହୁଛି ତ ଆଉ କେତେବେଳେ ବରଫ ଝଡ ଯୋଗୁଁ ପାଖରେ ଥିବା ଜିନିଷ ବି ଦୃଶ୍ୟମାନ ହେଉନି ।

ବରଫ ଜମି ରୋଡ ଖସଡା ହୋଇ ଯାଇଥିବାରୁ ଦୁର୍ଘଟଣା ମଧ୍ୟ ଘଟୁଛି । ଆଜ୍ଞା ହଁ, ବଡଦିନ ପୂର୍ବରୁ ଆମେରିକାକୁ ବମ୍ବ ସାଇକ୍ଳୋନର ସାମ୍ନା କରିବାକୁ ପଡିଛି । ଏହି ଭୟଙ୍କର ଶୀତଳ ଝଡ ଏବେ ଯାଏଁ ପ୍ରାୟ 20 ଲୋକଙ୍କ ଜୀବନ ନେଇ ସାରିଲାଣି । ଯଦିଓ ବରଫ ଝଡ ଆମେରିକା ପାଇଁ କିଛି ନୂଆ କଥା ନୁହେଁ ହେଲେ କ୍ରିସମାସ ବେଳେ ଏଭଳି ସାଂଘାତିକ ସ୍ଥିତିର ସାମ୍ନା କରିବାକୁ ପଡିବ ଏକଥା କେହି କେବେବି ଚିନ୍ତା କରି ନଥିଲେ । ଆମେରିକାର ଏହି ବମ୍ବ ସାଇକ୍ଳୋନକୁ “Once in a Generation” ବୋଲି କୁହାଯାଉଛି ।

ଏଭଳି କାହିଁକି ହୁଏ ଜାଣିଛନ୍ତି କି ? ପୃଥିବୀର ଉତ୍ତର ମେରୁ ଆଡୁ ବୋହୁଥିବା ଅତି ଶୀତଳ ପବନ ଓ ମେକ୍ସିକୋ ଉପସାଗରୀୟ ଉଷ୍ଣ ପବନ ପରସ୍ପର ସହ ଧକ୍କା ହେବା ଫଳରେ ଆମେରିକାରେ ଏହି ଝଡ ସୃଷ୍ଟି ହୋଇଥାଏ । ଏହାକୁ ବମ୍ବୋଜେନେସିସ ପ୍ରକ୍ରିୟା ବୋଲି କୁହା ଯାଉଥିବାରୁ ଏଥିରୁ ବମ୍ବ ସାଇକ୍ଳୋନ ନାମ ଆସିଛି । ତେବେ ଏଭଳି ହେବା ପଛରେ ଜଳବାୟୁ ପରିବର୍ତ୍ତନ ଦାୟୀ ବୋଲି କୁହାଯାଉଛି । ବରଫ ଝଡ ଯୋଗୁଁ 20 ଲକ୍ଷରୁ ଅଧିକ ପରିବାର ଅନ୍ଧାରରେ ଅଛନ୍ତି ।

ଏହାସହ 2800 ରୁ ଅଧିକ ବିମାନ ବାତିଲ କରା ଯାଇଥିବା ବେଳେ 7000 ଉଡାଣ ବିଳମ୍ବ ହୋଇଛି । ଫଳରେ କ୍ରିସମାସ ଛୁଟି କାଟିବାକୁ ବାହାରିଥିବା ହଜାର ହଜାର ଲୋକ ବିମାନ ବନ୍ଦରରେ ଫସି ରହିଛନ୍ତି । ବିଭିନ୍ନ ସ୍ଥାନରେ ଟ୍ରେନ ମଧ୍ୟ ବାତିଲ ହୋଇଥିବା ସୂଚନା ରହିଛି । ରାଷ୍ଟ୍ରପତି ଜୋ ବାଇଡେନ ଏହି ଝଡକୁ ଗୁରୁତର ସହ ନେବାକୁ ଆମେରିକାବାସୀଙ୍କୁ ଚେତାବନୀ ଦେଇଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।