ଯଦି ଆପଣ ବି ଚାଉମୀନରେ ସସ ମିଶାଇ ଖାଉଛନ୍ତି ତ ହେଇ ଯାଆନ୍ତୁ ସାବଧାନ, ଜାଣନ୍ତୁ କାହିଁକି !

ବର୍ତ୍ତମାନ ସମୟରେ ଫାସ୍ଟ ଫୂଡ ଖାଇବାର ଇଚ୍ଛା ବହୁତ ଲୋକମାନେ ରଖିଥାନ୍ତି । ଫାସ୍ଟ ଫୂଡରେ ସବୁଠୁ ଅଧିକ ଲୋକମାନେ ଚାଉମିନକୁ ପସନ୍ଦ କରିଥାନ୍ତି । ଏଥିରେ ଟମାଟୋ ଓ ଚିଲି ସସ ମିଶାଇ ଖାଇବାର ମଜା କିଛି ଅଲଗା ଅଟେ । କିନ୍ତୁ ଯଦି ଏହି ଜିନିଷ ଆପଣଙ୍କର ଆଭ୍ୟନ୍ତରୀଣ ଅଙ୍ଗକୁ କ୍ଷତି ପହଞ୍ଚାଏ ତେବେ କଣ କରିବେ ଆପଣ ? ଏମିତି ଏକ ଘଟଣା ସାମନାକୁ ଆସିଛି, ସେଥିପାଇଁ ଆପଣମାନେ ଚାଉମିନରେ ସସ ମିଶାଇ ଖାଇବାରୁ ହୋଇ ଯାଆନ୍ତୁ ସାବଧାନ ।

ଯଦି ଆପଣ ବି ଚାଉମିନରେ ସସ ମିଶାଇ ଖାଉଛନ୍ତି  ତେବେ ହୋଇ ଯାଆନ୍ତୁ ସାବଧାନ

ଚାଉମିନରେ ସସ ମିଶାଇ ଖାଇବା କେତେ ଭୟଙ୍କର ହୋଇଥାଏ ଏହା ଆପଣ ତିନି ବର୍ଷର ଉସ୍ମାନକୁ ଦେଖି ଜାଣି ପାରିବେ । ଯିଏକି ବର୍ତ୍ତମାନ ଜୀବନ ଓ ମୃତ୍ୟୁ ମଧ୍ୟରେ ଝୁଲିଛି । ଅବସ୍ଥା ଏତେ ଖରାପ ହୋଇ ଯାଇଥିଲା କି ଚିକିସ୍ଛା କରିବା ସମୟରେ ହାର୍ଟ ତିନି ଥର ବନ୍ଦ ବି ହୋଇ ଯାଇଥିଲା ଓ ଏହାକୁ ଦେଖି ଡାକ୍ତରମାନେ ବି ଆଶ୍ଚର୍ଯ୍ୟ ହୋଇଗଲେ । କିନ୍ତୁ ବର୍ତ୍ତମାନ ଉସ୍ମାନ ଠିକ ଅଛି । ଅନ୍ୟ ପଟେ ଡାକ୍ତରମାନେ ବି ଏହାକୁ କୌଣସି ଚମତ୍କାର ଠାରୁ କମ ମାନୁ ନାହାନ୍ତି ।

ଉପଚାର ଜରିବା ସମୟରେ ଡାକ୍ତରମାନେ କହିଲେ କି ଚାଉମିନରେ ଅଧିକ ସସ ଖାଇ ନେଇଥିଲେ ଯେଉଁ କାରଣରୁ ତାହାର ଫୁସଫୁସ ଫାଟି ଯାଇଥିଲା । ଏହା ପରେ ତାକୁ ଭେଣ୍ଟିଲେଟରରେ ରଖା ଯାଇଥିଲା । ଡାକ୍ତରମାନେ କହିଲେ କି ଶିଶୁର ୨୩ ଦିନ ହେବ ହସ୍ପିଟାଲରେ ଚିକିସ୍ଛା ଚାଲିଛି ଓ ଏଥିରେ ବହୁତ ଟଙ୍କା ବି ଖର୍ଚ ହୋଇ ଯାଇଛି । କିନ୍ତୁ ଆଯୁଷ୍ମାନ ଯୋଜନାରେ ଏହି ଉପଚାରର ସମସ୍ତ ଖର୍ଚକୁ ବହନ କରିଛି । ସେଥିପାଇଁ ପରିବାର ଲୋକମାନଙ୍କୁ କିଛି ବି ଖର୍ଚ କରିବାକୁ ପଡିଲା ନାହିଁ ।

ଅସମ୍ଭବ ଥିଲା ବଞ୍ଚିବା

ଗାବା ହସ୍ପିଟାଲରେ ହୃଦୟ ରୋଗ ବିଶେଷଜ୍ଞ ଡା. ବୀଏସ ଗାବା କହିଲେ କି ଯେଉଁଭଳି ଭାବରେ ଶିଶୁଟିର ଅବସ୍ଥା ଖରାପ ହୋଇ ଯାଇଥିଲା ସେଥିରୁ ବଞ୍ଚିବା ବହୁତ କଷ୍ଟ ଥିଲା । କିନ୍ତୁ ଭଗବାନଙ୍କ ଦାୟାରୁ ବହୁତ ଚେଷ୍ଟା ପରେ ଶିଶୁଟିର ଜୀବନ ବଞ୍ଚିଗଲା । ଫୁସଫୁସ ଫାଟି ଯିବା କାରଣରୁ ସେ ନିଶ୍ଵାସ ନେଇ ପାରୁ ନ ଥିଲା ଓ ତାକୁ କୁତ୍ରିମ ନିଶ୍ଵାସ ଦିଆ ଯାଉଥିଲା । ଡାକ୍ତରମାନେ କହିଲେ କି ଏସିଟିକ ଏସିଡ କାରଣରୁ ତାହାର ଅର୍ଗାନ ଭିତରୁ ଜଳି ଯାଇଥିଲା କିନ୍ତୁ ଶେଷରେ ସବୁ ଠିକ ହୋଇଗଲା ।

ସଚେତନତା ପାଇଁ ଏହି ପୋଷ୍ଟଟିକୁ ସମସ୍ତଙ୍କ ସହିତ ଶେୟାର କରନ୍ତୁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।