‘ଗଙ୍ଗା’ ସିରିୟଲରେ ଛୋଟ ଗଙ୍ଗାର ଅଭିନୟ କରିଥିବା ଏହି ଝିଅ(Ruhana Khanna) ଆଜି ବଡ ହୋଇ ଦେଖା ଯାଉଛି ଏମିତି…

ଆପଣ ଏଣ୍ଡ ଟିଭିର ଲୋକପ୍ରିୟ ଗଙ୍ଗା ସିରିଏଲ ଦେଖିଥିବେ । ଯାହାର କାହାଣୀ ବିଧବା ମହିଳା ଉପରେ ଆଧାରିତ ହୋଛି । ଏହି ସିରିୟଲର କଳାକାରମାନେ ବହୁତ ଭଲ ଭାବେ ନିଜର ଅଭିନୟକୁ ପ୍ରତିପାଦନ କରିଛନ୍ତି ।

ତାଙ୍କ ମଧ୍ୟରୁ ଜଣେ କଳାକାର ଥିଲେ ଯାହାକି ସେ ଭଲ ଅଭିନୟ କରିବା ଦ୍ଵାରା ଦର୍ଶକଙ୍କ ମନ ଜିତିପାରିଥିଲେ । ଆପଣ ଜାଣିପାରୁଥିବେ କାହା କଥା କହୁଛୁ ସେ ହେଉଛି ଗଙ୍ଗା, ନିଜର କୋମଳତା ଚେହେରାରୁ ଓ ହସ ଦ୍ଵାରା ଦର୍ଶକଙ୍କ ହୃଦୟ ଜିତି ନେଇପାରିଥିଲେ । ଆପଣ କଣ ଜାଣିଛନ୍ତି ଗଙ୍ଗା ସିରିୟଲରେ ଗଙ୍ଗା ନାମରେ ଅଭିନୟ କରୁଥିବା ଏହି ଛୋଟୋ କଳାକାର ଆଜି କେଉଁଠାରେ ଅଛନ୍ତି , କଣ କରୁଛନ୍ତି ଓ କେମିତି ଦେଖାଯାଉଛନ୍ତି । ଗଙ୍ଗା ସିରିଏଲ ଛୋଟ କଳାକାର ଅଛନ୍ତି ତାର ନାମ ହେଉଛି ରୁହନ ଖନ୍ନା ଯାହାକି ତାଙ୍କର ଜନ୍ମ ୧ଅକ୍ଟୋବର ଦିଲ୍ଲୀରେ ହୋଇଥିଲା ।

ସେ ଦିଲ୍ଲୀର ଇନ୍ଦ୍ରପ୍ରସ୍ତ ୱାର୍ଲ୍ଡ ସ୍କୁଲରେ ପଥ ପଢୁଥିଲେ । କିନ୍ତୁ ତାଙ୍କୁ ଛୋଟବେଳରୁ ଅଭିନୟ ପାଇଁ ବହୁତ ଇଚ୍ଛା ଥିଲା । ସେ ଛୋଟବେଳେ ବହୁତ ଲୋକଙ୍କର ନକଲ କରୁଥିଲେ । ଏଥିପାଇଁ ସେ ସ୍କୁଲରେ ବହୁତ ସ୍ଟେଜ ସୋରେ ପ୍ରତିନିଧିତ୍ଵ କରି ପୁରସ୍କୃତ ହୋଇଛନ୍ତି । ଥରେ ରୁହାନା ନିଜ ପରିବାର ସହ ବୁଲିବାକୁ ଯାଇଥିଲେ ସେହି ସମୟରେ ଗୋଟିଏ ସୋର ଶୁଟିଙ୍ଗ ଚାଲିଥିଲା ସେଠାର ପ୍ରଡ୍ୟୁସର ସୁଜୟଙ୍କ ନଜର ରୁହାନଙ୍କ ଉପରେ ପଡିବାରୁ ସେ ତାଙ୍କୁ ଗୋଟିଏ ସିରିଏଲରେ ଅଭିନୟ କରିବାକୁ ଅଫର ଦେଇଥିଲେ ।

ଏହି ସମୟରେ ରୁହାନାଙ୍କ ବୟସ ୮ ବର୍ଷ ହୋଇଥିବାରୁ ତାଙ୍କର ପରିବାର ସିରିଏଲରେ ଅଭିନୟ କରିବାକୁ ମନା କରିଦେଇଥିଲେ । କିନ୍ତୁ କିଛି ଦିନ ପରେ ତାଙ୍କ ପରିବାର ମାନିଯିବାରୁ ତାଙ୍କୁ ଏଣ୍ଡ ଟିଭିର ଲୋକପ୍ରିୟ ସୋ ଗଙ୍ଗା ସିରିଏଲରେ ଚିତ ଗଙ୍ଗା ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଲା । ଏହି ସିରିଏଲ ଏକ ବାଲ ବିଧବା ଜୀବନ ଉପରେ ଆଧାରିତ ହୋଇଥିଲା । ପୁରୁଣା ପରମ୍ପରା ଅନୁସାରେ ବିଧବାମାନଙ୍କୁ ବହୁତ ସମସ୍ୟାର ସମୁଖୀନ ହେବାକୁ ପଡୁଥିଲା ।

ଏହି ପ୍ରଥାର ପ୍ରତିବନ୍ଧକ ଲଗାଇ ରୁହାନା ବିଧବା ଚରିତ୍ରରେ ଅଭିନୟ କରିଥିଲେ । ଏହି ଚରିତ୍ର ଦ୍ଵାରା ସେ ବହୁତ ଲୋକପ୍ରିୟ ହୋଇଯାଇଥିଲେ । ରୁହାନା ବହୁତ ଦୁଷ୍ଟ ହୋଇ ମଧ୍ୟ ଏହି ଚରିତ୍ରକୁ ବହୁତ ଭଲଭାବରେ ଅଭିନୟ କରିଥିଲେ । ଯେତେବେଳେ ଏହି ସିରିଏଲ ରୁହାନାଙ୍କୁ ବାହାର କରାଯାଉଥିଲା ସେହି ସମୟରେ ଲୋକଙ୍କର ଏହି ସିରିଏଲ ପ୍ରତି ଲୋକପ୍ରିୟତା କମିଯାଇଥିଲା । ଏଥିପାଇଁ ପ୍ରଡ୍ୟୁସର ଦ୍ଵିତୀୟ ବାର ତାଙ୍କୁ ପୁଣି ଅଭିନୟ କରିବା ପାଇଁ ସୁଯୋଗ ଦେଇଥିଲେ ।

ଏଥର ତାଙ୍କୁ କ୍ରୀଷ୍ଣା ଚରିତ୍ରରେ ଅଭିନୟ କରିବାକୁ ସୁଯୋଗ ମିଳିଲା । ଏହାପରେ ସେ ଆଉ ଅଭିନୟ କରିନଥିଲେ । କିନ୍ତୁ ବହୁତ ଫେସନ ଡିଜାଇନର ମାନଙ୍କ ପାଇଁ ମଡେଲିଙ୍ଗ କରୁଥିଲେ । ଗଙ୍ଗା ସିରିଏଲରୁ ଲୋକପ୍ରିୟତା ହାସଲ କରିଥିବା ରୁହାନା ଏବେ ୧୧ ବର୍ଷ ବୟସର ହୋଇଯାଇଛନ୍ତି ଓ ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏବେ ସେ ପାଠ ପଢାରେ ଧ୍ୟାନ ଦେଉଛନ୍ତି ଓ ପାଠ ପଢା ସାରିବା ପରେ ପୁଣି ସେ ଅଭିନୟ ଦୁନିଆକୁ ଆସିବାର ସମ୍ଭାବନା ଅଛି । ବର୍ତମାନ ସେ ସୋସିଆଲ ମିଡିଆରେ ବହୁତ ଲୋକପ୍ରିୟତା ହାସଲ କରୁଛନ୍ତି ।

ଆପଣଙ୍କୁ ଆମର ଏହି ଲେଖାଟି ପସନ୍ଦ ଆସିଥିଲେ ଲାଇକ କରନ୍ତୁ ଓ ଅନ୍ୟମାନଙ୍କ ସହ ସେୟାର କରନ୍ତୁ । ମନୋରଞ୍ଜନ ଦୁନିଆର ଅପଡେଟ ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।