ପ୍ରତିଦିନ ରାତିରେ ଗାଈ ପାଖକୁ ଆସୁଥିଲା ଚିତାବାଘ, କାରଣ ଜାଣି ସମସ୍ତଙ୍କ ହୋସ୍ ଉଡିଗଲା, ଦେଖନ୍ତୁ Video

ଆଜିକାଲି ସମସ୍ତେ ନିଜର ସ୍ଵାର୍ଥ ଦେଖୁଛନ୍ତି । କିନ୍ତୁ ବେଳେ ବେଳେ କିଛି ଲୋକମାନେ ସ୍ଵାର୍ଥକୁ ଭୁଲି ସମ୍ପର୍କ ଓ ବନ୍ଧୁତାକୁ ଦେଖିଥାନ୍ତି । କହିବାକୁ ଗଲେ ଏହି ଦୁନିଆରେ ଆପଣ କାହାକୁ ବି ବନ୍ଧୁ କରି ପାରିବେ । କେବଳ ମଣିଷ ନୁହେଁ ପଶୁ ପକ୍ଷୀମାନେ ପରସ୍ପର ସହ ବନ୍ଧୁତା କରିଥାନ୍ତି । ଆଜି ଆମେ ଆପଣଙ୍କୁ ଏମିତି କିଛି ଦୃଶ୍ୟ ବିଷୟରେ କହିବୁ ଯାହାକୁ ଦେଖିଲେ ଆପଣ ପ୍ରଥମେ ବିଶ୍ଵାସ କରି ପାରିବେ ନାହିଁ । କିନ୍ତୁ ଶତ ପ୍ରତିଶତ ଏହା ସତ ଅଟେ ।

ସିଂହ, ବାଘ ଓ ଭାଲୁ ତିନି ଜଣ ଶିକାରୀ ଅଟନ୍ତି । ପରସ୍ପରର ଶତ୍ରୁ ବି ଅଟନ୍ତି । କିନ୍ତୁ ଗୋଟିଏ ଚିଡିଖାନାରେ ଏହି ତିନି ପଶୁଙ୍କ ବନ୍ଧୁତା ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ସିଂହ, ବାଘ ଓ ଭାଲୁ ଯେତେବେଳେ ଛୋଟ ଥିଲେ ତେବେ ସେମାନଙ୍କୁ ଗୋଟିଏ ଅ-ପ-ରା-ଧୀ ଠାରୁ ଉଦ୍ଧାର କରାଯାଇ ଥିଲା ।

ସେହି ସମୟରେ ଏହି ତିନି ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ଯେଉଁ କାରଣରୁ ଯେତେବେଳେ ଏମାନଙ୍କୁ ଚିଡିଖାନାକୁ ନିଆଗଲା ତେବେ ଏମାନେ ଅଲଗା ରହି ପାରିଲେ ନାହିଁ । ଶେଷରେ ସେମାନଙ୍କୁ ଗୋଟିଏ ଜାଗାରେ ହିଁ ରଖାଗଲା । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି ଏହି ତିନି ପଶୁ ମଧ୍ୟରେ ଏତେ ବନ୍ଧୁତା ଥିଲା କି ମୃ-ତ୍ୟୁ ପର୍ଯ୍ୟନ୍ତ ଏମାନେ ଏକାଠି ରହିଥିଲେ ।

ଗାଈ ଓ ଚିତାବାଘର ବନ୍ଧୁତା ବିଷୟରେ କେବେ ଶୁଣିଛନ୍ତି । ଗୁଜୁରାଟର ବରୋଦାର ଏକ ଗାଁରେ ଚିତାବାଘ ପଶି ଯାଇଛି ବୋଲି ଗାଁ ଲୋକମାନେ ଜାଣି ପାରିଲେ । କିନ୍ତୁ ଗାଁ ଲୋକମାନେ ଯେତେବେଳେ ଚିତାବାଘ ଓ ଗୋଟିଏ ଗାଈକୁ ଏକାଠି ଦେଖିଲେ ତେବେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଗଲେ । ଦୁଇ ପଶୁର ବନ୍ଧୁତା ଦେଖି ଜଙ୍ଗଲ ଅଧିକାରୀ ବି ଆଚମ୍ବିତ ହୋଇଗଲେ ।

ଏମାନଙ୍କ ବନ୍ଧୁତା ଏତେ ପ୍ରସିଦ୍ଧ ହୋଇଗଲା କି ବଡ ବଡ ନ୍ୟୁଜ ଚ୍ୟାନେଲ ବି ଏମାନଙ୍କ ବିଷୟରେ ଜାଣିବା ପାଇଁ ଗାଁକୁ ଆସିଥିଲେ । ଲୋକମାନେ ଯେତେବେଳେ ଆଶ୍ଚର୍ଯ୍ୟ ହୋଇଗଲେ ଯେତେବେଳେ ସେମାନେ ଏହି ବିଶାଳକାୟ କଇଁଛ ଓ ଜଳହସ୍ତୀ ବନ୍ଧୁତା ଦେଖିଲେ । ଏମାନେ ଗୋଟିଏ ନ୍ୟାସନାଲ ପାର୍କରେ ଅଛନ୍ତି । ଏମାନଙ୍କ ବନ୍ଧୁତା ଦେଖିବା ପାଇଁ ବହୁତ ଲୋକମାନେ ଏହି ପାର୍କକୁ ଆସିଥାନ୍ତି ।

ଥରେ ଗୋଟିଏ ଗଣ୍ଡା ଛୁଆକୁ ସାଉଥ ଆଫ୍ରିକାର ଜଙ୍ଗଲ ଅଧିକାରୀମାନେ ଉଦ୍ଧାର କରିଥିଲେ । ମା ଠାରୁ ଅଲଗା ରହିବା କାରଣରୁ ଗଣ୍ଡା ଛୁଆଟି ବହୁତ କମଜୋର ହୋଇ ଯାଇ ଥିଲା । ଗଣ୍ଡା ଛୁଆର ସ୍ୱାସ୍ଥ୍ୟକୁ ଠିକ କରିବା ପାଇଁ ଗୋଟିଏ କୁକୁରକୁ ଏହି ଗଣ୍ଡା ଛୁଆ ପାଖକୁ ପଠା ଗଲା । କିଛି ଦିନ ପରେ ଦୁଇ ଜଣଙ୍କ ମଧ୍ୟରେ ବନ୍ଧୁତା ହୋଇଗଲା । ଦେଖୁ ଦେଖୁ ଗଣ୍ଡା ଛୁଆ ସୁସ୍ଥ ହୋଇଗଲା । ବର୍ତ୍ତମାନ ପର୍ଯ୍ୟନ୍ତ ବି ଏମାନେ ଏକାଠି ସାଉଥ ଆଫ୍ରିକାର ଜଙ୍ଗଲରେ ରହୁଛନ୍ତି ।